ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ନାଗରିକତା ବିଲକୁ ନେଇ ଆସାମ, ଗୌହାଟିରେ ଲାଗି ରହିଥିବା କର୍ଫ୍ଯୁ ଯୋଗୁଁ  ହଟହଟା ହେଲେ ବ୍ରହ୍ମପୁର ଏନସିସି ଦ୍ଵିତୀୟ ବାଟାଲିନର ୬୫ ଜଣ ଏନସିସି କ୍ଯାଡେଡ । ୧୧ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ  ଶ୍ରୀଲଙ୍ଗର ମେଘାଳୟ ଠାରେ ଆୟୋଜିତ ଅଲ ଇଣ୍ଡିଆ ଟ୍ରେନିଂ କ୍ଯାମ୍ପରେ ଛାତ୍ର ମାନେ ଯୋଗ ଦେବାକୁ ଯାଇ କର୍ଫ୍ଯୁ ଯୋଗୁଁ ହଟହଟା ହେଉଛନ୍ତି । ସେଠାରେ ଅନେକ ଟ୍ରେନ ବାତିଲ ଥିବା ପିଲାଙ୍କ ଫେରିବା କୌଣସି ସ୍ପଷ୍ଟ ହୋଇନଥିବା ଜଣାପଡ଼ିଛି ।
    
ସୂଚନା ମୁତାବକ, ବ୍ରହ୍ମପୁର ୨ୟ ବାଟାଲିଅନର ୬୫ ଜଣ ଛାତ୍ର ନିଜ ଶିକ୍ଷକଙ୍କ ସାଥିରେ ୯ ତାରିଖ ରାତିରେ ଚେନ୍ନାଇ ଗୌହାଟି ଟ୍ରେନ୍ ରେ ଯାତ୍ରା ଆରମ୍ଭ କରିଥିଲେ । ହେଲେ ଆସାମରେ ଲାଗି ରହିଥିବା ହେତୁ ଟ୍ରେନ ବିଳମ୍ବ ରହିଥିଲା । ଯାହା  ଫଳରେ ୧୧ ତାରିଖ ରେ ପିଲାମାନେ  ବିଳମ୍ବରେ ଗୌହାଟି ପହଞ୍ଚି ଥିଲେ । ସେଠାରେ  ୧୧ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏକ କ୍ଯାମ୍ପରେ ଫସି ରହିବା ପରେ ୧୫ ତାରିଖ ଦିନ ନାରଙ୍ଗି ଠାରେ ଚାଲିଥିବା ଏକ କ୍ଯାମ୍ପ କୁ ସ୍ଥାନାନ୍ତର ହୋଇଥିଲେ।  କର୍ଫ୍ଯୁ ଯୋଗୁଁ ପିଲା ମାନେ ଦୀର୍ଘ ଦିନ ଧରି ହଟହଟା ହେବାକୁ ପଡିଥିବା ବେଳେ ବର୍ତ୍ତମାନ ସେମାନେ ସୁରକ୍ଷିତ ଥିବା ସାଥିରେ ଥିବା ଶିକ୍ଷକ ସୁଚନା ଦେଇଛନ୍ତି । ଆସନ୍ତା କାଲି ପିଲାଙ୍କ ଫେରିବା ଟ୍ରେନ୍ ଥିବା ବେଳେ ଟ୍ରେନ୍ ବାତିଲ ଯୋଗୁଁ ଫେରିବା ବର୍ତ୍ତମାନ ସ୍ପଷ୍ଟ ହୋଇ ନଥିବା ଜଣା ପଡିଛି ।