Kk Nayar:ଏହି ବ୍ୟକ୍ତି ନଥିଲେ ହୋଇ ପାରିନଥାନ୍ତା ରାମ ମନ୍ଦିର,ପ୍ରଧାନମନ୍ତ୍ରୀଙ୍କ ଆଦେଶକୁ ବି କରିନଥିଲେ ଖାତିର
ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। ଏହି ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଅଯୋଧ୍ୟାରେ ପହଞ୍ଚିବେ। ଏହାପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାରି ଭିତରେ&nbs
Kk Nayar:
ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। ଏହି ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଅଯୋଧ୍ୟାରେ ପହଞ୍ଚିବେ। ଏହାପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାରି ଭିତରେ ସେହି ବ୍ୟକ୍ତି ମନେ ପଡ଼ନ୍ତି ଯାହାଙ୍କ ବିନା କୋଟି କୋଟି ହିନ୍ଦୁଙ୍କ ଆରାଧ୍ଯଙ୍କ ମନ୍ଦିର କେବେ ସମ୍ଭବ ହୋଇନଥାନ୍ତା । ଦକ୍ଷୀଣ ଭାରତରୁ ଆସୁଥିବା ଜଣେ ପ୍ରଶାସକ ଯିଏ ପ୍ରଭୁ ରାମଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆଦେଶକୁ ଏଡାଇ ଯାଇଥିଲେ । ଯିଏ ମୁଖ୍ୟମନ୍ତ୍ରୀଙ୍କୁ ରୋକଠୋକ କହିଥିଲେ ପ୍ରଭୁ ରାମଙ୍କ ପ୍ରତିମା ହଟାଇବା ଆଗରୁ ମୋତେ ହଟାଇବାକୁ ପଡିବ । ଆମେ କହୁଛୁ ଫୈଜାବାଦ ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ କେ.କେ ନାୟାରଙ୍କ କଥା ।
୧୯୪୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ତାଙ୍କୁ ବିବାଦୀୟ ସ୍ଥାନରେ ରଖାଯାଇଥିବା ରାମ ଲାଲାଙ୍କ ପ୍ରତିମୂର୍ତ୍ତିକୁ ହଟାଇବାକୁ ଦୁଇଥର ନିର୍ଦ୍ଦେଶ ଦେଇଥିଲେ। କେ.କେ ନାୟାର ତାଙ୍କ ନିର୍ଦ୍ଦେଶକୁ ଉଭୟ ଥର ପାଳନ କରିବାରେ ନିଜ ଅସମର୍ଥତା ବ୍ୟକ୍ତ କରିଥିଲେ। ଯାହାକି ହିନ୍ଦୁତ୍ୱ ବିଶ୍ୱାସ କରୁଥିବା ଜଣେ ଅଧିକାରୀ ଭାବରେ ତାଙ୍କର ଭାବମୂର୍ତ୍ତି ସୃଷ୍ଟି କରିଥିଲା ।| ପରେ ସେ ଏଥିରୁ ଲାଭ ମଧ୍ଯ ପାଇଥିଲେ । ସେ ଓ ତାଙ୍କ ପତ୍ନୀ ଲୋକସଭା ସାଂସଦ ହୋଇ ପାରିଥିଲେ । କେବଳ ଏତିକି ନୁହେଁ ତାଙ୍କ ଡ୍ରାଇଭର ମଧ୍ୟ ତାଙ୍କ ଭାବମୂର୍ତ୍ତିର ଲାଭ ପାଇଥିଲେ। ତାଙ୍କ ଡ୍ରାଇଭର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇ ବିଧାୟକ ହୋଇଥିଲେ।
କେ କେ. ନାୟାର ଥିଲେ ୧୯୩୦ ବ୍ୟାଚ୍ ଆଇସିଏସ୍ ଅଧିକାରୀ
୨୨ ଏବଂ ୨୩ ଡିସେମ୍ବର ୧୯୪୯ ର ମଧ୍ୟରାତ୍ରିରେ ରାମ ଲାଲାର ମୂର୍ତ୍ତିକୁ ଗୁପ୍ତ ଭାବରେ ବାବ୍ରି ମସଜିଦରେ ରଖାଯାଇଥିବା ଅଭିଯୋଗ ହୋଇଥିଲା । ରାମଲାଲାଙ୍କ ଅବିର୍ଭାବ ନେଇ ଖବର ଅଯୋଧ୍ୟାରେ ନିଆଁ ଭଳି ବ୍ୟାପିଯାଇଥିଲା । ଲିବରହାନ କମିଶନଙ୍କ ରିପୋର୍ଟ ଅନୁଯାୟୀ, ଘଟଣାସ୍ଥଳରେ ପୋଷ୍ଟ ହୋଇଥିବା କନଷ୍ଟେବଳ ମାତା ପ୍ରସାଦ ଏହି ଘଟଣାରେ ପୋଲିସ ଷ୍ଟେସନ ଇନଚାର୍ଜ ରାମ ଦୁବେଙ୍କୁ ସୂଚନା ଦେଇଥିଲେ। ମାତା ପ୍ରସାଦ କହିଥିଲେ ଯେ ୫୦ ରୁ ୬୦ ଜଣ ଲୋକ ବିବାଦୀୟ ଢାଞ୍ଚାର ତାଲା ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଏହା ପରେ ସେମାନେ ସେଠାରେ ଶ୍ରୀ ରାମଙ୍କ ପ୍ରତିମା ସ୍ଥାପନ କରିଥିଲେ। ଆହୁରି ମଧ୍ୟ ସେମାନେ ହଳଦିଆ ଓ ଗେରୁଆ ରଙ୍ଗରେ କାନ୍ଥରେ ଶ୍ରୀ ରାମ ବୋଲି ଲେଖିଥିବା ମାତା ପ୍ରସାଦ ତାଙ୍କ ଏଫଆଇଆରେ କହିଥିଲେ । ହେମନ୍ତ ଶର୍ମା ତାଙ୍କ ପୁସ୍ତକ 'ଯୁଦ୍ଧ ମୈଁ ଅଯୋଧ୍ୟା'ରେ ଲେଖିଛନ୍ତି ଯେ କେରଳର ଅଲେପ୍ପେ ନିବାସୀ କେ.କେ ନାୟାର ୧୯୩୦ ବ୍ୟାଚ୍ ର ଆଇସିଏସ୍ ଅଧିକାରୀ ଥିଲେ। ଫୈଜାବାଦର ଡିଏମ୍ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାବ୍ରି ଢାଞ୍ଚାରେ ମୂର୍ତ୍ତି ରଖାଯାଇଥିଲା।
ନାୟାର ପଣ୍ଡିତ ନେହେରୁଙ୍କ ଆଦେଶ କ’ଣ କହି ଅମାନ୍ୟ କରିଥିଲେ ?
