ନୂଆ ପରିକଳ୍ପନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର "ବିଧାୟକ"
Advertisement
Article Detail0/zeeodisha/odisha2525455

ନୂଆ ପରିକଳ୍ପନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର "ବିଧାୟକ"

‘ବିଧାୟକ’ ଟାଇଟଲ ଭୂମିକାରେ ଅଭିନୟ କରୁଛନ୍ତି ନବାଗତ ନାୟକ ଡୋରା ଓରଫ ପ୍ରଦୀପ। ଜଣେ ବିଧାୟକ ଭାବରେ ନିର୍ବାଚିତ ହେବା ପରେ ନିଜ ଅଞ୍ଚଳରେ ବଢ଼ିଚାଲିଥ‌ିବା ଅସାମାଜିକ କାର୍ଯ୍ୟକୁ ବନ୍ଦ କରିବାକୁ ସେ ପ୍ରାଥମିକତା ଦେଉଛି ।

ନୂଆ ପରିକଳ୍ପନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର "ବିଧାୟକ"

Entertainment News: ବାସୁଦେବ କ୍ରିଏସନ୍ସ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ବିଧାୟକ’। ଜଣେ ଯୁବକ ବିଧାୟକ ହେବା ପରେ ଅସାମାଜିକ ବ୍ୟକ୍ତିଙ୍କୁ କିପରି ଶାସନ କରୁଛି ତାହାକୁ ଆଧାର କରି ଗଢ଼ା ହୋଇଛି କାହାଣୀ । ‘ବିଧାୟକ’ ଟାଇଟଲ ଭୂମିକାରେ ଅଭିନୟ କରୁଛନ୍ତି ନବାଗତ ନାୟକ ଡୋରା ଓରଫ ପ୍ରଦୀପ। ଜଣେ ବିଧାୟକ ଭାବରେ ନିର୍ବାଚିତ ହେବା ପରେ ନିଜ ଅଞ୍ଚଳରେ ବଢ଼ିଚାଲିଥ‌ିବା ଅସାମାଜିକ କାର୍ଯ୍ୟକୁ ବନ୍ଦ କରିବାକୁ ସେ ପ୍ରାଥମିକତା ଦେଉଛି ।

ମୋଟ ଉପରେ କହିବାକୁ ଗଲେ ଜଣେ ବିଧାୟକଙ୍କର ସମାଜ ପ୍ରତି କ’ଣ କର୍ତ୍ତବ୍ଯ ରହିବା ଦରକାର ତାହା ଏହି ଚଳଚ୍ଚିତ୍ରରେ ଦର୍ଶକ ଦେଖିବାକୁ ପାଇବେ। ବାସୁଦେବ କ୍ରିଏସନ୍ସ ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ରୋଜାଲିନ୍ ତ୍ରିପାଠୀ । ସହ-ପ୍ରଯୋଜନା କରିଛନ୍ତି ଦେବୀପ୍ରସାଦ ତ୍ରିପାଠୀ । ତେବେ ନିର୍ଦ୍ଦେଶକ ଏବଂ ଅନ୍ୟାନ୍ୟ କାଷ୍ଟିଂ ବିଷୟରେ ଅଳ୍ପ ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି  ପ୍ରଯୋଜିକା ପ୍ରକାଶ କରିଛନ୍ତି । ବିଧାୟକର କାହାଣୀ ଏବଂ ଗୀତ ରଚନା କରିବା ସହ ସଙ୍ଗୀତ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବସନ୍ତରାଜ ସାମଲ। ଗୀତଗୁଡ଼ିକ ପାଇଁ କଣ୍ଠଦାନ କରିଛନ୍ତି ବର୍ତ୍ତମାନର ଆଗଧାଡିର କଣ୍ଠଶିଳ୍ପୀ ଦୀପ୍ତିରେଖା, ଶଶାଙ୍କ, ସ୍ବୟଂ ପାଢ଼ୀ, ଶୀତଲ କବି, ସବିଶେଷ ଏବଂ ବିଷ୍ଣୁମୋହନ କବି। ଜଣେ ନବାଗତ ନାୟକଙ୍କୁ ନେଇ କିଛି ନୂଆ ଧରଣର ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରଯୋଜିକା ଅଣ୍ଟା ଭିଡିଛନ୍ତି । ନାୟକଙ୍କର ମଧ୍ୟ ଜୋସ୍ ଅଛି ବିଧାୟକ ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡ଼କୁ ଏକ ଭଲ ସିନେମା ଭେଟି ଦେବା ସହିତ ସମାଜ ପ୍ରତି ଏକ ପ୍ରକାର ସଂସ୍କାର ଆଣିବାକୁ ଚେଷ୍ଟା କରିବେ । ଏହି ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ମୁଖ୍ୟ ରହିଛନ୍ତି ଭରତ ପ୍ରଧାନ ।

Also Read- Budh Gochar 2024: ନଭେମ୍ବର ଶେଷରେ ବୁଧଙ୍କ ଚଳନ, ୩ ରାଶି ରୁହନ୍ତୁ ସତର୍କ