ଗଜପତି: ବିବାହ ଉତ୍ସବରୁ ଫେରୁଥିବାବେଳେ କନ୍ୟା ପକ୍ଷ ଗାଡ଼ି ରାୟଗଡା ଥାନା ସେବକପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିଳମ୍ବିତ ରାତିରେ ଗଛକୁ ପିଟି ବସ୍ ଓଲଟି ପଡ଼ିବାରୁ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଅନେକ ଶିଶୁ ଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ସୋମବାର ବିଳମ୍ବିତ ରାତିରେ ରାୟଗଡା ଥାନା ଅନ୍ତର୍ଗତ ସେବକପୁର ନିକଟର ଏକ କନ୍ୟାଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗଛକୁ ପିଟି ବସ ଓଲଟି ପଡିଛି। ଲୋକଙ୍କ କହିବା ଅନୁସାରେ ବସ ଦ୍ରୁତ ଗତିରେ ଆସୁଥିଲା। କୁହୁଡି ଯୋଗୁଁ ଟର୍ଣିଂରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲା। ଆଉ ଅନିୟନ୍ତ୍ରୀତ ହୋଇ ଗଛରେ ପିଟିହୋଇ ବସ ଓଲଟି ପଡିଥିଲା।


Also Read: ଫିଲ୍ମ ଷ୍ଟାଇଲରେ ବାଲିଗୁଡ଼ା ଜେଲରୁ କଏଦୀ ଫେରାର, ଏମିତି କରିଥିଲା ପ୍ଲାନ୍


ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ୫ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ୪ ଜଣ ଶିଶୁ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଆହତ ଯାତ୍ରୀଙ୍କୁ ପାରଳାଖେମୁଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇପାରେ। ରାୟଗଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।



ମିଳିଥିବା ସୂଚନାନୁସାରେ, ଗଞ୍ଜାମ ପଲୋସରା ବ୍ଲକର ରୁମାଗଡରୁ ପ୍ରାୟ ୩୮ ଜଣ କନ୍ୟା ଯାତ୍ରୀ ବସ ଯୋଗେ ପାରଳାଖେମୁଣ୍ଡି ଯାଇଥିଲେ। ବିବାହ ଉତ୍ସବ ସାରି ଫେରିଲା ବେଳେ ବିଳମ୍ବିତ ରାତିରେ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗାଡି ଦ୍ରୁତ ଗତିରେ ଥିବାରୁ ଟର୍ଣ୍ଣିଂରେ ଓଲଟି ପଡିଥିବା ଅନୁମାନ କରାଯାଉଛି।