ରାଧାଶ୍ୟାମ ଆଚାର୍ଯ୍ୟ, ବ୍ରହ୍ମପୁର: ବିରଳ ପ୍ରଜାତିର ଅଲିଭ ରିଡଲେ (Olive Redly) କଇଁଛଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ରୁଷିକୂଲ୍ୟା ମୁହାଣ (Rushikulya River Basin)। ପ୍ରତିବର୍ଷ ଲକ୍ଷାଧିକ କଇଁଛ ଏଠାକୁ ଆସି ସାମୁହିକ ଅଣ୍ଡା ଦାନ କରିଥାନ୍ତି । ହେଲେ ଗତ କିଛି ବର୍ଷ ହେଲା କଇଁଛଙ୍କ ସଂଖ୍ୟା ଏଠାରେ କମିବାରେ ଲାଗିଛି । ୨୦୨୦ ମସିହାରେ କଇଁଛଙ୍କ ଆଗମନ ଆଦୌ ହୋଇନଥିବା ବେଳେ  ପରିବେଶବିତ ଓ ଗବେଷକଙ୍କୁ ଚିନ୍ତାରେ ପକାଇଥିଲା । ତେବେ ଏହି ସଂଖ୍ୟାରେ ଚଳିତ ବର୍ଷ ପରିବର୍ତ୍ତନ ଆସିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ବନବିଭାଗ (Forest Department) ପ୍ରସ୍ତୁତି ଆରମ୍ଭ ମଧ୍ୟ କରିଦେଇଛି।


COMMERCIAL BREAK
SCROLL TO CONTINUE READING

ପ୍ରତିବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ପହିଲା ସପ୍ତାହରୁ ଓଡିଶା (Odisha Costal) ଉପକୁଳ ମୁହାଁ ହେବେ ଅଲିଭ ରିଡଲେ। ବିରଳ ଅତିଥିଙ୍କୁ ସ୍ୱାଗତ କରିବା ସହ ସୁରକ୍ଷା ଯୋଗାଇ ଦେବା ଲାଗି ଏବେଠାରୁ ତପ୍ତରତା ଦେଖାଇଲାଣି ବନ ବିଭାଗ। ବିଶ୍ୱ ମାନଚିତ୍ର (World Atlas) ରେ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷିତ ସ୍ଥାନ ଭାବେ ପରିଚିତ ଓଡିଶାର ଗହୀର ମଥା। 


ଅଧିକ ପଢନ୍ତୁ: ୬ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ତୈଳଦର


ଦେବୀ ମୁହାଣ ଓ ରୁଷିକୁଲ୍ୟା ମୁହାଣରେ କଇଁଛମାନେ ସାମୁହିକ ଅଣ୍ଡାଦାନ କରିଥାନ୍ତି। ହେଲେ ଗତ କିଛି ବର୍ଷ ହେଲା ଦେବୀ ମୁହାଣରେ କଇଁଛମାନଙ୍କ ସଂଖ୍ୟା ଧୀରେଧୀରେ କମୁଥିବାରୁ ସେହି ମାତ୍ରାରେ ଅଧିକ ସଂଖ୍ୟକ ଅଲିଭ ରିଡଲେ କଇଁଛ ରୁଷିକୁଲ୍ୟାକୁ ଆସିଥାନ୍ତି । କିନ୍ତୁ ଧୀରେଧୀରେ ପାଗର ପରିବର୍ତ୍ତନ ହେଉ ଅବା ବାରମ୍ବାର ଝଡ଼ବାତ୍ୟାର ଆଗମନ, କଇଁଛଙ୍କ ବାଟ ଉଗାଳିଛି । ଏଣୁ ୨୦୧୯ ମସିହାରେ କଇଛଙ୍କ ଆଗମନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ପରିବେଶ ବିତଙ୍କୁ ବେଶ ଆଘାତ ଦେଇଥିଲା। 


