Top 10 News Headlines: ଆଜି ମିଳିବ ସିଏମ କିଷାନ ଟଙ୍କା, ମଣିପୁରରେ ପୁଣି ହିଂସା ସହ ଅନ୍ୟାନ୍ୟ ବଡ଼ ଖବର
Advertisement
Article Detail0/zeeodisha/odisha2419966

Top 10 News Headlines: ଆଜି ମିଳିବ ସିଏମ କିଷାନ ଟଙ୍କା, ମଣିପୁରରେ ପୁଣି ହିଂସା ସହ ଅନ୍ୟାନ୍ୟ ବଡ଼ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

Top 10 News Headlines: ଆଜି ମିଳିବ ସିଏମ କିଷାନ ଟଙ୍କା, ମଣିପୁରରେ ପୁଣି ହିଂସା ସହ ଅନ୍ୟାନ୍ୟ ବଡ଼ ଖବର
Bird Flu In Kendrapara: ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। ଏଣ୍ଡର, ନରସିଂହପୁର, ତିଲଙ୍ଗରେ ବ୍ୟାପକ କୁକୁଡ଼ା ମରି ପଡ଼ିଥିବା ସୂଚନା ମିଳିଛି। ଡେରାବିଶ ବ୍ଲକ ବାଲିଆ ପଞ୍ଚାୟତର ଅନେକ ଫାର୍ମରେ କୁକୁଡ଼ା ମରି ପଡ଼ିଛନ୍ତି। ଏହି ଅଞ୍ଚଳରେ ଥିବା ଅନେକ ଫାର୍ମରେ ବହୁ କୁକୁଡ଼ାଙ୍କ ମୃତ୍ୟୁ ହେଉଥିବାରୁ ଏଠାରେ ବାର୍ଡ ଫ୍ଲୁ ଆଶଙ୍କା କରାଯାଉଛି। ୧୨ ଦିନ ତଳେ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ଜିଲ୍ଲା ଓ ଜିଲ୍ଲା ବାହାରର ବିଶେଷଜ୍ଞ ଟିମ୍‍ ଦ୍ୱାରା ପକ୍ଷୀଙ୍କୁ ପୋତିବା କାର୍ଯ୍ୟ ଆରମ୍ଭ ହେବ। ସମ୍ପୃକ୍ତ ଅଞ୍ଚଳରେ ୨୫ରୁ ଅଧିକ ଫାର୍ମ ରହିଥିବାରୁ ସଂକ୍ରମିତ ଅଞ୍ଚଳର ୧ କିଲୋମିଟର ଅଞ୍ଚଳରେ କୁକୁଡ଼ା ପୋତାଯିବ । ୯ଟି ଦ୍ରୁତ କାର୍ଯ୍ୟାନ୍ୱୟନ କମିଟି ସହ ଅନ୍ୟ ଜିଲ୍ଲାରୁ ଟିମ୍‍ ଆସୁଛନ୍ତି।
 
Nuakhai At Western Odisha: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଯାହାକୁ ନେଇ ଉତ୍ସବମୁଖର ସାରା ପଶ୍ଚିମ ଓଡ଼ିଶା। ଘରେ ଘରେ ଚାଲିଛି ପ୍ରସ୍ତୁତି। ପିଠା, ମିଠାରେ ମହକିଲାଣି ଗାଁଠୁ ସହର। ଆଜି ଶୁଭ ଲଗ୍ନରେ ଅଧିଷ୍ଠାତ୍ରୀ ଦେବୀଙ୍କୁ ନବାନ୍ନ ଲାଗି କରିବା ପରେ ସମସ୍ତେ ଏକାଠି ବସି ଖାଇବେ ନୂଆଁ। ନୂଆ ଲୁଗା ପିନ୍ଧି, ନାଚି ଗାଇ ଧୁମଧାମରେ ନୂଆଁଖାଇ ଉତ୍ସବ ମନାଇବା ପାଇଁ ଲାଗି ପଡ଼ିଛନ୍ତି ସମସ୍ତେ। ଭାଇଚାରା, ସଂସ୍କୃତି, ପରମ୍ପରାର ନିଦର୍ଶନ ତଥା କୃଷିଭିତ୍ତିକ ଏହି ଗଣପର୍ବ ନୂଆଁଖାଇକୁ ନେଇ ପଶ୍ଚିମ ଓଡ଼ିଶା ବେଶ ଉତ୍ସବ ମୁଖର।
 
CM Kisan Yojana:ରବିବାର ଅର୍ଥାତ୍ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ (Odisha CM Mohan Charan Majhi)ପ୍ରମୁଖ କୃଷି ପର୍ବ ନୂଆଁଖାଇ ଅବସରରେ ସମ୍ବଲପୁରରୁ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଏହାର ଆନୁଷ୍ଠାନିକ ଶୁଭାରମ୍ଭ ହେବ, ଯେଉଁଥିରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିରେ ଅନ୍ତର୍ଭୁକ୍ତ ହୋଇନଥିବା କୃଷକମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୪,୦୦୦ ଟଙ୍କା ସହାୟତା ଦିଆଯିବ । ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳୀରାମ ବୋନାଦାର କହିଛନ୍ତି, ଯେଉଁ ଭୂମିହୀନ ଚାଷୀମାନେ ପିଏମ୍ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାନ୍ତି ସେମାନେ ସିଏମ୍ କିଷାନ ଯୋଜନାର ଲାଭ ପାଇବେ। ଦୁଇଟି ପର୍ଯ୍ୟାୟରେ ଚାଷୀଙ୍କୁ ପ୍ରାୟ ୪ ହଜାର ଟଙ୍କା ସହାୟତା ଦିଆଯିବ। 
 
MVI Arrested By Vigilance ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମଭିଆଇ ବିଜୟ କୁମାର ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ନେଇ ନୂଆପଡ଼ାରୁ ଭୁବନେଶ୍ଵର ଆସୁଥିବାବେଳେ ଧରିଲା ଭିଜିଲାନ୍ଶ। ପାଖରେ ଥିବା ଟଙ୍କା ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ସମସ୍ତ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମଭିଆଇଙ୍କ ୫ଟି ସ୍ଥାନରେ ଚଢାଉ ଜାରି ରହିଛି। 
 
Odisha Weather Today: ଆଉ ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ।ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଉପକୂଳ ରେ ହେବ ଅବପାତ।ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଅବପାତ।ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡଖଣ୍ଡ  ଦେଇ ଛତିଶଗଡ଼ ମୁହାଁ ହେବ।ପ୍ରଭାବରେ ୧୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଯାଉଛି । ତେବେ ଏହାର ପ୍ରଭାବରେ ସମସ୍ତ ଉପକୂଳ ଜିଲ୍ଲାମାନଙ୍କରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା। ବିଶେଷକରି ପୁରୀ, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ ଏବଂ ଯାଜପୁର ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହେବ।
 
Building collapsed in Lucknow: ଶନିବାର ସନ୍ଧ୍ୟା ୫ଟା ସମୟରେ ଲକ୍ଷ୍ନୌର ଟ୍ରାନସପୋର୍ଟ ନଗରରେ ଏକ ତିନି ମହଲା କୋଠା ଭୁଶୁଡିଛି । କୋଠା ଭୁଶୁଡ଼ିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ୩୦ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ଟିମ୍ । ସେଥିମଧ୍ୟରୁ ୨୭ ଜଣ ଗୁରୁତର ଆହତ ଅଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଗତକାଲିଠୁ ଖବର ଲେଖା ହେବା ପର୍ଯ୍ୟନ୍ତ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଶାସନିକ ଅଧିକାରୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।
 
Jaishankar Addresses United Nations: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ସମୟରେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଯୋଗ ଦେବେ ନାହିଁ। ସେପ୍ଟେମ୍ବର ୨୮ ରେ ୟୁଏନଜିଏ ଅଧିବେଶନରେ ବାର୍ଷିକ ସାଧାରଣ ବିତର୍କରେ ଭାରତ ଏକ ବିବୃତି ଦେବ । ସେପ୍ଟେମ୍ବର ୨୮ରେ ହେବାକୁ ଥିବା ଜାତିସଂଘ ସାଧାରଣ ସଭା (ୟୁଏନଜିଏ)ର ୭୯ତମ ଅଧିବେଶନର ବାର୍ଷିକ ବିତର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଥାନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ବୟାନ ଦେବେ। ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ସଂଶୋଧିତ ବକ୍ତା ତାଲିକାରୁ ଏହା ଜଣାପଡ଼ିଛି।
 
Pak Statement On Kargil War: ଶେଷରେ ପାକିସ୍ତାନ ସ୍ୱୀକାର କରିଛି ଯେ ତା'ର ସୈନିକମାନେ କେବଳ କାର୍ଗିଲ ଯୁଦ୍ଧରେ ଭାଗ ନେଇନଥିଲେ, ବରଂ ଆତଙ୍କବାଦୀଙ୍କ ସହ ମିଶି ଭାରତ ବିରୋଧରେ ଏକ ଗଭୀର ଷଡ଼ଯନ୍ତ୍ର ମଧ୍ୟ କରିଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଏହା କୌଣସି ଶାସକ ପ୍ରକାଶ କରିନାହାନ୍ତି, ବରଂ ଦେଶର ବର୍ତ୍ତମାନର ସେନାମୁଖ୍ୟ ଜେନେରାଲ ଅସୀମ ମୁନିର ଏହା ପ୍ରକାଶ କରିଛନ୍ତି। ପ୍ରଥମ ଥର ପାଇଁ ଦେଶର ସେନାର ସର୍ବୋଚ୍ଚ ପଦବୀରେ ବସିଥିବା ଜଣେ ବ୍ୟକ୍ତି କାର୍ଗିଲ ଯୁଦ୍ଧରେ ପାକିସ୍ତାନୀ ସୈନିକ ସମ୍ପୃକ୍ତ ଥିବା କଥା ସମଗ୍ର ବିଶ୍ୱ ଆଗରେ ସ୍ୱୀକାର କରିଛନ୍ତି । ଖାଲି ସେତିକି ନୁହେଁ, ଅସୀମ ମୁନିର ୧୯୯୯ ମସିହାରେ ଭାରତ ସହ ହୋଇଥିବା ଯୁଦ୍ଧକୁ ପୂର୍ବ ପଡ଼ୋଶୀ ଦେଶ ସହ ଲଢ଼ିଥିବା ଏକ ପ୍ରମୁଖ ଯୁଦ୍ଧ ଭାବେ ଗଣନା କରିଛନ୍ତି।
 
ASI News: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଏହାର ଖନନ ପ୍ରକଳ୍ପର କିଛି ଅଂଶ ରାଜ୍ୟ ଓ ସ୍ବତନ୍ତ୍ର ବିଶ୍ବବିଦ୍ୟାଳୟଗୁଡ଼ିକୁ ଆଉଟସୋର୍ସ କରିବାକୁ ଯୋଜନା କରୁଛି, କାରଣ ଏହି କାର୍ଯ୍ୟ ପାଇଁ କର୍ମଚାରୀ ଓ ସମ୍ବଳର ଅଭାବ ରହିଛି। ତେବେ ଏଏସଆଇ ବଡ଼ ବଡ଼ ପ୍ରକଳ୍ପ ପରିଚାଳନା ଜାରି ରଖିବ। ସୂତ୍ରରୁ ପ୍ରକାଶ ଯେ ଚଳିତ ବର୍ଷଠାରୁ ଅନ୍ୟ ପ୍ରକଳ୍ପ ଗୁଡ଼ିକୁ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ପ୍ରତ୍ନତତ୍ତ୍ୱ ବିଭାଗ ସହିତ ନିୟୋଜିତ କରିବ ଏବଂ ଖନନ ପାଇଁ ଧାର୍ଯ୍ୟ କରାଯାଇଥିବା ବାର୍ଷିକ ବଜେଟରୁ ସେଗୁଡ଼ିକୁ ପାଣ୍ଠି ଯୋଗାଣ କରିବାକୁ ଯୋଜନା ରହିଛି। ଏହା ଏହି ପ୍ରକଳ୍ପଗୁଡିକର ତଦାରଖ କରିବ, ଏବଂ ଏଥିରେ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ କିମ୍ବା ଜଟିଳ କାର୍ଯ୍ୟ ଅଛି କି ନାହିଁ ସେ ଦିଗରେ ପଦକ୍ଷେପ ନେବ ।
 
Manipur Violence: ମଣିପୁରରେ ପୁଣି ହିଂସା । ସାନି ହିଂସାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଜିରିବାମ୍ ଜିଲ୍ଲର ନୁଙ୍ଗଚାପି ଗାଁରେ କୁକି ସଂପ୍ରଦାୟ ପକ୍ଷରୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ରକେଟ୍ ଦ୍ବାରା ବୋମା ମାଡ଼ରେ ଜଣେ ୬୩ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ପରେ କୁକି ଓ ମେଇତେଇ ସଂପ୍ରଦାୟ ମଧ୍ୟରେ ଗୁଳିଗୋଳା ବିନିମୟରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳକୁ ପୋଲିସ ଯାଇଥିଲା । କିନ୍ତୁ ପୋଲିସ ଉପରକୁ ବି ଗୁଳି ଚଳାଇଥିଲେ ଦୁର୍ବୃତ୍ତ । ତେବେ ପୋଲିସ ଅଧିକ ଆକ୍ରମଣାତ୍ମକ ପନ୍ଥା ଆପଣାଇ ପରିସ୍ଥିତି ନିୟନ୍ତ୍ରଣ କରିଛି ।