5T secratary visit Akhandalamani Peeth, ଭୁବନେଶ୍ୱର: କେତେ ହେଲା ବାବାଙ୍କ ପୀଠର ବିକାଶ? 5T ସଚିବ କରିବେ ୨୧ କୋଟି ଟଙ୍କାର ହିସାବ କିତାବ। 5T ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଭଦ୍ରକ ଗସ୍ତ କରିବେ। ଶୁକ୍ରବାର ଅପରାହ୍ନ ୪ଟା ବେଳେ ସେମାନଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ସେଠାରେ ଅଖଣ୍ଡଳମଣୀ ପୀଠ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ଭଦ୍ରକ ଗସ୍ତ ବେଳେ 5T ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଅନେକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବେ। ସେଥିମଧ୍ୟରୁ ଆଖଣ୍ଡଳମଣୀ ପୀଠର ବିକାଶ କାମ ଅନ୍ୟତମ। ପ୍ରଥମ ପର୍ଯ୍ୟାୟରେ ମନ୍ଦିର ଓ ପୀଠର ବିକାଶ ପାଇଁ ରାଜ୍ୟ ସରକାର ୨୧ କୋଟି ଟଙ୍କା ମଞ୍ଜୁର କରିଥିଲେ। ତେବେ ସେହି କାମ କେତେଦୂର ଆଗେଇଲା ତାହାର ସମୀକ୍ଷା ଦୁଇଜଣ ସଚିବ କରିବେ। ପୀଠର ବିକାଶ ଓ ଉଚ୍ଛେଦ ପ୍ରକ୍ରିୟାରେ କ୍ଷତିଗ୍ରସ୍ତ ସେବାୟତଙ୍କୁ ଥଇଥାନ ପାଇଁ ସହାୟତା ଦେବାର ଯୋଜନା ମଧ୍ୟ ରହିଛି। 


Also Read: District Planning Committee:ଅର୍ଦ୍ଧାଧିକ ଜିଲ୍ଲାରେ ମନ୍ତ୍ରୀଙ୍କୁ ଅଧ୍ୟକ୍ଷ କଲେ ମୁଖ୍ୟମନ୍ତ୍ରୀ


 


ପ୍ରଥମ ପର୍ଯ୍ୟାୟରେ ଆରେଡି ପୀଠରେ ସାଇନ୍ସ ସିଟି ପାଇଁ ୬ କୋଟି ୬୦ ଲକ୍ଷ, ମନ୍ଦିର ପାଇଁ ୬ କୋଟି, ଦୋକାନ ଗୃହ ପାଇଁ ୪ କୋଟି, ପାନ୍ଥ ନିବାସ ପାଇଁ ୩ କୋଟି ୫୦ ଲକ୍ଷ, ଶିବଗଙ୍ଗା ପୁଷ୍କରଣୀର ପୁନରୁଦ୍ଧାର ପାଇଁ କୋଟିଏ ୩୦ ଲକ୍ଷ ଟଙ୍କା ଦିଆଯାଇଥିଲା। ଏସବୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 5T ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପୀଠର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରିବେ। ଏହା ବ୍ୟତୀତ ସେମାନେ ସେବାୟତଙ୍କ ସହ ମନ୍ଦିରର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବେ।


5T ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରଥମେ ଧାମରା ହେଲିପ୍ୟାଡରେ ଓହ୍ଲାଇବେ। ତାପରେ ବାଲିମୁଣ୍ଡାରେ ସ୍ଥାପନ ହେବାକୁ ଥିବା ଏଆରଷ୍ଟ୍ରିପ କାର୍ଯ୍ୟର ସମୀକ୍ଷା କରିବେ। କଇଥକୋଲାରେ ୭୫୦ ଏକର ଜାଗାର ପ୍ରସ୍ତାବିତ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ହେବାର ଅଛି। ତେଣୁ ଅଧିଗ୍ରହଣ ହୋଇଥିବା ଜମି ଓ ପ୍ରକଳ୍ପ ପାଇଁ ପ୍ରସ୍ତୁତ ବ୍ଲୁପ୍ରିଣ୍ଟ ଦେଖିବେ। ସେହିପରି ସଚିବମାନେ ୨୨୫ କୋଟି ଟଙ୍କାର ନିର୍ମାଣଧିନ ଧାମରା ଜାମୁଝାଡ଼ି ରାସ୍ତା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।