ଘସିପୁରାରୁ ଲଢିବେ ସୌମ୍ୟରଞ୍ଜନ ପଟ୍ଟନାୟକ ? ନିଜେ ମୁହଁ ଖୋଲିଲେ
Advertisement
Article Detail0/zeeodisha/odisha2229261

ଘସିପୁରାରୁ ଲଢିବେ ସୌମ୍ୟରଞ୍ଜନ ପଟ୍ଟନାୟକ ? ନିଜେ ମୁହଁ ଖୋଲିଲେ

Odisha Politics: କେନ୍ଦୁଝର ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଦର୍ଶନ କରିବା ପରେ ଗଣମାଧ୍ୟମ ଆଗରେ ନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି ନିଜେ ସୌମ୍ୟ । 

ଘସିପୁରାରୁ ଲଢିବେ ସୌମ୍ୟରଞ୍ଜନ ପଟ୍ଟନାୟକ ? ନିଜେ ମୁହଁ ଖୋଲିଲେ

Odisha Politics: ଆଜି ନିର୍ବାଚନ ଲଢିବା ସମ୍ପର୍କରେ ମୁହଁ ଖୋଲିଛନ୍ତି ସୋମ୍ୟରଞ୍ଜନ ପଟ୍ଟନାୟକ । ଆଜି କେନ୍ଦୁଝର ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଦର୍ଶନ କରିବା ପରେ ଗଣମାଧ୍ୟମ ଆଗରେ ନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି ନିଜେ ସୌମ୍ୟ । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୌମ୍ୟ କହିଛନ୍ତି ଯେ, ବିଜେପି ପକ୍ଷରୁ ତାଙ୍କୁ ଲଢିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏଥିସହ ଘସିପୁରା ଅଞ୍ଚଳବାସୀ ମଧ୍ୟ ସୌମ୍ୟଙ୍କୁ ସେଠାରୁ ଲଢିବା ପାଇଁ ଚାପ ପକାଉଛନ୍ତି । ତେବେ କଣ କରିବେ କଣ ନାହିଁ ତାହା ମାଆଙ୍କୁ ଜଣାଇବା ପାଇଁ ଦର୍ଶନ କରିଥିଲେ ସୌମ୍ୟ । 

ଅନ୍ୟପଟେ, ଖଣ୍ଡପଡା ସମ୍ପର୍କରେ ମୁହଁ ଖୋଲି ସୌମ୍ୟ କହିଛନ୍ତି ଯେ, ବିଜୁ ଜନତା ଦଳ ପକ୍ଷରୁ ଖଣ୍ଡପଡାରେ ଏପର୍ଯ୍ୟନ୍ତ କାହାକୁ ଟିକଟ୍ ଦିଆଯାଇନି । କେଉଁ କାରଣ ପାଇଁ ଟିକେଟ୍ ବଣ୍ଟା ହୋଇନି ଏବଂ ତାହାର କାରଣ କଣ ସେ ସମ୍ପର୍କରେ ମୋର ଧାରଣା ନାହିଁ ବୋଲି ସୌମ୍ୟ ଗଣମାଧ୍ୟମକୁ କହିଛନ୍ତି । ତେବେ ସୌମ୍ୟଙ୍କ ଏହି ମତକୁ ନେଇ ରାଜ୍ୟ ରାଜନୀତି ବିଶେଷଜ୍ଞମାନେ ଅନେକ କଳ୍ପନା ଜଳ୍ପନା କରବା ଆରମ୍ଭ କରିଦେଲେଣି ।

Also Read- Crime News: ଲାଞ୍ଚ ନେଇ ଫସିଲେ ବେଲଗାଁ ଏଆରଆଇ, ଗିରଫ କଲା ଭିଜିଲାନ୍ସ

Also Read- Budh Gochar 2024: କ୍ୟାରିୟର ସହ ବ୍ୟବସାୟରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି