Surya Gochar June 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି ପରିବର୍ତ୍ତନ କରିଥାନ୍ତି । ସୂର୍ଯ୍ୟ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ । ସୂର୍ଯ୍ୟ ପ୍ରାୟ ୩୦ ଦିନ ପର୍ଯ୍ୟନ୍ତ ଗୋଟିଏ ରାଶିରେ ଅବସ୍ଥାନ କରିଥାନ୍ତି । ସୂର୍ଯ୍ୟ ୩୬୫ ଦିନରେ ଗୋଟିଏ ରାଶି ଚକ୍ର ପରିବର୍ତ୍ତନ ସଂପୂର୍ଣ୍ଣ କରିଥାନ୍ତି । ବର୍ତ୍ତମାନ ସୂର୍ଯ୍ୟ ବୃଷ ରାଶିରେ ଅଛନ୍ତି, ଜୁନ୍ ୧୫ ରେ ମିଥୁନ ରାଶିରେ ପ୍ରବେଶ କରିବେ । କେତେକ ରାଶିର ବ୍ୟକ୍ତିବିଶେଷ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କାରଣରୁ ଅଶୁଭ ଫଳାଫଳ ଭୋଗିବେ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିବିଶେଷଙ୍କୁ ସତର୍କ ରହିବା ଆବଶ୍ୟକ ।


COMMERCIAL BREAK
SCROLL TO CONTINUE READING

ତୁଳା ରାଶି
ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ କାରଣରୁ ଆପଣଙ୍କ ପାଇଁ ଖରାପ ଦିନ ଆରମ୍ଭ ହୋଇପାରେ । ଟଙ୍କା କାରବାରରେ ଆପଣ ସାବଧାନ ରହିବା ଉଚିତ୍ ନଚେତ୍ ପ୍ରତାରିତ ହୋଇପାରନ୍ତି । କୌଣସି ପ୍ରସଙ୍ଗରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏକ ବଡ ବିବାଦ ସୃଷ୍ଟି ହୋଇପାରେ । ଋଣ ଦେଇଥିବା ଟଙ୍କାରେ କ୍ଷତି ସହିପାରନ୍ତି ।


କର୍କଟ ରାଶି
ମିଥୁନ ରାଶିରେ ସୂର୍ଯ୍ୟଙ୍କ ଚଳନ କାରଣରୁ ଆପଣ ସତର୍କ ରହିବା ଉଚିତ । ଶତ୍ରୁମାନେ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିପାରନ୍ତି । ପିତାମାତାଙ୍କ ସହିତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇପାରେ । ପିଲାମାନଙ୍କ ଉପରେ ନଜର ରଖନ୍ତୁ ।


ବିଛା ରାଶି
ଆପଣଙ୍କ ରାଶିର ଆରାଧ୍ୟ ହେଉଛନ୍ତି ମଙ୍ଗଳଦେବ । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କାରଣରୁ ଆପଣ ଆର୍ଥିକ କ୍ଷତି ସହିପାରନ୍ତି । ଚାକିରି ଏବଂ ବ୍ୟବସାୟରେ ପରିସ୍ଥିତି ପୂର୍ବ ଅପେକ୍ଷା ଖରାପ ହୋଇପାରେ । ରାଜନୀତିରେ ଜଡିତ ଥିବା ବ୍ୟକ୍ତିମାନେ ପଦ ହରାଇବାର ସମ୍ଭାବନା ରହିଛି ।


କୁମ୍ଭ ରାଶି
ଏହି ରାଶିର ଆରାଧ୍ୟ ହେଉଛନ୍ତି ଶନି ଦେବ ଯିଏ ସୂର୍ଯ୍ୟଙ୍କ ପୁତ୍ର । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କାରଣରୁ ନକରାତ୍ମକ ପ୍ରଭାବ ଆପଣଙ୍କ ଉପରେ ପଡିପାରେ । କାହା ସହିତ ବିବାଦ ସୃଷ୍ଟି ହୋଇପାରେ । ଆପଣଙ୍କୁ ସମାଜରେ ଅପମାନର ସାମ୍ନା କରିବାକୁ ପଡିପାରେ । ଛାତ୍ରମାନଙ୍କୁ ଆଶା କରୁଥିବା ଫଳାଫଳ ମିଳିନପାରେ ।


ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 


Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)


Also Read- Shukra Rashi Parivartan 2024: ଶୁକ୍ରଙ୍କ ପ୍ରଭାବରୁ ଏହି ୩ ରାଶିଙ୍କ ଭାଗ୍ୟ ପରିବର୍ତ୍ତନ


Also Read- Guru Rohini Nakshatra Gochar: ଗୁରୁ ନକ୍ଷତ୍ର ପରିବର୍ତ୍ତନ କାରଣରୁ ବୃତ୍ତି, ସ୍ୱାସ୍ଥ୍ୟ ଏବଂ ପ୍ରେମ ଉପରେ ପ୍ରଭାବ