ଦକ୍ଷିଣ ଓଡିଶାବାସୀଙ୍କୁ ରେଳସେବା ପ୍ରଦାନ କରିବାକୁ ଉଠିଲା ଦାବି
ଏବେ ଖାଁ ଖାଁ ହୋଇପଡିଛି ଦକ୍ଷିଣ ଓଡ଼ିଶାର ଏକମାତ୍ର ନିର୍ଭରଶୀଳ ବ୍ରହ୍ମପୁର ରେଳ ଷ୍ଟେସନ, ନା ଅଟକୁଛି ଯାତ୍ରୀବାହୀ ଟ୍ରେନ ନା ଅଛି ଯାତ୍ରୀଙ୍କ ଗହଳି ଚହଳି । ଦୀର୍ଘ ୪ ମାସରୁ ଉର୍ଦ୍ଧ୍ୱ ସମୟ ଧରି ବ୍ରହ୍ମପୁର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏଭଳି ନିଶବ୍ଦତା। ହଟସ୍ପଟ ତାଲିକାର ଶୀର୍ଷରେ ଥିବା ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ଟ୍ରେନ ରହଣି ଉପରେ ରାଜ୍ୟ ସରକାରଙ୍କ ନିବେଦନ କ୍ରମେ ରୋକ ଲଗାଯାଇଥିଲା । ଯାହା ଫଳରେ ନାନା ଅସୁବିଧାର ସମ୍ମୁଖିନ ହୋଇ ଆସୁଛନ୍ତି ରେଳ ଯାତ୍ରୀ ।
ରାଧେଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ଗଞ୍ଜାମରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଜୀବନ ଯାତ୍ରାକୁ ସ୍ୱାଭାବିକ କରିବା ଲାଗି ରାଜ୍ୟ ସରକାର ଅନଲକ୪ (Unlock4) ଲାଗୁ କରିବା ସମୟରେ ଅନେକ କଟକଣାକୁ କୋହଳ କରିଥିବା ବେଳେ ତାଲିକାରୁ ବାଦ ପଡିଛି ରେଳସେବା । ଦୀର୍ଘ ୪ ମାସ ଧରି ଜିଲ୍ଲାରେ ବିଭିନ୍ନ ଷ୍ଟେସନରେ ଯାତ୍ରୀବାହୀ ଟ୍ରେନ ରହଣି ଉପରେ କଟକଣା ଜାରି କରାଯାଇଥିବାବେଳେ, ନାନାଦି ପ୍ରକାର ଅସୁବିଧାର ସମ୍ମୁଖିନ ହେଉଛନ୍ତି ରେଳ ଯାତ୍ରା ଉପରେ ନିର୍ଭର କରୁଥିବା ଯାତ୍ରୀ । ଦକ୍ଷିଣ ଓଡ଼ିଶାର ଏକମାତ୍ର ନିର୍ଭରଶୀଳ ବ୍ରହ୍ମପୁର ରେଳ ଷ୍ଟେସନ ସମେତ ଆଖପାଖ ଷ୍ଟେସନରେ ରେଳସେବା ଯୋଗାଇଦେବା ଦାବିରେ ଜିଲାର ବିଭିନ୍ନ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଲେଣୀ ।
