Surya Gochar 2024: ୨୦ ଦିନ ପରେ ଧନୁ ରାଶିରେ ସୂର୍ଯ୍ୟଙ୍କ ଚଳନ, ୩ ରାଶିରେ ବଡ଼ ପ୍ରଭାବ
ଆସନ୍ତୁ ଜାଣିବା ଡିସେମ୍ବର ମାସରେ ସୂର୍ଯ୍ୟ କେବେ ଏବଂ କେଉଁ ସମୟରେ ରାଶି ପରିବର୍ତ୍ତନ କରିବେ । ଯାହା କିଛି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଏକ ଖରାପ ପ୍ରଭାବ ପକାଇପାରେ ।
Surya Gochar 2024: ଆଜିଠାରୁ ୨୦ ଦିନ ପରେ ଧନୁ ରାଶିରେ ସୂର୍ଯ୍ୟଙ୍କ ଚଳନ ହେବାକୁ ଯାଉଛି । ଯେଉଁଥିପାଇଁ ୧୨ ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ବୋଲି ଜ୍ୟୋତିର୍ବିଦ ଆକଳନ କରିଛନ୍ତି। ଆସନ୍ତୁ ଜାଣିବା ଡିସେମ୍ବର ମାସରେ ସୂର୍ଯ୍ୟ କେବେ ଏବଂ କେଉଁ ସମୟରେ ରାଶି ପରିବର୍ତ୍ତନ କରିବେ । ଯାହା କିଛି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ କିଛି ମାତ୍ରାରେ ଖରାପ ପ୍ରଭାବ ପକାଇପାରେ ।
ଡିସେମ୍ବର ୧୫, ୨୦୨୪ ରାତି ୧୦ଟା ୧୯ରେ ରେ ସୂର୍ଯ୍ୟ ବିଛା ରାଶିରୁ ବାହାରି ଧନୁ ରାଶିରେ ଚଳନ କରିବେ । ଧନୁ ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ କାରଣରୁ ଏହାର ପ୍ରଭାବ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପଡିବ କିନ୍ତୁ ବିଶେଷ କରି ୩ଟି ରାଶିର ବ୍ୟକ୍ତିବିଶେଷଙ୍କର କ୍ଷତି ହେବାର ସମ୍ଭାବନା ରହିଛି । ଆସନ୍ତୁ ଜାଣିବା ସେହି ୩ ଟି ରାଶି ବିଷୟରେ ଯାହା ଜାଣିବା ପରେ ଉକ୍ତ ରାଶିର ବ୍ୟକ୍ତି ସାବଧାନ ହୋଇପାରିବେ । ଆପଣଙ୍କୁ କହିରଖୁଛୁ ଯେ, ଏହି ତଥ୍ୟ ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ରବ୍ୟତ ପାଢୀ ପ୍ରଦାନ କରିଛନ୍ତି ।
ବୃଷ ରାଶି
ଆଗାମୀ ୨୭ ଦିନ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ବିଶେଷ ଭଲ ହେବ ନାହିଁ । ଋଣ ଟଙ୍କା ଫେରସ୍ତ ନହେବା କାରଣରୁ ବ୍ୟବସାୟ ଚାପଗ୍ରସ୍ତ ରହିବେ । ଅତ୍ୟଧିକ ଚିନ୍ତା କାରଣରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଆର୍ଥିକ କ୍ଷତି ସହିବାର ସମ୍ଭାବନା ରହିଛି । ଡିସେମ୍ବର ୧୬ ପର୍ଯ୍ୟନ୍ତ ବ୍ୟବସାୟୀମାନେ କୌଣସି ସ୍ଥାନରେ ବିନିଯୋଗ କରିବା ଉଚିତ ନୁହେଁ । ଛାତ୍ରଛାତ୍ରୀମାନେ କଳହ ସୃଷ୍ଟି କରିପାରନ୍ତି ।
ସିଂହ ରାଶି
ଆପଣଙ୍କ ପାଇଁ ସୂର୍ଯ୍ୟଙ୍କ ଚଳନ ବିପଦ ସୃଷ୍ଟି କରିପାରେ । ଚାକିରି କ୍ଷେତ୍ରରେ ସାବଧାନ ରୁହନ୍ତୁ ନଚେତ ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡିପାରେ । ନିଜସ୍ୱ ଦୋକାନ ଥିଲେ ଅର୍ଥ ଅଭାବର ସାମ୍ନା କରିବାକୁ ପଡିବ । ବ୍ୟବସାୟୀ ବିପୁଳ କ୍ଷତି ସହିପାରନ୍ତି । ମୌସୁମୀ ଜନିତ ରୋଗ କାରଣରୁ ଚାପଗ୍ରସ୍ତ ରହିବେ ।
ବିଛା ରାଶି
ସୂର୍ଯ୍ୟଙ୍କ ଚଳନ ଆପଣଙ୍କ ପାଇଁ ଏତେଟା ଭଲ ହେବ ନାହିଁ । ବୈବାହିକ ଜୀବନରେ ସାଥୀଙ୍କ ସହିତ ମତଭେଦ ଦେଖାଦେଇପାରେ । ଯେଉଁଥିପାଇଁ କିଛି ଦିନ ପାଇଁ ମନ ଖରାପ ରହିବ । ଆୟର ଉତ୍ସ ହ୍ରାସ କାରଣରୁ ଚିନ୍ତା ବଢିବ । ଆର୍ଥିକ ଅବସ୍ଥାକୁ ନେଇ ଚାପଗ୍ରସ୍ତ ରହିବେ । ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହେବାର ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ସମସ୍ୟା ବଢିପାରେ । ପିତାଙ୍କ ସହିତ ମଧ୍ୟ ମତଭେଦ ହୋଇପାରେ ।
Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ
Also Read- ୨୫ ନଭେମ୍ୱରରେ ପୁରୀ ଯାଉଛନ୍ତି କି ? ୪ ଘଣ୍ଟା ଦର୍ଶନ ବନ୍ଦ
Also Read- Ank jyotish numerology: ନଭେମ୍ୱର ଶେଷ ସପ୍ତାହର କେଉଁ ଦିନ ଆପଣଙ୍କ ପାଇଁ ଶୁଭ ଜାଣନ୍ତୁ