Padampur Bypoll: ବରଗଡ଼ (ବଳରାମ ଦୀପ): ଆସୁଛି ପଦ୍ମପୁର ଉପନିର୍ବାଚନ। ପ୍ରାର୍ଥୀ ଖୋଜା ନେଇ ବଢୁଛି ନେତାଙ୍କ ଟେନସନ। ଉପନିର୍ବାଚନ ବିଜ୍ଞପ୍ତି ବାହାରି ସରିଛି ହେଲେ ଏବେ ସୁଦ୍ଧା ବିଜେପିକୁ ଛାଡିଦେଲେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଥର ଉପନିର୍ବାଚନ ଆସୁଥିବାରୁ ଅନେକ ଗୁଡିଏ ପ୍ରମୂଖ ମୁଦ୍ଦା ସମସ୍ତ ଦଳ ପାଇଁ ଚ୍ୟାଲେଞ୍ଜ ହୋଇଛି। ଚାଷୀଙ୍କ ଇନପୁଟ ସବସିଡ଼ି, ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା, ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅଙ୍ଗନଦୀ ବନ୍ଧ ଯୋଜନାକୁ କାର୍ଯ୍ୟକାରୀ କରିବା, ପଦ୍ମପୁର ଉପଖଣ୍ଡକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା, ପାଇକମାଲକୁ ଏନଏସି ଗଠନ, ଝାରବନ୍ଧରେ ବିଜ୍ଞାନ କଲେଜ, ପଦ୍ମପୁରବାସୀଙ୍କ ପାଇଁ ଉତ୍ତମ ପାନୀୟ ଜଳ, ରାସ୍ତାଘାଟ, ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଭଳି ଅନେକ ନିର୍ବାଚନି ମୁଦ୍ଦା ରହିଛି।


COMMERCIAL BREAK
SCROLL TO CONTINUE READING

ଯିଏ ଏଥର ବିକାଶ କରିବା ପାଇଁ ପ୍ରତିଶ୍ରୁତି ଦେବ ସେଭଳି ପ୍ରାର୍ଥୀଙ୍କୁ ଲୋକେ ଭୋଟ୍ ଦେବାକୁ ମନୋନୀତ କରିଛନ୍ତି । ଯଦି ଦାବି ଗୁଡିକ ଅଣଦେଖା କରାଯାଏ ଉପନିର୍ବାଚନ ସମୟରେ ପ୍ରାର୍ଥୀ ମାନଙ୍କୁ ନାମାଙ୍କନ ପତ୍ର ଦାଖଲ କରିଦିଆଯିବ ନାହିଁ  ବୋଲି କଡା ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ ।


ଉପନିର୍ବାଚନକୁ ନେଇ ପଦ୍ମପୁରରେ ପଡ଼ିଲାଣି ନେତାଙ୍କ ଡେରା। ଭୋଟରଙ୍କୁ ମନାଇବା ପାଇଁ ସବୁ ଦଳରେ ଚାଲିଛି ଜୋରଦାର ପ୍ରସ୍ତୁତି ଓ କସରତ। ରାଜନୈତିକ ଦଳ ଗୁଡିକରେ ପ୍ରାର୍ଥୀ ଖୋଜା ଯେତିକି ଟେନସନ ଦେଉଛି ପଦ୍ମପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନି ମୁଦ୍ଦା ଓ ସମସ୍ୟା ସମାଧାନ ସବୁ ଦଳକୁ ଦ୍ବିଗୁଣିତ କରିଛି ଟେନସନ। ଚାଷୀଙ୍କୁ ଇନପୁଟ ସବସିଡ଼ି ଓ ପ୍ରାଧାନମନ୍ତ୍ରୀ ଫସଲ ବୀମା ସହାୟତା, ପଦ୍ମପୁରକୁ ସ୍ୱତନ୍ତ୍ର ଜିଲ୍ଲା ଗଠନ ଦାବି, ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିବା ଅଙ୍ଗନଦୀବନ୍ଧକୁ କାର୍ଯ୍ୟକାରୀ କରିବା ମୁଖ୍ୟ ମୁଦ୍ଦା ରହିଥିବା ବେଳେ ପାଇକମାଲକୁ ଏନଏସି ଘୋଷଣା, ଝାରବନ୍ଧରେ ବିଜ୍ଞାନ କଲେଜ, ପଦ୍ମପୁରକୁ ଉତ୍ତମ ପାନୀୟ ଜଳ ଯୋଗାଇ ଦେବା, ଆଦିବାସୀ ଦଳିତ ବର୍ଗର ସାମୁହିକ ବିକାଶ କରିବା, ପ୍ରସିଦ୍ଧ ନୃସିଂହନାଥ ପୀଠରୁ ହରିଶଙ୍କର ମନ୍ଦିରକୁ ରୋପୱେ ବ୍ୟବସ୍ଥା କରିବା, ପାଇକମାଲ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କରିବା ଆଦି ନିର୍ବାଚନୀ ମୁଦ୍ଦା ରହିଛି । ଯଦି ନିର୍ବାଚନି ମୁଦ୍ଦା ଗୁଡିକ ପୂରଣ ନହେଲେ ଭୋଟ୍ ବର୍ଜ୍ଜନ କରିବା ସହ ପ୍ରାର୍ଥୀ ମାନଙ୍କୁ ନାମାଙ୍କନ ପତ୍ର ଦାଖଲ କରିଦିଆଯିବ ନାହିଁ ଓ ନିର୍ବାଚନି ପ୍ରକ୍ରିୟାକୁ ବନ୍ଦ କରିଦିଆଜିବ ବୋଲି ଅଞ୍ଚଳବାସୀ କଡା ଚେତାବନୀ।


ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ପରଲୋକ ପରେ ଖାଲି ପଡ଼ିଛି ପଦ୍ମପୁର ବିଧାୟକ ଆସନ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ଡିସେମ୍ବର ୫ରେ ଉପନିର୍ବାଚନ କରିବାକୁ କରିଛନ୍ତି ଘୋଷଣା।  ନଭେମ୍ବର ୧୦ରେ ବାହାରିଚି ନିର୍ବାଚନି ବିଜ୍ଞପ୍ତି । କିନ୍ତୁ ଏଯାଏଁ ବିଜେପି  ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଓ କଂଗ୍ରେସ ଅନ୍ୟଦଳ ଗୁଡ଼ିକରେ ହୋଇନି ପ୍ରାର୍ଥୀ ଘୋଷଣା। ଏଥର ଉପନିର୍ବାଚନରେ ବିଜେଡିରୁ ପଦ୍ମପୁରର ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ପତ୍ନୀ ତିଲୋତ୍ତମା ସିଂ ବରିହା କିମ୍ବା ପୁତୁରା ବୋହୁ ମାଧବୀ ସିଂ ବରିହାଙ୍କୁ ଉଭୟଙ୍କ ମଧ୍ୟରୁ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଭୋଟରଙ୍କ ନଜର ରହିଛି। ବିଜେପିରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ  ଦଳ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କଂଗ୍ରେସର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହେବା ସ୍ପଷ୍ଟ ହୋଇଥିବା ଏକ ପ୍ରକାର ଚର୍ଚ୍ଚା ହେଉଛି। ବିଜେଡି ନିଜ ଗଡ଼କୁ ଦଖଲ କରିବା ପାଇଁ ଜୋରଦାର କସରତ କରୁଥିବାବେଳେ ଧାମନଗର ଭଳି ବିଜେପି ପଦ୍ମପୁରରେ ବିଜୟୀ ପାଇଁ ଆପ୍ରାଣ ମୂର୍ଚ୍ଛା ଉଦ୍ୟମ କରିବାକୁ ଚେଷ୍ଟା କରୁଛି।


୫୮ଟି ପଂଚାୟତକୁ ନେଇ ଗଠନ ହୋଇଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀର ୧୨୯୦୯୩ ପୁରୁଷ ଭୋଟର ଓ ୧୨୬୧୭୩ ମହିଳା ଭୋଟର କେଉଁ ଦଳର କେଉଁ ପ୍ରାର୍ଥୀଙ୍କୁ ନିଜର ମତାମତ ସାବ୍ୟସ୍ତ କରିବେ ତାହା ଆଗାମୀ ସମୟ ହିଁ କହିବ।