ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଶୋରଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଓଡିଆରପି କୋଲନିରେ ଜଣେ ନାବାଳିକାଙ୍କୁ ବେକ କାଟି ହତ୍ୟା ଉଦ୍ୟମ ହୋଇଛି । ତେବେ ଗୁରୁତର ଅବସ୍ଥାରେ ଉକ୍ତ ନାବାଳିକାଙ୍କୁ MKCG ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ମୁତାବକ ଏକ ଘରୁ ୭ ବର୍ଷର ଜଣେ ନାବାଳିକାକୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି । ଗୁରୁତର ଶିଶୁର ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି ।  ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଉଥିବା ସୁଚନା ମିଳିଛି  । ତେବେ ଶିଶୁ କନ୍ୟାଟିକୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ପୋଲିସ କାବୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି । ତେବେ ଆକ୍ରମଣ ପଛରେ କଣ କାରଣ ରହିଛି ସେ ନେଇ ତଦନ୍ତ ଜାରି ରହିଛି।