ନୂଆଦିଲ୍ଲୀ: ପ୍ରାୟତଃ ପ୍ରତ୍ୟେକ ବର୍ଷ ସୂର୍ଯ୍ୟପରାଗ ହୋଇଥାଏ। ସୂର୍ଯ୍ୟପରାଗରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ରୁହେ। ଯେଉଁଥିପାଇଁ ସୂର୍ଯ୍ୟ କିରଣ ପୃଥିବୀ ପୃଷ୍ଠରେ ପଡ଼ିପାରେନାହିଁ। ସୂର୍ଯ୍ୟକୁ ଚନ୍ଦ୍ର ଆଂଶିକ ଆଚ୍ଛାଦିତ କଲେ ତାହାକୁ ଆଂଶିକ ସୂର୍ଯ୍ୟପରାଗ କୁହାଯାଏ ଓ ସୂର୍ଯ୍ୟର ମଧ୍ୟ ଭାଗରେ ଆଚ୍ଛାଦିତ କଲେ ତାହାକୁ ବଳୟକାର ସୂର୍ଯ୍ୟପରାଗ କୁହାଯାଏ। ଆସନ୍ତା ଏପ୍ରିଲ ୩୦ ତାରିଖରେ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବାକୁ ଯାଉଛି।


COMMERCIAL BREAK
SCROLL TO CONTINUE READING

ନାସାର Goddard Space Flight Center ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ଏକବିଂଶ ଶତାବ୍ଦୀରେ ମୋଟ ୨୨୪ ଥର ସୂର୍ଯ୍ୟପରାଗ ହେବ। ଏଥିରେ ୭୭ ଥର ଆଶିଂକ, ୭୩ ବଳୟକାର, ୬୮ଟି ପୂର୍ଣ୍ଣ ଓ ୭ଟି ପୂର୍ଣ୍ଣ-ବଳୟକାର ସୂର୍ଯ୍ୟପରାଗ (Solar Eclipse) ରହିଛି। ୨୧ ଜୁନ ୨୦୦୧ରେ ଚଳିତ ଶତାବ୍ଦୀର ପ୍ରଥମ ସୂର୍ଯ୍ୟପରାଗ ହୋଇଥିବା ବେଳେ ୪ ସେପ୍ଟେମ୍ବର ୨୧୦୦ରେ ଶେଷ ସୂର୍ଯ୍ୟ ପରାଗ ହେବ। ୨୦୧୧, ୨୦୧୯, ୨୦୪୭,୨୦୬୫, ୨୦୭୬ ଓ ୨୦୯୪ ମସିହାରେ ସର୍ବାଧିକ ସୂର୍ଯ୍ୟପରାଗ ହେବ ବୋଲି ନାସା ପୂର୍ବାନୁମାନ କରିଛି।


Also Read: ଶନି ଅମାବାସ୍ୟାରେ ସୂର୍ଯ୍ୟପରାଗ; ଏହି ଚାରି ରାଶି ଉପରେ ପଡିବ ପ୍ରଭାବ


୧୫ ଜାନୁଆରୀ ୨୦୧୫ ମସିହାରେ ଚଳିତ ଶତାବ୍ଦୀର ସବୁଠାରୁ ଲମ୍ବା ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଥିଲା। ପ୍ରାୟ ୧୨ ମିନିଟ ୨୯ ସେକେଣ୍ଡ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଚନ୍ଦ୍ର ଘୋଡାଇ ରଖିଥିଲା। ଆଉ ୪ ଦିନ ପରେ ୨୦୨୨ ମସିହାର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହା ଏକ ଆଂଶିକ ସୂର୍ଯ୍ୟପରାଗ ହୋଇଥିବା ବେଳେ କେତେ ସମୟ ପାଇଁ ଦୃଶ୍ୟମାନ ହେବ ତାହା ନାସା ସ୍ପଷ୍ଟ କରିନାହିଁ। ସେହିପରି ୨୫ ଅକ୍ଟୋବର ୨୦୨୨ରେ ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ସୂର୍ଯ୍ୟପରାଗ ହେବ। ଏହା ମଧ୍ୟ ଆଂଶକ ସୂର୍ଯ୍ୟପରାଗ। ତେବେ ଭାରତ ଉପରେ ଏହି ଉଭୟ ସୂର୍ଯ୍ୟପରାଗର କୌଣସି ପ୍ରଭାବ ପଡିବ ନାହିଁ।


ଏହା ପୂର୍ବରୁ ୨୦୨୧, ୨୦୨୦ରେ ଦୁଇଥର ଲେଖାଏଁ ଓ ୨୦୧୯ରେ ତିନିଥର ସୂର୍ଯ୍ୟପରାଗ ହୋଇଥିଲା। ୨୦୧୯ର ଶେଷ ସୂର୍ଯ୍ୟପରାଗ ୨୬ ଡିସେମ୍ବରରେ ହୋଇଥିଲା। ଏହା ୩ ମିନିଟ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଥିଲା। ଅର୍ଦ୍ଧାଧିକ ଏସିୟ ଦେଶରେ ଏହା ବଳୟକାର ଓ ଅଷ୍ଟ୍ରେଲିଆ ଓ ପୂର୍ବ ଆଫ୍ରିକାରେ ଆଂଶିକ ଦୃଶ୍ୟମାନ ହୋଇଥିଲା। ଏହି ସମୟରେ କୋରୋନା ସଂକ୍ରମଣ ଦୁନିଆରେ ଦ୍ରୁତ ଗତିରେ ବିସ୍ତାର କରିଥିଲା। ବର୍ତ୍ତମାନ ବିଶ୍ୱରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଛି। ତେଣୁ ଆସନ୍ତା ଦିନରେ ଏହା ଉପରେ ସୂର୍ଯ୍ୟପରାଗର କିଛି ପ୍ରଭାବ ପଡିବ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। 


Also Read: କେବଳ ଗୋଟିଏ ରାତି ପାଇଁ ବିବାହ କରନ୍ତି କିନ୍ନର, ଜାଣନ୍ତୁ ଏହା ପଛର ରହସ୍ୟ


ସୂର୍ଯ୍ୟପରାଗ ଓ ଏପ୍ରିଲ-ଅକ୍ଟୋବର ମାସ ସହିତ ଏକ ନିବିଡ ସମ୍ପର୍କ ରହିଛି। ଗତ ୨୨ ବର୍ଷ ମଧ୍ୟରେ ୨୦୦୪, ୨୦୦୫, ୨୦୧୪ ମସିହାରେ ଉଭୟ ଏପ୍ରିଲ ଓ ଅକ୍ଟୋବର ମାସରେ ସୂର୍ଯ୍ୟପରାଗ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସେହି ସମାନ ମାସରେ ସୂର୍ଯ୍ୟପରାଗ ହେବ। ଆସନ୍ତା ୨୦୨୩ ଓ ୨୦୨୪ ମସିହାରେ ମଧ୍ୟ ଏପ୍ରିଲ ଓ ଅକ୍ଟୋବର ମାସରେ ସୂର୍ଯ୍ୟପରାଗ ହେବ। କିନ୍ତୁ ୨୦୨୫ରେ ଏହା ମାର୍ଚ୍ଚ ଓ ସେପ୍ଟେମ୍ବର ମାସରେ ଦୃଶ୍ୟମାନ ହେବ ବୋଲି ନାଶା ଆକଳନ କରିଛି।