Vastu Tips for Car Parking: ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରର ବିଶେଷ ଗୁରୁତ୍ୱ ରହିଛି । ଘରର ସମସ୍ତ ଜିନିଷ ସଠିକ୍ ସ୍ଥାନରେ ରଖିବା ପାଇଁ ଉପଯୁକ୍ତ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱାସ କରାଯାଏ ଯେ, ଘରୋଇ ବ୍ୟବହାର ଜିନିଷକୁ ସଠିକ୍ ଦିଗରେ ନ ରଖିବା କାରଣରୁ ଜଣେ ବ୍ୟକ୍ତିର ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ବାସ୍ତୁ ଶାସ୍ତ୍ରରେ ସମସ୍ତ ନିୟମ ପରି କାର୍ ପାର୍କିଂର ନିୟମ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ନିୟମ ମାନିବା ଦ୍ୱାରା ମଣିଷକୁ ଦୁର୍ଘଟଣାରୁ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି । ବାସ୍ତୁ ନିୟମ ମାନିଲେ ଜୀବନରେ ଉନ୍ନତୀ ପରିଲକ୍ଷିତ ହୁଏ ବୋଲି କୁହାଯାଇଛି । ଏପରି ପରିସ୍ଥିତିରେ, ବାସ୍ତୁ ଶାସ୍ତ୍ରର ଏହି ବିଶେଷ ନିୟମ ବିଷୟରେ ଆସନ୍ତୁ ଜାଣିବା ।


COMMERCIAL BREAK
SCROLL TO CONTINUE READING

କାର୍ ପାର୍କିଂ ପାଇଁ ଶୁଭ ଦିଗ
୧- ଯଦି ଆପଣ କାରକୁ ଉତ୍ତର-ପଶ୍ଚିମ ଦିଗରେ ପାର୍କ କରନ୍ତି, ତେବେ ଏହା ଆପଣଙ୍କ ଜୀବନରେ ସଫଳତା ଆଣିଦେବ । ସୁଖ, ସମୃଦ୍ଧି ମିଳିବା ସହ ଆର୍ଥିକ ଲାଭ ଆଣିଥାଏ ।


୨- ଏହା ବ୍ୟତୀତ ଆପଣଙ୍କ କାରକୁ ଦକ୍ଷିଣ-ପଶ୍ଚିମ ଦିଗରେ ପାର୍କିଂ କରିବା ଦ୍ୱାରା ଶତ୍ରୁମାନଙ୍କ ଉପରେ ବିଜୟ ହାସଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । କାରଣ ଏହି ଦିଗ ରାହୁ ସହିତ ଜଡିତ ବୋଲି ବିବେଚନା କରାଯାଇଥାଏ ।


୩- ପଶ୍ଚିମ ଦିଗରେ କାର ପାର୍କିଂ କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ସହ ଜୀବନରେ ସମୃଦ୍ଧି ବଢିବ । କାରଣ ଏହି ଦିଗ ଜଳର ଦେବତା ବରୁଣଙ୍କ ସହ ଜଡିତ ବୋଲି ବିବେଚନା କରାଯାଏ । ବାସ୍ତୁବିଦଙ୍କ ମତ ଅନୁଯାୟୀ, ଯଦି ଆପଣ ନିଜ କାରକୁ ଏକ ଗ୍ୟାରେଜରେ ପାର୍କି କରନ୍ତି, ତେବେ ହଳଦିଆ, ଧଳା ଏବଂ ନୀଳ ରଙ୍ଗ ଗ୍ୟାରେଜ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ, ଗ୍ୟାରେଜରେ ଏହି ରଙ୍ଗଗୁଡ଼ିକ ବ୍ୟବହାର କଲେ ସକରାତ୍ମକ ଶକ୍ତି ମିଳିଥାଏ ।


ଏହି ଜିନିଷ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ


୧- କାରକୁ ସବୁବେଳେ ଘରର ମୁଖ୍ୟ ଫାଟକଠାରୁ ଦୂରରେ ରଖିବା ଆବଶ୍ୟକ ।


୨- ଏହା ବ୍ୟତୀତ କାର ପାର୍କିଂ ସମୟରେ ତା ଉପରେ ଏକ କଭର ରଖିବା ଉଚିତ୍ ।


୩- ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଆପଣଙ୍କ କାରକୁ ସଫା କରିବା ଉଚିତ୍ । କାରକୁ ଅପରିଷ୍କାର ରଖିବା ଉଚିତ୍ ନୁହେଁ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)


Also Read- April 2024 Grah Gochar Rashifal: ଏପ୍ରିଲରେ ୪ଟି ଗ୍ରହ ପ୍ରଭାବରୁ ୪ଟି ରାଶିର ଭାଗ୍ୟ ବଦଳିବ


Also Read- Puri News: ଏପ୍ରିଲ ୧ରେ ୪ ଘଣ୍ଟା ବନ୍ଦ ଜଗା ଦର୍ଶନ