Weather Update: ଜିଏଫଏସ୍ ମଡେଲର ଆକଳନ, ଓଡି଼ଶା ଉପକୂଳରେ ମାଡ଼ ହେବ ବାତ୍ୟା 'ଦାନା '!
Advertisement
Article Detail0/zeeodisha/odisha2477240

Weather Update: ଜିଏଫଏସ୍ ମଡେଲର ଆକଳନ, ଓଡି଼ଶା ଉପକୂଳରେ ମାଡ଼ ହେବ ବାତ୍ୟା 'ଦାନା '!

Weather Update: ଅତି ଭୀଷଣ ରୂପ ନେଇପାରେ ବାତ୍ୟା। ପବନର ବେଗ ୧୫୦ କିମି ଡେଇଁପାରେ। ମାଡ ହେବ ସିଧା ଓଡ଼ିଶା ଉପକୂଳର ପାରାଦୀପରୁ ବାଲେଶ୍ବର ମଝିରେ। ଗ୍ଲୋବାଲ୍  ଫେରକାଷ୍ଟିଂ ମଡେଲ୍ ଏମିତି ପୂର୍ବାନୁମାନ କରିଛି।  

Weather Update:  ଜିଏଫଏସ୍ ମଡେଲର ଆକଳନ,  ଓଡି଼ଶା ଉପକୂଳରେ ମାଡ଼ ହେବ ବାତ୍ୟା 'ଦାନା '!

Weather Update: ଅତି ଭୀଷଣ ରୂପ ନେଇପାରେ ବାତ୍ୟା। ପବନର ବେଗ ୧୫୦ କିମି ଡେଇଁପାରେ। ମାଡ ହେବ ସିଧା ଓଡ଼ିଶା ଉପକୂଳର ପାରାଦୀପରୁ ବାଲେଶ୍ବର ମଝିରେ। ଗ୍ଲୋବାଲ୍  ଫେରକାଷ୍ଟିଂ ମଡେଲ୍ ଏମିତି ପୂର୍ବାନୁମାନ କରିଛି।  ବାତ୍ୟା ରୂପ ନେଲେ ଏହାର ନାମକରଣ 'ଦାନା ' ରଖାଯିବ । ଜିଏଫଏସ୍ ପୂର୍ବାନୁମାନ କରି କହୁଛି , ଓଡି଼ଶା ଭିତରେ ହିଁ ବାତ୍ୟା ବୁଲିବ। ବାତ୍ୟା-ଉପକୂଳରୁ ଆଭ୍ୟନ୍ତର  ଆଉ ଉତ୍ତର ଓଡି଼ଶା। ସପ୍ତାହେ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି।  ବାତ୍ୟା ଦୁର୍ବଳ ପରେ ବି ସପ୍ତାହେ ଯାଏଁ ଓଡିଶା ଉପରେ ଲଘୁଚାପ ରହିବ।  ଜିଏଫଏସ୍ ମଡେଲ୍ ଏଭଳି ଆକଳନ କରିଛି।  

 

ALSO READ: Today Horoscope: ଆଜି ବୃଷ-ମିଥୁନ ସହ ସତର୍କ ରୁହନ୍ତୁ ଏହିସବୁ ରାଶି! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ଖାଲି ଜିଏଫଏସ୍ ନୁହେଁ,  ଏନସିଇପି ମଡେଲ୍ ଆକଳନ ମଧ୍ୟ ବାତ୍ୟା ଆଶଙ୍କା ବଢାଇ ଦେଇଛି। ୨୪ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା  ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ୩୦ ରୁ ୪୦ ପ୍ରତିଶତ ରହିଛି ବୋଲି ଆଇଏମଡି ଇଆରଏଫ୍ ମଡେଲ୍ ପୂର୍ବାନୁମାନ କରିଛି। ଇସି ଏଆଇଏଫଏସ୍ ମଡେଲ୍ କହିଛି କାଟାଗୋରୀ-୧ ବାତ୍ୟା ହେବ।  କିନ୍ତୁ ପାଣିପାଗ ବିଭାଗର ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା ସପ୍ତାହରେ ବାତ୍ୟା ନେଇ ଏଯାଏଁ କୌଣସି ଆକଳନ କରାଯାଇନି।  ଏହି- ସମୟରେ ଲଘୁଚାପ ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ଅବପାତ ରୂପେ ରୂପନେଇପାରେ। ଏହାର ପ୍ରଭାବରେ ଉପକୂଳ ଓଡି଼ଶା ଓ ଉତ୍ତର ଓଡି଼ଶାରେ ବର୍ଷା ହେବ।  

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବ। ଏହା ଉତ୍ତପ -ପଶ୍ଚିମ ଦିଗ ଆଡକୁ ଯାଇପାରେ।  ଏହା ଅଧିକ ଘନୀଭୂତ ହୋଇ ପାରେ।  କିନ୍ତୁ ଏହା ବାତ୍ୟା ସମ୍ଭାବନାକୁ ନେଇ କୌଣସି ପୂର୍ବାନୁମାନ ନାହିଁ। ୨୩ ଓ ୨୪ ତାରିଖ ବେଳକୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡି଼ଶାରେ ବର୍ଷା ହେବ ବୋଲି ସେ କହିଛନ୍ତି। ସେପଟେ, କିନ୍ତୁ ଜିଏଫ୍-ଏସ୍ ମଡେଲ୍ ସଦ୍ୟ ଆକଳନ ଅନୁସାରେ, ୨୪ ତାରିଖ ରେ ପାରାଦୀପରୁ ବାଲେଶ୍ବର ମଝିରେ  ଓଡି଼ଶା ଉପକୂଳର କୌଣସି ସ୍ଥାନରେ ବାତ୍ୟା ମାଡ଼ ହୋଇପାରେ।  ଲ୍ୟାଣ୍ତଫଲ୍ ସମୟରେ ବାତ୍ୟା କେନ୍ଦ୍ରସ୍ଥଳ ର ଚାପ ୯୪୪ ମିଲିବାର୍ ରହିବ। ଏହା ଅତିଭୀଷଣ ବାତ୍ୟା ରୂପ ନେଇପାରେ। ୨୫ ତାରିଖରେ ମଧ୍ୟ ଓଡି଼ଶାରେ ବାତ୍ୟାର ପ୍ରଭାବ ରହିବ। ବାତ୍ୟା ପ୍ରଭାବରେ ରାଜ୍ୟରୁ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ ବୋଲି ସୂଚନା ମିଳିଛି।