ରାଧେଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଶୀତ ଲହରୀ (Winter Wave)ଆରମ୍ଭରୁ ହିଁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ଘାରିଲାଣି କୋରୋନା ସଂକ୍ରମଣ (Corona Infection)ଭୟ। ପୂର୍ବରୁ ହଟସ୍ପଟ (Hotspot)ତାଲିକାର ଶୀର୍ଷରେ ରହି ଆସିଥିବା ଜିଲ୍ଲାବାସୀଙ୍କୁ କେତେ ଦିନ ସାମାନ୍ୟ ଆସ୍ବସ୍ତି ମିଳିଥିବା ବେଲେ ଏବେ କରୋନା ଗ୍ରାଫ (Corona Graph)ଧିରେ ଧିରେ ଉପର ମୁହାଁ ହେବା ଆରମ୍ଭ କରୁଛି। 


COMMERCIAL BREAK
SCROLL TO CONTINUE READING

ଦ୍ବିତୀୟ ପର୍ଯ୍ୟୟ ସଂକ୍ରମଣ ଯଦି ବ୍ୟାପେ ତାହେଲେ ପରିସ୍ଥିତି ଅଣାୟତ୍ତ ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ପୁଣିଥରେ ନିୟମକୁ କଡାକଡି କରିଛି ଜିଲ୍ଲା ପ୍ରଶାସନ। ଶୀତ ଦିନେ ପର୍ଯ୍ୟଟନସ୍ଥଳୀରେ ବଣଭୋଜି (Picnic)ଆସର ସାଂଗକୁ ଭିଡ ହେବାର ସମ୍ଭାବନା ରହିଥିବା ବେଳେ ନିୟମ ଭଙ୍ଗ କରୁଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ତୃଣମୂଳରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ (Ganjam Dist Adminstaration)ପକ୍ଷରୁ ପୁଣିଥରେ ପ୍ରସ୍ତୁତ ହେଉଛି ରଣନୀତି। 


ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଲେଉଟାଣିର ଭୟ। ଶୀତ ଲହରିରେ ବାହୁଡି ପାରେ ବିପତ୍ତି। ଖାମ ଖିଆଲି ନୀତିକୁ ନେଇ ବଢିଲା ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା। ବିଦେଶରେ କୋରୋନା ଦ୍ବିତୀୟ ପର୍ଯ୍ୟାୟ ତାଣ୍ଡବ ରଚିବା ଆରମ୍ଭ କରିଦେଇଥିବା ବେଲେ ଗଞ୍ଜାମରେ ମଧ୍ୟ ସମାନ ପରିସ୍ଥିତି ଦେଖାଯିବାର ସମ୍ଭାବନା ସୃଷ୍ଟିହୋଇଛି। ପୂର୍ବରୁ କୋରୋନା କବଳରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମଧ୍ୟ ପୁଣିଥରେ ସଂକ୍ରମିତ ହେବ ସମ୍ଭାବନାକୁ ବିଶେଷଜ୍ଞ ସ୍ପଷ୍ଟ କରିବା ପରେ ଏବେ ସମସ୍ତଙ୍କ ମନରେ ଛନକା ପଶିଛି। 


ପ୍ରଥମେ କୋରୋନା ଗ୍ରାଫର ସର୍ବୋଚ୍ଚ ସ୍ଥାନରେ ରହି ଆସିଥିବା ଗଞ୍ଜାମର ସ୍ଥିତି ସୁଧାରିବାରେ ଜିଲ୍ଲା ପ୍ରଶାସନ ସଫଳତାର ସହ ମୁକାବିଲା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଲାଗି ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି। ଶୀତ ଦିନେ ପର୍ଯ୍ୟଟନସ୍ଥଳୀରେ ଅହେତୁକ ଭିଡ ହେବାର ପୁର୍ବରୁ ନଜିର ରହିଥିବା ବେଲେ ଏହାକୁ କିଭଳି ମୁକାବିଲା କରାଯିବ ସେନେଇ ତହସିଲଦାର, ବିଡିଓଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି। ଏପରିକି ଜନ ସଚେତନ ହିଁ ବିପତ୍ତିକୁ ମୁକାବିଲା କରିବାର ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ସାଧାରଣ ଲୋକଙ୍କ ସହଯୋଗ ଲୋଡିଛି ଜିଲ୍ଲା ପ୍ରଶାସନ। 


କିଛି ଦିନ ଧରି ଗଞ୍ଜମରେ ସଂକ୍ରମଣ ଅନେକ ମାତ୍ରାରେ ହ୍ରାସ ପାଇବା ସହ ୨୦ ତଳକୁ ସଂକ୍ରମଣ ରହି ଜିଲ୍ଲାବାସୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିଲା। ହେଲେ ବିଗତ ସପ୍ତାହକ ମଧ୍ୟ ପୁଣି ଥରେ ଜିଲ୍ଲାରେ କୋରୋନା ଗ୍ରାଫ ଉପର ମୁହାଁ ହୋଇଥିବା ଦୈନିକ ସଂକ୍ରମଣ ସଂଖ୍ୟା ୩୦ ଟପୁଥିବା ନଜରକୁ ଆସୁଛି। ଯାହାକି ପୁଣିଥରେ ଧିରେ ଧିରେ ବ୍ୟାପିବାର ସମ୍ଭାବନା ରହୁଛି। ଏହାର ମୁକାବିଲା କରିବା ଲାଗି ଜିଲ୍ଲା ପ୍ରଶାସନ ଏବେ ଠାରୁ କଠୋର ଆଭିମୁଖ୍ୟ ଗ୍ରହଣ କରିବା ଲାଗି ସହରର କିଛି ବୁଦ୍ଧିଜୀବି ଦାବି କରିଛନ୍ତି।