ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ମେଡିକାଲର ଅଡ଼ିଟୋରିୟମ ହଲରେ ଓଡିଶା ଅନ୍ତଃସ୍ରାବ ସୋସାଇଟି ତରଫରୁ ଅଷ୍ଟମ ବାର୍ଷିକ ସମ୍ମିଳନୀ  ଅନୁଷ୍ଠିତ ହୋଇଛି । ଏହି କର୍ମଶାଳା ଗତ କାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତାକାଲି ଅର୍ଥାତ ୧୫ ତାରିଖରେ ଶେଷ ହେବ । ଏହି ଅବସରର ଦ୍ୱିତୀୟ ଦିନ କର୍ମଶଳାରେ ମୁଖ୍ୟ ଅତିଥି ଭାବେ ମହା ମହିମ ରାଜ୍ୟପାଳ ଶ୍ରୀଗଣେଶଲାଲ ଯୋଗ ଦେଇଥିବା ବେଳେ ଏହି କର୍ମଶାଳାରେ ବିଭିର୍ନ ସ୍ଥାନରୁ ବହୁ ଡାକ୍ତର ଯୋଗ ଦେଇ ଡାଇବେଟିସ, ହର୍ମୋନ ଜନିତ ସମସ୍ୟା, ବିଷୟରେ ଆଲୋଚନା କରିଥିଲେ । 


COMMERCIAL BREAK
SCROLL TO CONTINUE READING

 


ଡାଇବେଟିସ ରୋଗର ନିରାକରଣ ସରଳ ଚିକିତ୍ସା କ୍ଷେତ୍ରରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଡାକ୍ତର ବିସ୍ତୃତ ଆଲୋଚନା କରିଥିବାବେଳେ ଏହା ଅଗାମୀ ଦିନରେ ରୋଗୀ ଚିକିତ୍ସା କ୍ଷେତ୍ରରେ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି। ସେପଟେ ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦ ଚିକିତ୍ସା ବର୍ତମାନ ସୁଦ୍ଧା ଅଗ୍ରୀନ ଭୂମିକା ଗ୍ରହଣ କରିଥିବାବେଳେ, ଏଲୋପାଥି  ଚିକିତ୍ସା କ୍ଷେତ୍ରରେ ଅଧିକ ନୂତନ ପନ୍ଥା ବାହାର କରିବା ଆବଶ୍ୟକ ରହିଥିବା କଥା  ରାଜ୍ୟପାଳ ଶ୍ରୀଗଣେଶଲାଲ  ଯୋଗଦେଇ ଦେଶରୁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଡାକ୍ତରଙ୍କୁ ପରାମର୍ଶ ଦେଇଛନ୍ତି।