ଏବେ ଖାଁ ଖାଁ ହୋଇପଡିଛି ଦକ୍ଷିଣ ଓଡ଼ିଶାର ଏକମାତ୍ର ନିର୍ଭରଶୀଳ ବ୍ରହ୍ମପୁର ରେଳ ଷ୍ଟେସନ, ନା ଅଟକୁଛି ଯାତ୍ରୀବାହୀ ଟ୍ରେନ ନା ଅଛି ଯାତ୍ରୀଙ୍କ ଗହଳି ଚହଳି । ଦୀର୍ଘ ୪ ମାସରୁ ଉର୍ଦ୍ଧ୍ୱ ସମୟ ଧରି ବ୍ରହ୍ମପୁର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏଭଳି ନିଶବ୍ଦତା। ହଟସ୍ପଟ ତାଲିକାର ଶୀର୍ଷରେ ଥିବା ଗଞ୍ଜାମ ଜିଲ୍ଲାରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ଟ୍ରେନ ରହଣି ଉପରେ ରାଜ୍ୟ ସରକାରଙ୍କ ନିବେଦନ କ୍ରମେ ରୋକ ଲଗାଯାଇଥିଲା । ଯାହା ଫଳରେ ନାନା ଅସୁବିଧାର ସମ୍ମୁଖିନ ହୋଇ ଆସୁଛନ୍ତି ରେଳ ଯାତ୍ରୀ ।
ଏଭଳି ପରସ୍ଥିତିରେ କରୋନା ସଂକ୍ରମଣ କିଛି ଦିନ ଧରି ସ୍ୱାଭାବିକ ହେଉଥିବା ଯୋଗୁଁ ଅନଲକ୪ ନିୟମରେ ଅନେକ କିଛି କଟକଣା ପ୍ରତିହାର ହୋଇଥିବା ବେଳେ ରେଳସେବା ପ୍ରତି ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ସହରର ବୁଦ୍ଧିଜୀବି ସଙ୍ଗଠନ ବ୍ରହ୍ମପୁର ରେଳ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦକ୍ଷିଣ ଓଡିଶାବାସୀଙ୍କୁ ଯଥା ଶୀଘ୍ର ରେଳ ସେବା ପ୍ରଦାନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୨୨ ତାରିଖରୁ କେନ୍ଦ୍ର ସରକାର ରେଳ ସେବା ଉପରେ ରୋକ ଲଗାଇଥିଲେ ।
ଜୁନ ପହିଲାରୁ ରାଜ୍ୟରେ ସ୍ୱତନ୍ତ୍ର ରେଳ ସେବା ପୁଣି ଥରେ ଆରମ୍ଭ ହୋଇଥିଲା, ହେଲେ ମାତ୍ର କିଛି ଦିନର ସେବା ମଧ୍ୟରେ ହଟସ୍ପଟ ତାଲିକାର ଶୀର୍ଷରେ ଥିବା ଗଞ୍ଜାମ ଜିଲ୍ଲାରେ ଯାତ୍ରୀବାହୀ ଟ୍ରେନ ସେବା ସମ୍ପୂର୍ଣ୍ଣ ଠପ ହୋଇପଡିଛି । ଜିଲ୍ଲାର ଖଲିକୋଟ, ରମ୍ଭା, ହୁମା, ଛତ୍ରପୁର, ବ୍ରହ୍ମପୁର ଷ୍ଟେସନରେ ଟ୍ରେନ ରହଣି ନଥିବା ଯୋଗୁ ଚିକିତ୍ସା ଅଥବା ଜରୁରୀକାଳୀନ ପରିସ୍ଥିତିରେ ଲୋକେ ଅଧିକ ଖର୍ଚ୍ଚାନ୍ତ ହୋଇ ଯାତ୍ରା କରୁଥିବାର ଅଭିଯୋଗ ହୋଇଛି । ଅନଲକ୪ ନିୟମ ମୁତାବକ ଜିଲ୍ଲାର ସୀମାରେ ହୋଇଥିବା ସିଲକୁ ପ୍ରତ୍ୟାହର କରାଯିବା ସହ ନାଇଟ କର୍ଫ୍ୟୁକୁ କୋହଳ କରାଯାଇଛି । ଏଭଳି ପରିସ୍ଥିତିରେ କଟକଣା ମଧ୍ୟରେ ଯୁଝି ହେଉଥିବା ଦକ୍ଷିଣ ଓଡିଶାବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତୁରନ୍ତ ରେଳ ସେବା ଯୋଗାଇ ଦେବାକୁ ଦାବି ହୋଇଛି ।