'କଂଗ୍ରେସ ବିଧାୟକଙ୍କୁ ଫ୍ରାନ୍ସ ନୁହେଁ ଲଭ ଜିହାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଦରକାର'
Advertisement
Article Detail0/zeeodisha/odisha777610

'କଂଗ୍ରେସ ବିଧାୟକଙ୍କୁ ଫ୍ରାନ୍ସ ନୁହେଁ ଲଭ ଜିହାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଦରକାର'

ରାଜ୍ୟ ବିଧାନସଭା କାର୍ଯ୍ୟକାରୀ ଅଧ୍ୟକ୍ଷ କହିଛନ୍ତି କଂଗ୍ରେସ ବିଧାୟକ ଫ୍ରାନ୍ସକୁ ବିରୋଧ କରିବା ପଛରେ କେଉଁ କାରଣ ରହିଛି ତାହା ଏବେ ସ୍ପଷ୍ଟ ଭାବେ ଜଣାପଡୁଛି।

'କଂଗ୍ରେସ ବିଧାୟକଙ୍କୁ ଫ୍ରାନ୍ସ ନୁହେଁ ଲଭ ଜିହାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଦରକାର'

ଭୋପାଳ: ମଧ୍ୟ ପ୍ରଦେଶ ବିଧାନସଭା ଉପନିର୍ବାଚନ (MP By Poll 2020) ପୂର୍ବରୁ ରାଜ୍ୟରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ଏହି ସମୟରେ ରାଜ୍ୟ ବିଧାନସଭା କାର୍ଯ୍ୟକାରୀ ଅଧ୍ୟକ୍ଷ (Proterm Speaker) ତଥା ବିଜେପି ବିଧାୟକ (BJP MLA) ରାମେଶ୍ୱର ଶର୍ମା (Rameswar Sharma) ଏକ ସାମ୍ବାଦିକ ସମ୍ମିଳନୀରେ ମୁସଲିମ ମୌଳବାଦୀ (Muslim Extremist) ଙ୍କୁ ଚେତାବନୀ  ଦେଇଛନ୍ତି।

ଏନେଇ ସେ କହିଛନ୍ତି ମୁଁ ମୃତ୍ୟୁକୁ ଭୟ କରେନାହିଁ। ମୋତେ ହତ୍ୟା କରିବା ଲାଗି ଧମକ ଦେଇଥିବା ଲୋକଙ୍କ ବିରୁଦ୍ଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ରାଜଧାନୀ ଭୋପାଳ (Bhopal) ଠାରେ କଂଗ୍ରେସ ବିଧାୟକ (Congress MLA) ଆରିଫ ମସୁଦ (Arif Masood) ଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ ଫ୍ରାନ୍ସ ବିରୁଦ୍ଧରେ ନାରାବାଜି କରିଥିଲେ। ହେଲେ ସେ ଏପରି କାମ କରିବା ପୂର୍ବରୁ ଚିନ୍ତା କରିବାର ଥିଲା । ସେ ଫ୍ରାନ୍ସ ପରିବର୍ତ୍ତେ ଲଭ ଜିହାଦ (Love Jihad) ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ଥିଲା। ସେ ନାରୀ ସୁରକ୍ଷା ପାଇଁ ଆଗେଇ ଆସିବା ଦରକାର।

ରାଜ୍ୟ ବିଧାନସଭା କାର୍ଯ୍ୟକାରୀ ଅଧ୍ୟକ୍ଷ କହିଛନ୍ତି କଂଗ୍ରେସ ବିଧାୟକ ଫ୍ରାନ୍ସକୁ ବିରୋଧ କରିବା ପଛରେ କେଉଁ କାରଣ ରହିଛି ତାହା ଏବେ ସ୍ପଷ୍ଟ ଭାବେ ଜଣାପଡୁଛି। ଏହା ମାଧ୍ୟମରେ ସେ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ମୁସଲମାନ ସମ୍ପ୍ରଦାୟ ଏକ ରାଜନୈତିକ ଦଳ ସହ ଅଛନ୍ତି। ଯଦି ପ୍ରଦର୍ଶନ କରିବାର ଅଛି ତାହେଲେ ସେ ଫ୍ରାନ୍ସ ଚାଲିଯାନ୍ତୁ, ଆମ ସରକାର ସେମାନଙ୍କୁ ଭିସା ଦେବା ଲାଗି ପ୍ରସ୍ତୁତ।

ଗୁରୁବାର କଂଗ୍ରେସ ବିଧାୟକ ଆରିଫ ମାସୁଦଙ୍କ ନେତୃତ୍ୱରେ ହଜାର ହଜାର ମୁସଲମାନ ଭୋପାଳସ୍ଥିତ ଇକବାଲ ମୈଦାନ ଠାରେ ଏକତ୍ରୀତ ହୋଇ ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ବିରୋଧ କରିଥିଲେ। ଏହା ସହ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ। ପ୍ରଦର୍ଶନ ସମୟରେ ସାମାଜିକ ଦୂରତା ନିୟମର ଖୋଲା ଉଲ୍ଲଂଘନ କରାଯାଇଥିଲା । କୋରୋନା ମୁକାବିଲା ଲାଗି ଜାରି ହୋଇଥିବା ଗାଇଡଲାଇନ୍ସକୁ ଅନୁସରଣ ନକରିବାରୁ ବିଧାୟକ ଆରିଫ ମାସୁଦଙ୍କ ସମେତ ୨୦୦୦ ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ମଧ୍ୟ ପ୍ରଦେଶ ପୋଲିସ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ମୁସଲିମ ଧର୍ମର ସଂସ୍ଥାପକ ପୈଗମ୍ବର ମହମ୍ମଦଙ୍କ କାର୍ଟୁନ୍‌କୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ। ଏହି କାରଣରୁ ସମଗ୍ର ବିଶ୍ୱରେ ମୁସଲମାନ ସମ୍ପ୍ରଦାୟରେ ଅସନ୍ତୋଷ ଦେଖାଦେଇଛି ଏବଂ ସେ ଏ ଘଟଣାରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରାଯାଇଛି। ଯେ ପର୍ଯ୍ୟନ୍ତ ସେ କ୍ଷମା ମାଗିନାହାଁନ୍ତି ସେ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ଆନ୍ଦୋଳନ ଜାରି ରହିବ ବୋଲି ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଜଣାଇ ଦିଆଯାଇଛି।