ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ୨୦୨୦-୨୧ ଆର୍ଥିକ ବର୍ଷ (Financial Year) ପାଇଁ ଉପସ୍ଥାପିତ ହୋଇଛି ଅତିରିକ୍ତ ବଜେଟ (Additional Budget)। ହାଜତ ମୃତ୍ୟୁ ଜନିତ ହୋହଲ୍ଲା ମଧ୍ୟରେ ଆଗତ ହୋଇଛି ଅତିରିକ୍ତ ବଜେଟ (Additional Budget)। ବଜେଟରେ ୧୧ ହଜାର ୨୦୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି। କୋଭିଡ (Covid) ର ଗମ୍ଭୀର ପରିସ୍ଥିତିରେ ଜୀବନ ଓ ଜୀବିକାକୁ ବେଶ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର (State Government)। 


COMMERCIAL BREAK
SCROLL TO CONTINUE READING

ସ୍ୱାସ୍ଥ୍ୟ କ୍ଷେତ୍ରରେ (Health Sector) ୧୭୬୮ କୋଟି ୭୭ ଲକ୍ଷ ବ୍ୟୟବରାଦ ହୋଇଥିବା ବେଳେ ପଞ୍ଚାୟତିରାଜ ବିଭାଗକୁ ୨୦୪୬ କୋଟି ୧୧ ଲକ୍ଷ ଅର୍ଥ ବରାଦ କରାଯାଇଛି। ଅର୍ଥ ବିଭାଗ (Finace Department) କୁ ୨୩୬୩ କୋଟି ବ୍ୟୟ ବରାଦ ରଖାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗ (Food Department) ପାଇଁ ୧୦୭୮ କୋଟି ୩୦ ଲକ୍ଷ, ଶକ୍ତି ବିଭାଗ (Energy Department) କୁ ୯୫୬ କୋଟି ବ୍ୟୟ ବରାଦ କରାଯାଇଛି। ବିପର୍ଯ୍ୟୟ ପରିଚାଳନା ପାଇଁ ୧୪୮୪ କୋଟି ୨୨ ଲକ୍ଷ ବରାଦ କରାଯାଇଛି। 


ଅଧିକ ପଢନ୍ତୁ: ସ୍କୁଲ ବନ୍ଦ ନିଷ୍ପତ୍ତିରେ ବିରୋଧର ବହ୍ନି


ସ୍ୱାସ୍ଥ୍ୟ କ୍ଷେତ୍ର ଗ୍ରାମୀଣ ରୋଜଗାର ଜୀବିକା ଖାଦ୍ୟ ନିରାପତ୍ତା ଶିକ୍ଷା କ୍ଷେତ୍ର, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ କ୍ଷେତ୍ର, ଏମଏସଏମଇ, ହସ୍ତତନ୍ତ ବୟନଶୀଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। କୋଭିଡ ମହାମାରୀ ପାଇଁ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡିଛି। ଚଳିତ ଆର୍ଥିକ ବର୍ଷର ୬ ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ହସ୍ତାନ୍ତର ବା ସେଣ୍ଟ୍ରାଲ ଟ୍ରାନ୍ସସଫର କମିଯାଇଥିବାରୁ ରାଜସ୍ବ ପ୍ରାପ୍ତି ୬.୫ ପ୍ରତିଶତ କମିଛି। ଏହା ସତ୍ତ୍ୱେ ରାଜ୍ୟର ନିଜସ୍ୱ ରାଜସ୍ବ ୧.୭ ପ୍ରତିଶତ ବୃଦ୍ଧି ପାଇଛି। 


୨୦୨୦ ମସିହା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜସ୍ବ ବଳକା ୬୭୯୦ କୋଟି ଟଙ୍କା ରହିଛି। ସମୁଦାୟ ଋଣ ଭାର ୯୭ ହଜାର ୮୨୩ କୋଟି ଟଙ୍କା ରହିଛି। ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୧୬.୪ ପ୍ରତିଶତ। ଅତିରିକ୍ତ ବଜେଟ ପରିମାଣ ୧୧ ହଜାର ୨ଶହ କୋଟି ଟଙ୍କାରୁ ପ୍ରଶାସନିକ ବ୍ୟୟ ୨,୨୭୩ କୋଟି, କାର୍ଯ୍ୟକ୍ରମ ବ୍ୟୟବାବଦକୁ ୭୪୩୮ କୋଟି ରଖାଯାଇଛି। ବିପର୍ଯ୍ୟୟ ପ୍ରଶମନ ୧ ହଜାର ୪୮୪ କୋଟି ଏବଂ ରାଜ୍ୟ ବଜେଟରୁ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ବାବଦରେ ୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।