ଟେଲି ସେବା ମାଧ୍ୟମରେ ସେବା ଯୋଗାଇବ ଏମକେସିଜି ଡାକ୍ତରଖାନା
ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ଦୃତ ଗତିରେ ବଢି ଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲାଣି। ଏହାରି ଭିତରେ ୫୦ ଜଣଙ୍କ ମୁଣ୍ଡ ନେଇ ସାରିଲାଣି କୋରୋନା । ରାଜ୍ୟର ମୃତ୍ୟୁ ହାର ତାଲିକା ତୁଳନାରେ ପାଖାପାଖି ୬୦ ପ୍ରତିଶତ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁର ଖବର ପଦାକୁ ଆସୁଥିବା ବେଳେ ପ୍ଲାଜମା ଥେରାପି ଚିକିତ୍ସା ଜିଲ୍ଲାରେ ଆରମ୍ଭ
ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ଦୃତ ଗତିରେ ବଢି ଚାଲିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଲାଣି। ଏହାରି ଭିତରେ ୫୦ ଜଣଙ୍କ ମୁଣ୍ଡ ନେଇ ସାରିଲାଣି କୋରୋନା । ରାଜ୍ୟର ମୃତ୍ୟୁ ହାର ତାଲିକା ତୁଳନାରେ ପାଖାପାଖି ୬୦ ପ୍ରତିଶତ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁର ଖବର ପଦାକୁ ଆସୁଥିବା ବେଳେ ପ୍ଲାଜମା ଥେରାପି ଚିକିତ୍ସା ଜିଲ୍ଲାରେ ଆରମ୍ଭ କରିବା ଲାଗି ଦାବି ଜୋର ଧରିଛି । ସେପଟେ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ଏମକେସିଜି ମେଡିକାଲ କଲେଜର ଓପିଡିକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବା ବେଳେ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ରୋଗୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବିକଳ ଅବସ୍ଥା ।
ଗଞ୍ଜାମରେ ମୃତ୍ୟୁର ଫାଶ ବିଛାଇଛି କୋରୋନା । ପ୍ରତିଦିନ ଯାଉଛି ଗୋଟିଏ ପରେ ଗୋଟିଏ ସଂକ୍ରମିତଙ୍କ ମୁଣ୍ଡ। ଚିକିତ୍ସାକୁ ନେଇ ରୋଗୀଙ୍କ ବିକଳ ଅବସ୍ଥା । ମାସକ ମଧ୍ୟରେ ୪୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁ ସଂଖ୍ୟା ଛୁଇଁ ଲାଗି ୫୨କୁ। କୋରୋନା ସଂକ୍ରମଣଙ୍କ ମୃତ୍ୟୁର ଖବରକୁ ନେଇ ସାରା ଜିଲ୍ଲାରେ କୋକୁଆ ଭୟ ଦେଖା ଦେଇଥିବା ବେଳେ ଜୋର ଧରିଲା ପ୍ଲାଜମା ଥେରାପି ଚିକିତ୍ସା । ରାଜ୍ୟର କୋରୋନା ସଂକ୍ରମଣ ଓ ମୃତ୍ୟୁର ହାର ତୁଳନାରେ ଗଞ୍ଜାମ ଜିଲ୍ଲାରେ ଶୀର୍ଷରେ ରହିଥିବା ବେଳେ ଜନସାଧାରଣଙ୍କ ସ୍ୱର ସହ ସ୍ୱର ମିଳାଇଛନ୍ତି ବ୍ରହ୍ମପୁର ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଊର୍ଦ୍ଧ୍ୱ ରୋଗୀ ଚିହ୍ନଟ ହୋଇଥିବା ବେଳେ ମାସକ ମଧ୍ୟରେ ୪ ହଜାର ୬ ସହ ସଂକ୍ରମିତ ଚିହ୍ନଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏଭଳି ପରିସ୍ଥିତିରେ ସରକାରକୁ ଏହି ଦିଗରେ ଅବଗତ କରିବା ସହ ଅତିଶୀଘ୍ର ଆଲୋଚନା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଉଥିବା କହିଛନ୍ତି ବ୍ରହ୍ମପୁର ବିଧାୟକ।
ଗଞ୍ଜାମ ଜିଲ୍ଲାର ୮୩ ପ୍ରତିଶତ ଗ୍ରୀନ୍ ଜୋନରେ ରହିଥିବା ବେଳେ ପ୍ରତିଶତ ଗ୍ରାମରେ ସଂକ୍ରମଣ ବ୍ୟାପିଛି। ସେପଟେ ଅଧିକରୁ ଅଧିକ ରୋଗୀ ବ୍ରହ୍ମପୁର ସହରରେ ଚିହ୍ନଟ ହେବାରେ ଲାଗିଛନ୍ତି । ଅନେକ ଲୋକଙ୍କ ନିକଟରେ ଜ୍ୱର ଖାସ ଭଳି ଲକ୍ଷଣ ଦେଖା ଦେଉଥିଲେ ମଧ୍ୟ ଲୋକେ କରିବେ କଣ ତାକୁ ନେଇ ଏବେ ସମସ୍ତଙ୍କ ଚିନ୍ତା ବଢିଛି।
ଅନ୍ୟପଟେ ରୋଗୀ ସେବାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ୮ଟି ପିଏଚସି ଫିବର ସେଣ୍ଟର ଉଦଘାଟନ ହୋଇଛି । ସହରରେ ୪ଟି ଆମ୍ବୁଲାନ୍ସ ୨୪ ଘଣ୍ଟିଆ କୋଭିଡ ଦାୟିତ୍ୱରେ ନିୟୋଜିତ ହୋଇଥିବା ବେଳେ ସ୍ୱତନ୍ତ୍ର ହେଲପ ଲାଇନ୍ ନଂ ୦୬୯୦୨୨୫୦୨୯୦ ମଧ୍ୟ ଜାରି କରାଯାଇଛି । ରୋଗୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଟେଲି ସେବା ମାଧ୍ୟମରେ ବ୍ରହ୍ମପୁର ଏମକେସିଜି ମେଡିକାଲର ଓପିଡି ଚଲାଇବା ଲାଗି ନିଷ୍ପତ୍ତି ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ।