ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର:  ଗୋପାଳପୁର ବେଳାଭୂମି ମହୋତ୍ସବ ୨୦୧୯ ଉଦଯାପିତ ହୋଇଛି । ବଲିଉଡ୍ ଓ ଓଲିଉଡ କଳାକାରଙ୍କ ନାଚଗୀତରେ ଝଲସିଛି ମଞ୍ଚ । ୫ ଦିନ ଯାଏ ଦର୍ଶକଙ୍କୁ ବେଶ୍ ମତୁଆଲା କରିଥିଲା କଳାକାରଙ୍କ ନାଚଗୀତ । ଉଦଯାପନୀ ଉତ୍ସବର ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ ବଲିଉଡର ଖ୍ୟାତାନାମା ସିଙ୍ଗର ଶାନ୍ । ବହୁ ହିଟ ଫିଲ୍ମର ଗୀତ ଗାଇ ଦର୍ଶକଙ୍କୁ ବିମୋହିତ କରିଥିଲେ ଶାନ୍ । ଓଡ଼ିଆ ଗୀତ ସହ ଗଞ୍ଜାମ ଜିଲ୍ଲାର ଲୋକକଳା ମଧ୍ୟ ପରିବେଷଣ ହୋଇଥିଲା । ସେପଟେ, ଏଭଳି ଆୟୋଜନକୁ ପ୍ରଶଂସା କରିବା ସହ ଗୋପାଳପୁର ବେଳାଭୂମିର ବିକାଶ ଦିଗରେ ଏହା ସହାୟକ ହେବ ବୋଲି ଅତିଥିମାନେ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଶେଷ ସନ୍ଧ୍ୟାରେ ବେଳାଭୂମି ପାଲଟିଥିଲା ଲୋକରଣ୍ୟ, ଏହି ଲକ୍ଷାଧିକ ଲୋକଙ୍କ ସମାଗମ ହିଁ ସୂଚାଇ ଦେଉଥିଲା  ମହୋତ୍ସବର ସଫଳତାକୁ, ଶେଷ ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ପଲଟିଥିଲେ ବଲିଉଡ ର କଣ୍ଠଶିଳ୍ପୀ ସାନ, ଡନ  ଫିଲ୍ମ ର ମେରି ଦିୱାନ ମୁଝେ ପେହେଛାନ ସଙ୍ଗୀତ ରୁ ଆରମ୍ଭ ହୋଇ ବହୁ ସୁପର ହିଟ ଫିଲ୍ମର ସୁପରହିଟ ସଙ୍ଗୀତ ପରିବେଷଣ କରି ଲୋକଙ୍କ ମନ ମୋହିଥିଲେ ସାନ, ସଂଗୀତରେ ତାଳେ ତାଳେ ନାଚିଥିଲେ ଦର୍ଶକ, ଏହାପରେ ସେ ଦୁଇ ତାଙ୍କ ସୁମଧୁର କଣ୍ଠ ରେ ଓଡ଼ିଆ ଗୀତ ମଧ୍ୟ ଗାଇଥିଲେ ଯାହା ଦର୍ଶକ ଖୁବ ପସନ୍ଦ କରିଥିଲେ।