Surya Nakshatra Gochar 2024: ଅନେକ ରାଶି ଅଛି ଯାହା ରାଶି ପରିବର୍ତ୍ତନ କାରଣରୁ ବିଭିନ୍ନ ଉପାୟରେ ଉପକୃତ ହୋଇଥାନ୍ତି । ସୂର୍ଯ୍ୟ ନିଜର ରାଶି ସିଂହରେ ପ୍ରବେଶ କରିବେ । ଫଳରେ କେତେକ ନକ୍ଷତ୍ର ଏବଂ ରାଶିର ବ୍ୟକ୍ତିବିଶେଷ ଏହି ପରିବର୍ତ୍ତନ କାରଣରୁ ପ୍ରଭାବିତ ହେବେ । ଆସନ୍ତୁ ଜାଣିବା କେଉଁ ତିନୋଟି ରାଶିର ବ୍ୟକ୍ତିଙ୍କୁ ସକରାତ୍ମକ ଫଳାଫଳ ମିଳିବ ।


COMMERCIAL BREAK
SCROLL TO CONTINUE READING

ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ କହିବାନୁସାରେ, ସୂର୍ଯ୍ୟଦେବ ଅଗଷ୍ଟ ୧୬ ରେ ସନ୍ଧ୍ୟା ୭ଟା୫୩ ରେ ମଘା ନକ୍ଷତ୍ରରେ ଚଳନ କରିବାକୁ ଯାଉଛନ୍ତି । ମଘା ନକ୍ଷତ୍ର ହେଉଛି ୨୭ ନକ୍ଷତ୍ର ମଧ୍ୟରୁ ଦଶମ ନକ୍ଷତ୍ର, ଯାହାର ଆରାଧ୍ୟ କେତୁଙ୍କ ସହିତ ସିଂହ । ଏହି ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନରୁ ପ୍ରଭାବ ଦ୍ୱିଗୁଣିତ ହେବାକୁ ଯାଉଛି ।


ମିଥୁନ ରାଶି
ସୂର୍ଯ୍ୟ ମଘା ନକ୍ଷତ୍ରରେ ପ୍ରବେଶ କରିବା ପରେ ଆପଣଙ୍କ ରାଶିର ତୃତୀୟ ଘରେ ଚଳନ କରିବେ । ଫଳରେ ଆପଣ ଉପକୃତ ହେବାକୁ ଯାଉଛନ୍ତି । ଆପଣ ପ୍ରତିଟି ସ୍ଥାନରେ ଲାଭ ପାଇବେ । ସରକାରୀ ପରୀକ୍ଷାରେ ସଫଳତା ସହ କ୍ୟାରିୟରରେ ଅଗ୍ରଗତି ହେବାର ସୁଯୋଗ ରହିଛି । ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ହେବେ। ପରିବାର ସହିତ ଭଲ ସମୟ ବିତାଇବେ । ଆପଣ ସମାଜରେ ମାନ ସମ୍ମାନ ପାଇବେ । ନୂତନ ସୁଯୋଗ ଉପଲବ୍ଧ ହେବ ।


କର୍କଟ ରାଶି
ବିନିଯୋଗରୁ ଆପଣ ଅନେକ ଲାଭ ପାଇପାରିବେ । ପୈତୃକ ସମ୍ପତ୍ତିରୁ ମଧ୍ୟ ଲଭବାନ ହେବେ । ଜୀବନରେ ସୁଖ ମିଳିବ । ପରିବାର ସହିତ ଭଲରେ ସମୟ କଟିବ । ପିତା ଏବଂ ଗୁରୁଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । କାମରେ ସଫଳତା ହାସଲ କରିବାକୁ ସକ୍ଷମ ହେବେ । ଆପଣ ଜୀବନରେ ଶାନ୍ତି ପାଇବ | ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ବିନିଯୋଗ କରିବାକୁ ଯୋଜନା କରିବେ ।


ବିଛା ରାଶି
ଏହି ସମୟରେ ଆପଣଙ୍କ ଭାଗ୍ୟ ଖୋଲିବ । ଆଧ୍ୟାତ୍ମିକତା ପ୍ରତି ଅଧିକ ପ୍ରବୃତ୍ତ ହୋଇପାରନ୍ତି । ବିଦେଶ ଭ୍ରମଣ କରିବାର ସୁଯୋଗ ପାଇବେ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ସକ୍ଷମ ହେବେ । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ବୃତ୍ତିଗତ ଜୀବନରେ ସକରାତ୍ମକ ଫଳାଫଳ ପାଇବେ । ପଦୋନ୍ନତି ପାଇବାର ସମ୍ଭାବନା ରହିଛି ।


ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 


Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)


Also Read- Top 10 News Today: ରାଜ୍ୟ ବଜେଟ୍ ଖବର ସହ ଅନ୍ୟ ଅପଡେଟ୍