ରାଧାଶ୍ୟାମ ଆଚାର୍ଯ୍ୟ, ଭୁବନେଶ୍ୱର: ପିଲାଙ୍କ ଭବିଷ୍ୟତ ଗିଢିବା ଦିଗରେ ନିଜର ଦକ୍ଷତା ପ୍ରତିପାଦନ କରି କିଛି ବର୍ଷ ହେଲା ବେସ ସୁନାମ ଅର୍ଜନ କରିଆସିଥିବା ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍ ଏବେ ବୃକ୍ଷ ମଣିଷ ଭାବରେ ବେଶ ପରିଚିତ । ପରିବେଶକୁ ସବୁଜ ସୁନ୍ଦର କରିବା ସହ ଲଣ୍ଡା ପାହାଢ଼ ମାନଙ୍କରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ଲାଗି ଆପଣେଇଛନ୍ତି ଅଭିନବ ପ୍ରୟାସ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ମୁକୁଳା ହୋଇ ପଡିଥିବା ଗଞ୍ଜାମ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାରେ ଲକ୍ଷାଧିକ ବୃକ୍ଷ ରୋପଣ କରିବା ସହ ଗ୍ରାମବାସୀଙ୍କୁ ସାଥିରେ ନେଇ ବୃକ୍ଷର ଉପକାରିତା ସମ୍ପର୍କରେ ଦେଇ ଚାଲିଛନ୍ତି ସଚେତନତାର ବାର୍ତ୍ତା । 


COMMERCIAL BREAK
SCROLL TO CONTINUE READING


ଏ ହେଉଛନ୍ତି ପ୍ରତିଷ୍ଠିତ ଶିକ୍ଷାବିତ ସୁଧୀର କୁମାର ରାଉତ । ପିଲାଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବାରେ ବେସ ସଫଳତା ହାସଲ କରି ଶିକ୍ଷା ଶ୍ରୀ ପୁରସ୍କାର ପ୍ରାପ୍ତ କରି ସମ୍ମାନୀତ ହୋଇଛନ୍ତି । ପେଶାରେ ଯଦିଓ ଜଣେ ଦକ୍ଷ ଅଧ୍ୟାପକ କିନ୍ତୁ ନିଶା ତାଙ୍କର ବୃକ୍ଷ ରୋପଣ । ଏଥିଲାଗି ପରିବଶକୁ ସବୁଜ ସୁନ୍ଦର କରିବା ସହ ଗତ କିଛି ବର୍ଷ ଧରି ମୁକୁଳା ପାହାଡରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ଲାଗି ଜାରି ରଖିଛନ୍ତି ଅଭିନବ ପ୍ରୟାସ । ଜିଲ୍ଲାର ବାଳ କୁମାରୀ, ପୋଡା ପଦର, ଚନ୍ଦନିଆ, ଲଣ୍ଡା ପାହାଢ, ଟାମଣା, ବାଣିଆ ମାରି ଚେର ମାରିଆ ଭଳି ୧୨ରୁ ଉର୍ଦ୍ଧ ପର୍ବତ ଓ ପାହାଡରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରିବାରେ କିଛି ଜାଗାରେ ସଫଳ ହୋଇଥିବା ବେଳେ ନିଜ ଲକ୍ଷ ପୂରଣ କରିବା ଲାଗି ଚଳାଇଛନ୍ତି ଉଦ୍ୟମ । ଦେଖନ୍ତୁ ଏହି ଦୃଶ୍ୟକୁ ବିଭିନ୍ନ ଗଛର ମଞ୍ଜିକୁ ମାଟିର ଗୁଳା କରି ପାହାଡ଼ ପାହାଡ଼ ବୁଲି ଫିଙ୍ଗି ଚାଲିଛନ୍ତି ଲକ୍ଷ ଲକ୍ଷ ମଞ୍ଜିଗୁଳା । ଜୋରଦାର ବର୍ଷା ପାଣି ପଡିବା ମାତ୍ରକେ ସେଠାରେ ଆପେ ଆପେ ଗଛ ଉଠି ଜଙ୍ଗଲ ସୃଷ୍ଟି ହେଉଛି । ୨୦୦୭ ମସିହା ଠାରୁ ବୃକ୍ଷ ରୋପଣ ଦିଗରେ ମନ ବଳାଇ ଥିବା ସୁଧୀର ବାବ ଅନେକ ସ୍ଥାନରେ ସଫଳ ହୋଇଥିବା ବେଳେ ତାଙ୍କର ଉଦ୍ୟମକୁ ନେଇ ବନ ବିଭାଗ ପକ୍ଷରୁ ମଧ୍ୟ ମଳିଛି ପ୍ରକୃତି ବନ୍ଧୁ ପୁରସ୍କାର ।


ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖିନ ହୋଇ ଆସୁଥିବା ଗଞ୍ଜାମ ଜିଲ୍ଲା ଏକ ପ୍ରକାର ମୁକୁଳା ହୋଇ ପଡିଥିବା ବେଲେ ଅନେକ ସ୍ଥାନରେ ବୃକ୍ଷ ରୋପଣ କରି ସବୁଜ ବନାନି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ସୁଧୀର ବାବୁ । ନିଜ ଜିଲ୍ଲା ସମେତ ପୁରୀ, ଖୋର୍ଦ୍ଧା, କଟକ ଭଳି ବିଭିନ୍ନ ଜିଲ୍ଲାରେ ଗାଁ ଗାଁ ବୁଲି ନିସ୍ୱାର୍ଥରେ ଜନ ସଚେତନ ସୃଷ୍ଟି କରିବା ସହ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଚାରା ରୋପଣ କରିବାରେ ସଫଳ ହୋଇଛନ୍ତି । ଗାଁ ଗାଁ ବୁଲି ସ୍କୁଲ ପରିସରରେ ହେଉ ଅବା ରାସ୍ତାକଡ ଅବା ଗାଁ ଶ୍ମସାନ ସବୁଠି ଗ୍ରାମବାସୀଙ୍କୁ ସାଥିରେ ନେଇ ବୃକ୍ଷ ରୋପଣ କରି ସୃଷ୍ଟି କରିପାରିଛନ୍ତି ସବୁଜ ପରିବେଶ । ଆଉ ସୁଧୀର ବାବୁଙ୍କ ଏଭଳି ଉଦ୍ୟମରେ ଅନେକ ସମୟରେ ସହାୟତାର ହାତ ବଢାଇ ଥାନ୍ତି ବରିଷ୍ଠ ନାଗରିକ । ଗ୍ଲୋବାଲ ୱାରମିଙ୍ଗ କ୍ଷେତ୍ରରେ ଆଗକୁ ମହା ବିପତୀ ମାଡି ଆସିବାକୁ ଥିବା ବେଳେ ପରିବେଶକୁ ତାପ ମୁକ୍ତ ଓ ପ୍ରଦ୍ୟୁଷଣ ମୁକ୍ତ କରିବା ଲାଗି ବୃକ୍ଷର ନିତ୍ୟାନ୍ତ ଆବଶ୍ୟକତା ରହିଛି । ଏଣୁ ସୁଧିର ବାବୁଙ୍କ ଲକ୍ଷ ସତରେ ପ୍ରଶଂସନୀୟ କହିଛନ୍ତି ଗ୍ରାମବାସିନ୍ଦା ।