ଚିଲିକାରେ ଆରମ୍ଭ ହେଲା ନୌକାୟନ ଅଭିଯାନ
Advertisement
Article Detail0/zeeodisha/odisha2477862

ଚିଲିକାରେ ଆରମ୍ଭ ହେଲା ନୌକାୟନ ଅଭିଯାନ

Boating campaign in chilika: ଚଳିତ ମାସ ୧୫ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୪ତାରିଖରେ ଶେଷ ହେବ। ଏହି ଉଦ୍ ଘାଟାନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କମାଣ୍ଡିଂ ଅଫିସର୍ ଆଇ ଏନଏସ୍ ଚିଲିକା କୋମୋଡୋର୍ ବି ଦୀପକ ଅନିଲ ଯୋଗଦେଇଥିଲେ। 

ଚିଲିକାରେ ଆରମ୍ଭ ହେଲା ନୌକାୟନ ଅଭିଯାନ

ଚିଲିକା: ଚିଲିକାର ଅକାତ ପାଣିରେ ନୌକାୟନ ଅଭିଯାନ ଆରମ୍ଭ ହୋଇଛି। ଜାତୀୟ ସମର ଶିକ୍ଷ୍ୟାର୍ଥି ବାହିନୀ(ଏନସିସି) ଓଡ଼ିଶା ନିର୍ଦ୍ଦେଶାଳୟ ପକ୍ଷରୁ ଭାରତୀୟ ନୌସେନା ପୋତ ଚିଲିକା ନୌକାୟନ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ସର୍ବମୋଟ ୬୦ ଜଣ କ୍ୟାଡେଟ ନୌକାୟନରେ ସାମିଲ ହୋଇ ୨୧୦ କିମି ଅତିକ୍ରମ କରିବାର କାର୍ଯ୍ୟ ସୂଚୀ ରହିଛି। 

ଚଳିତ ମାସ ୧୫ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୨୪ତାରିଖରେ ଶେଷ ହେବ। ଏହି ଉଦ୍ ଘାଟାନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କମାଣ୍ଡିଂ ଅଫିସର୍ ଆଇ ଏନଏସ୍ ଚିଲିକା କୋମୋଡୋର୍ ବି ଦୀପକ ଅନିଲ ଯୋଗଦେଇଥିଲେ।