ଭୁବନେଶ୍ୱର(ମଳୟ ମହାନ୍ତି): ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ପ୍ରାର୍ଥିପତ୍ର ଦାଖଲ ପରେ ଏବେ ଆରମ୍ଭ ହୋଇଛି ଜୋରଦାର ପ୍ରଚାର ଓ ରାଜନୈତିକ ଲଢେଇ। ତିନି ପ୍ରମୁଖ ଦଳ ପରସ୍ପରକୁ ନିଶାନା କରିଛନ୍ତି। ବିଜେଡି ଜିତିବା ନେଇ ସ୍ପଷ୍ଟ ଭାବେ କହିଥିବା ବେଳେ ଦ୍ଵିତୀୟ ତୃତୀୟ ସ୍ଥାନ ପାଇଁ ବିଜେପି କଂଗ୍ରେସର ଲଢେଇ ବୋଲି କହିଛି। ସେପଟେ ବିଜେଡିର ଅନ୍ୟତମ ଆଶାୟୀ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଦଳ ପାଇଁ ଅଡ଼ୁଆ ସାଜିଛନ୍ତି। ସେପଟେ ଉଭୟ ବିଜେପି ଓ କଂଗ୍ରେସ ଶାସକ ଦଳକୁ ଆକ୍ରମଣ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଚାଲିଛି। ପ୍ରାର୍ଥିପତ୍ର ଦାଖଲ ପାଇଁ ଆଉ ଗୋଟିଏ ଦିନ ବାକି ଥିବାବେଳେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ଦଳର ବରିଷ୍ଠ ନେତାଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେପଟେ କିନ୍ତୁ ବିଜେଡି ପାଇଁ ଅଡ଼ୁଆ ସାଜିଛନ୍ତି ଦଳର ପୂର୍ବତନ ବିଧାୟକ ତଥା ଅନ୍ୟତମ ଆଶାୟୀ ରାଜେନ୍ଦ୍ର ଦାସ। ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିବା ବେଳେ ଦଳ ପକ୍ଷରୁ ତାଙ୍କୁ ମନେଇବାକୁ ଉଦ୍ୟମ ହେଉଛି। ସେପଟେ ଉପନିର୍ବାଚନକୁ ନେଇ ରାଜନୈତିକ ବୟାନ ବାଜି ତୀବ୍ର ହୋଇଛି। 


ବିଜେପି ଓ କଂଗ୍ରେସ ତୃତୀୟ ସ୍ଥାନରେ କିଏ ରହିବ ସେ ନେଇ ପ୍ରତିଯୋଗିତା ଚାଲିଛି ବୋଲି କହିଛି ବିଜେଡି। ଧାମନଗରବାସୀ ବିଜୁ ଜନତା ଦଳ ସହ ଅଛନ୍ତି। ବିଜୟ ବ୍ୟବଧାନ କେତେ ଅଧିକ ହେବ ସେ ନେଇ ଦଳ କାମ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ସବୁ ନିର୍ବାଚନରେ ବିଜେଡି ବିଜୟ ଲାଭ କରିଛି l କାରଣ ବିଜେଡି ଓଡ଼ିଶାବାସୀଙ୍କ ଦଳ। ବିଜେପି ଯେଉଁ ବାହାସ୍ପଟ ମାରୁଛି ତାହା ବ୍ରଜରାଜନଗର ଉପ ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି l ବିଜେପି ତୃତୀୟ ସ୍ଥାନକୁ ଚାଲିଯାଇଛି। ବାଲେଶ୍ବର ଆସନ ବିଜେପି ଜିତିଥିଲା, ସେଠି ବି ବିଜେଡ଼ିକୁ ଲୋକେ ସମର୍ଥନ କରି ଜିତାଇଲେ। ଧାମନଗରରେ ବି ବିଜେଡିର ଜିତାପଟ ହେବ ବୋଲି କହିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।


ସେପଟେ ବିଜେଡିର ପ୍ରାର୍ଥୀ ଚୟନ ଓ ମନ୍ତବ୍ୟକୁ କଡା ସମାଲୋଚନା କରିଛି ବିଜେପି। ବିଜେଡ଼ିରେ ଅଯୋଗ୍ୟତା ସବୁବେଳେ ଯୋଗ୍ୟତା ହୁଏ। କାହା ଦୁର୍ବଳତା ବିଜେପି ପାଇଁ ସବଳତା ନୁହେଁ। ଯେଉଁ ସମାଜରେ ମହିଳାଙ୍କୁ ଦେବୀର ଦର୍ଜା ଦିଆଯାଇଛି। ସେଠି ଭେଦଭାବର ପ୍ରଶ୍ନ ଉଠୁନାହିଁ । ରାଜେନ୍ଦ୍ର ଦାସଙ୍କ ବିଦ୍ରୋହ ଯୋଗୁ ବିରୋଧିଙ୍କୁ ମିଲିବ ବୋଲି ଆଶା ରଖିଛି ବିଜେପି। ଏପରିକି ସବୁ ଜାଗାରେ ବ୍ରଜରାଜନଗର ଭଳି ସ୍ଥିତି ହୁଏ ନାହିଁ ।


କିନ୍ତୁ ଧାମନଗରରେ ତାର ପୁନରାବୃତ୍ତି ହେବ ନାହିଁ । ବୁଥ୍ ଲେଭଲ, ୱାର୍ଡ ଲେଭଲରେ ବିଜେପିର ସଙ୍ଗଠନ ଅଛି । ଓଡିଶାର ୩ କେନ୍ଦ୍ର ମନ୍ତ୍ରୀ ପ୍ରଚାର କରିବେ । ଅର୍ଥ ବଳ, ବାହୁ ବଳ ଓ ସରକାରୀ କଳକୁ ନେଇ ବିଜେଡ଼ି ନିର୍ବାଚନ ଜିତୁଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ଧାମନଗରରେ ବିଜେଡି ସହିତ କଡା ଫାଇଟ କରିବ କଂଗ୍ରେସ ବୋଲି ପିସିସି ସଭାପତି କହିଛନ୍ତି। କଂଗ୍ରେସ ଧାମନଗରରେ ନିଶ୍ଚିତ ରୂପେ ବିଜୟଲାଭ କରିବ।ବିଜେଡି ବିଜେପିର କୌଣସି ପ୍ରଭାବ କଂଗ୍ରେସ ଉପରେ ପଡ଼ିବ ନାହିଁ ବୋଲି କହିଲେ ପିସିସି ସଭାପତି।


ରାତି ପାହିଲେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବାବେଳେ ବିଜେଡି ପ୍ରାର୍ଥୀ ସେସଦିନ ପ୍ରାର୍ଥୀପତ୍ର ଦାଖଲ କରିବେ। ସେପଟେ ରାଜେନ୍ଦ୍ର ଦାସଙ୍କ ବିଦ୍ରୋହ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।