Odisha News: ଆଜିଠୁ ନୃତ୍ୟ, ତାଳ, ବାଦ୍ୟ ଓ ଆତିଥ୍ୟରେ ସାରା ଭୁବନେଶ୍ୱର
Advertisement
Article Detail0/zeeodisha/odisha2590843

Odisha News: ଆଜିଠୁ ନୃତ୍ୟ, ତାଳ, ବାଦ୍ୟ ଓ ଆତିଥ୍ୟରେ ସାରା ଭୁବନେଶ୍ୱର

Odisha News: ସାରା ଭୁବନେଶ୍ୱର ଏବେ ଦିନବେଳେ ରଙ୍ଗୀନ ଆଉ ରାତିରେ ରଙ୍ଗୀନ ଆଲୁଅରେ ଝଲମଲ ଦିଶୁଛି। ନାଇଟ ବଜାର, ଆଦିବାସୀ ମେଳାର ପରିବେଶରେ ଯୋଡ଼ି ହେବାକୁ ଯାଉଛି ସଙ୍ଗୀତ, ନୃତ୍ୟ, ବାଦ୍ୟ ଓ ଆତିଥ୍ୟର ଉତ୍କୃଷ୍ଟ ନମୁନାସବୁ। 

Odisha News: ଆଜିଠୁ ନୃତ୍ୟ, ତାଳ, ବାଦ୍ୟ ଓ ଆତିଥ୍ୟରେ ସାରା ଭୁବନେଶ୍ୱର

Odisha News: ସାରା ଭୁବନେଶ୍ୱର ଏବେ ଦିନବେଳେ ରଙ୍ଗୀନ ଆଉ ରାତିରେ ରଙ୍ଗୀନ ଆଲୁଅରେ ଝଲମଲ ଦିଶୁଛି। ନାଇଟ ବଜାର, ଆଦିବାସୀ ମେଳାର ପରିବେଶରେ ଯୋଡ଼ି ହେବାକୁ ଯାଉଛି ସଙ୍ଗୀତ, ନୃତ୍ୟ, ବାଦ୍ୟ ଓ ଆତିଥ୍ୟର ଉତ୍କୃଷ୍ଟ ନମୁନାସବୁ। ଗତ ସନ୍ଧ୍ୟାରୁ ଭୁବନେଶ୍ୱରକୁ ମାନ୍ୟଗଣ୍ୟ ବ୍ରକ୍ତିଙ୍କ ଆଗମନ ଆରମ୍ଭ ହୋଇଛି। ଆଜି ଆରମ୍ଭ ହେବାକୁ ଯାଉଛି ୫ଟି ନୂଆ ଉତ୍ସବ। ପୁଣି ପୁରୀ ବେଳାଭୂମି ବି ଆଜି ଏହି ଉତ୍ସବ ବାତାବରଣରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି। 

ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେବ ରାଜାରାଣୀ ସଙ୍ଗୀତ ଉତ୍ସବ। ଓଡ଼ିଶାୀ, ହିନ୍ଦୁସ୍ତାନୀ, କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତର ବଛାବଛା ପ୍ରତିଭାସବୁ ଏଠାରେ ସେମାନଙ୍କ ଉତ୍କୃଷ୍ଟ ରାଗ ଓ ତାଳର ମାଦକତା ଭରିବେ। ୧୧ ତାରିଖ ଯାଏ ଏହି ଉତ୍ସବ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଚାଲିବ। ପ୍ରତିବର୍ଷ ଏହି ଉତ୍ସବର ଆୟୋଜନ ଏହାକୁ ଆନ୍ତର୍ଜାତିକ ସ୍ତରରେ ଅତ୍ୟନ୍ତ ପରିଚିତ କରିଛି। ଏଣୁ ଏହାକୁ ଉପଭୋଗ କରିବାକୁ ଆନ୍ତର୍ଜାତିକ ଓ ଜାତୀୟସ୍ତରର ଅତିଥିଙ୍କ ସମାଗମ ହେବାଟା ନିଶ୍ଚିତ। 