ହେମନ୍ତ ଶର୍ମା ଏହି ପୁସ୍ତକରେ ଲେଖିଛନ୍ତି ଯେ ନାୟାର ହେଉଛନ୍ତି ବାବ୍ରି ମାମଲା ସହ ଜଡିତ ଆଧୁନିକ ଭାରତର ସେହି ବ୍ୟକ୍ତି, ଯାହାଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ମାମଲାରେ ସବୁଠୁ ବଡ ମୋଡ଼ ଆସିଥିଲା। କେ.କେ ନାୟାର ୧ ଜୁନ୍ ୧୯୪୯ ରେ ଫୈଜାବାଦର କଲେକ୍ଟର ହୋଇଥିଲେ। ୨୩ ଡିସେମ୍ବର ୧୯୪୯ ରେ ପ୍ରଭୁ ରାମଙ୍କ ମୂର୍ତ୍ତିକୁ ମସଜିଦରେ ରଖାଯିବା ପରେ ନେହେରୁ ତତ୍କାଳୀନ ୟୁପି ମୁଖ୍ୟମନ୍ତ୍ରୀ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କୁ ମୂର୍ତ୍ତିଗୁଡ଼ିକୁ ହଟାଇବାକୁ କହିଥିଲେ। ଏହି ପ୍ରତିମୂର୍ତ୍ତିକୁ ହଟାଇବାକୁ ଉତ୍ତରପ୍ରଦେଶ ସରକାର ଜିଲ୍ଲା ମାଜିଷ୍ଟ୍ରେଟ କେ.କେ ନାୟାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଦଙ୍ଗା ଓ ହିନ୍ଦୁ ଭାବନା ଆଘାତ ପାଇବ ବୋଲି କାରଣ ଦର୍ଶାଇ ନାୟର ଆଦେଶ ମାନିବାକୁ ମନା କରିଦେଇଥିଲେ ।
ନାୟାର ସାଂସଦ ହୋଇଥିଲେ, ତାଙ୍କ ଡ୍ରାଇଭର ବିଧାୟକ ହୋଇଥିଲେ
ପୁସ୍ତକ ଅନୁଯାୟୀ, ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହେରୁ ପୁନର୍ବାର ମୂର୍ତ୍ତିଗୁଡ଼ିକୁ ହଟାଇବାକୁ କହିଥିଲେ, ସେତେବେଳେ ନାୟାର ସରକାରଙ୍କୁ ଲେଖିଥିଲେ ଯେ ମୂର୍ତ୍ତିଗୁଡ଼ିକୁ ହଟାଇବା ପୂର୍ବରୁ ତାଙ୍କୁ ହଟାଇ ଦିଆଯାଉ। ଦେଶର ସାମ୍ପ୍ରଦାୟିକ ବାତାବରଣକୁ ବିଚାରକୁ ନେଇ ସେତେବେଳେ ସରକାର ପଛଘୁଞ୍ଚା ଦେଇଥିଲେ। ଡିଏମ ନାୟାର ୧୯୫୨ ରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ତା’ପରେ ସେ ଜନ ସଂଘର ଟିକେଟରେ ଉତ୍ତରପ୍ରଦେଶର ବାହରାଇଚ୍ ଆସନରୁ ଦେଶର ଚତୁର୍ଥ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। ତାଙ୍କ ପତ୍ନୀ ଶକୁନ୍ତଳା ନାୟାର ମଧ୍ୟ ଜନ ସଂଘର ଟିକେଟରେ କେସିଆରଗଞ୍ଜରୁ ତିନିଥର ଲୋକସଭାରେ ପହଞ୍ଚିଥିଲେ। ପରେ ତାଙ୍କ ଡ୍ରାଇଭର ମଧ୍ୟ ଉତ୍ତରପ୍ରଦେଶ ବିଧାନସଭାର ସଦସ୍ୟ ହୋଇଥିଲେ। ବିବାଦୀୟ ସ୍ଥାନରୁ ମୂର୍ତ୍ତିଗୁଡ଼ିକୁ ହଟାଇବାକୁ ମୁସଲମାନମାନେ ବିରୋଧ କରିଥିଲେ। ଉଭୟ ପକ୍ଷ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ତା’ପରେ ସରକାର ସମଗ୍ର ପରିସରକୁ ବିବାଦୀୟ ଘୋଷଣା କରି ତାଲା ପକାଇ ଦେଇଥିଲେ।