ହେଲେ ଚଳିତ ବର୍ଷ କିନ୍ତୁ ଅତିଥିଙ୍କ ସୁରକ୍ଷା ଦିଗରେ ସାମାନ୍ୟ ତ୍ରୁଟି ଛାଡିବାକୁ ଚାହୁଁନି ବନ ବିଭାଗ। କଇଁଛଙ୍କ ଆଗମନର ସୁରକ୍ଷିତ ସ୍ଥାନ କୁହାଯାଉଥିବା ପ୍ରୟାଗି, ପୋଡମ ପେଟା, ଗୋଖରକୁଦା, କଣ୍ଟିଆଗଡ, ବଟେଶ୍ୱର ଭଳି ପାଖାପାଖି ୫ କିଲୋମିଟର ପର୍ଯ୍ୟନ୍ତ ବିଚକୁ ପରିସ୍କାର ପରିଚ୍ଛନ୍ନ କରାଯିବା ସହ ତାର ବାଡ ଲଗାଯାଇଛି। ୫ କିଲୋମିଟର ପରିଧି ମଧ୍ୟରେ ସିସି କ୍ୟାମେରା ଜରିଆରେ ନଜର ରଖାଯିବା ସହ ଦିନ ଓ ରାତି ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାର ବ୍ୟବସ୍ଥା କରିଛି ବନବିଭାଗ। 


ଅଧିକ ପଢନ୍ତୁ: କଂଗ୍ରେସ ବିଧାୟକଙ୍କୁ ଫ୍ରାନ୍ସ ନୁହେଁ ଲଭ ଜିହାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଦରକାର


୫୪ କିଲୋମିଟର ବେଳାଭୁମି ସହିତ ୨୦ କିଲୋମିଟର ପରିସର ମଧ୍ୟରେ ମାଛ ମରାକୁ ବାରଣ କରାଯିବା ସହ ଆନ୍ଧ୍ରର ବେଆଇନ ଟ୍ରଲର ଅନୁପ୍ରବେଶ ଉପରେ ନଜର ରଖାଯାଇଛି। ୫ଟି ସ୍ପିଡ ବୋଟ ଜରିଆରେ କଡା ପେଟ୍ରୋଲିଂ କରାଯିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ଡିଏଫଓ କହିଛନ୍ତି। 


ବିଶେଷଜ୍ଞଙ୍କ ମତରେ ପ୍ରତିବର୍ଷ ଅଷ୍ଟ୍ରେଲିଆ ଠାରୁ ଏହି କଇଁଛମାନେ ବାହାରି ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ରୁଷିକୁଲ୍ୟାରେ ପହଞ୍ଚିବା ପରେ ସଙ୍ଗମ ପ୍ରକ୍ରିୟା ହୋଇଥାଏ । ଏହାର ୩ ମାସ ପରେ ଅର୍ଥାତ ଫେବୃଆରୀ ଓ ମାର୍ଚ୍ଚ ମାସ ସୁଧା ସାମୂହିକ ଅଣ୍ଡାଦାନ କରିଥାନ୍ତି । ବିରଳ କଇଁଛଙ୍କୁ ଦେଖିବା ସହ ଗବେଷଣା ଦିଗରେ ଅନେକ ଏହି ସମୟକୁ ଯେମିତି ଚାହିଁ ବସିଥାନ୍ତି। ଏଣୁ ଚଳିତ ଥର ପର୍ଯ୍ୟଟକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାର ଲକ୍ଷ ରଖାଯାଇଛି। ପରିବେଶବିତ ଓ ଗ୍ରାମବାସୀଙ୍କୁ ନେଇ ବିଭିନ୍ନ ଜାଗାରେ ଟିମ ଗଠନ କରାଯିବା ସହ କଇଁଛଙ୍କ ସୁରକ୍ଷା ଦିଗରେ ମତ୍ସଜୀବୀଙ୍କ ବଡ ଭୁମିକା ଗ୍ରହଣ କରିଥାଏ ବୋଲି କହିଛନ୍ତି ପରିବେଶବିତ। ଚଳିତ ବର୍ଷ ପାଗ ଅନୁକୂଳ ଥିବା ବେଳେ ବିଗତ ବର୍ଷମାନଙ୍କ ତୁଳନାରେ ଏଥର ଆସାନୁରୁପକ କଇଁଛ ଆସିବେ ବୋଲି ଗବେଷକମାନେ ଆଶା ବାନ୍ଧିଛନ୍ତି।