ସେହିପରି ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆର୍ମ ହେବାକୁ ଯାଉଛି ମୁକ୍ତେଶ୍ୱର ଉତ୍ସବ ୨୦୨୫। ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟର ବିଭିନ୍ନ ଭଙ୍ଗୀକୁ ଏଠାରେ ପ୍ରଦର୍ଶନ କରିବେ କଳାକାର। ସେହିପରି ରବୀନ୍ଦ୍ର ମଣ୍ଡପରେ ମଧ୍ୟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ଓଡ଼ିଶୀ ମହୋତ୍ସବ। ଆପଣ ଚାହିଁଲେ ଯେ କୌଣସି ସ୍ଥାନରେ ନିଜର ପ୍ରିୟ କଳାକାରଙ୍କ କାର୍ଯ୍ୟକ୍ରମକୁ ଉପଭୋଗ କରିପାରିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏସବୁ ଉତ୍ସବ ଆୟୋଜନ କରାଯାଉଛି। ୫ ଦିନ ଧରି ଏହି ଆନ୍ତର୍ଜାତିକ ମହୋତ୍ସବ ଚାଲିବ।

ଭୁବନେଶ୍ୱର ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‍ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଏକାମ୍ର ପୁଷ୍ପ ପ୍ରଦର୍ଶନୀ। ଏହି ଅବସରରେ ଭିନଦ୍ନ ଭିନ୍ନ ପ୍ରକାରର ପୁଷ୍ପକୁ ,ଠାରେ ପ୍ରଦର୍ଶନ କରାଯିବ ତାହା ପୁଶି ଭିନ୍ନ ଭିନ୍ନ ଶୈଳୀରେ। ପ୍ରତିବର୍ଷ ଏହି ଉତ୍ସବ ୩ ଦିନ ପାଇଁ ଆୟୋଜନ କରଯାଇଥାଏ। ଏଥର ୧୧ ତାରିଖ ଯାଏ ଅର୍ଥାତ୍‍ ୫ ଦିନ ଚାଲିବ। 

କିଛିଦିନ ହେଲା ଭୁବନେଶ୍ୱରର ଶୀତକୁ ମଜାଦାର ତଥା ଉପଭୋଗ୍ୟ କରିବା ଲାଗି ଆରମ୍ଭ ହୋଇଛି ଆଦିବାସୀ ମେଳା। ପ୍ରଦା୍ଶନୀ ପଡ଼ିଆରେ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତି ସାମଗ୍ରୀ ପାଇଁ ଉତ୍କୃଷ୍ଟ ବଜାର ଖୋଲିଛି। ଏହାସହ ଆଦିବାସୀଙ୍କ ସଂସ୍କୃତି, ନୃତ୍ୟ, ବାଦ୍ୟକୁ ପ୍ରଦଦର୍ଶନୀ ସହ ଜୀବନ୍ତ ଉପଭୋଗ କରିବା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି ହୋଇଛି। 

ଏସବୁ ଭିତରେ ସବୁଠାରୁ ବଡ଼ ଆକର୍ଷଣ ହେଉଛି  ରାଜ୍ୟରେ ପ୍ରଥମଥର ପାଇଁ ଆୟୋଜନ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ। ବିଭିନ୍ନ ଦେଶରେ ଥିବା ପ୍ରତିଷ୍ଠିତ ଭାରତୀୟମାନଙ୍କ ସହ ବିଦେଶର ରାଷ୍ଟ୍ରଦୂତଙ୍କୁ ଓଡ଼ିଶା ଦେଖାଇବା ଲାଗି ଏହା ଏକ ଉତ୍କୃଷ୍ଟ ସମୟ। ଏଥିଲାଗି ଭୁବନେଶ୍ୱର-ପୁରୀ ପୂରା ନୂଆ ବେଶ ଧାରଣ କରିଛି। ପୁରୀରେ ମଧ୍ୟ ଆଜିଠାରୁ ଉତ୍ସବ ଆରମ୍ଭ ହେଉଛି। ଏସବୁ ଏହି ପ୍ରବାସୀଙ୍କ ଲାଗି ଉତ୍କୃଷ୍ଟ ସମୟ ଅତିବାହିତ କରିବା ଲାଗି ସୁଯୋଗ ସୃଷ୍ଟି କରିବ।