ଭୁବନେଶ୍ୱର: ସମଗ୍ର ଦେଶ ସମେତ ଓଡ଼ିଶାରେ କୋରୋନା ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ଭୟାବହ ହେବାରେ ଲାଗିଛି । ପ୍ରତିଦିନ କୋରୋନା ମାମଲାରେ ରେକର୍ଡ ବୃଦ୍ଧି ଘଟୁଛି । ଏହାସହ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଉଛି । ଅନ୍ୟପଟେ ଏକ ଆଶ୍ୱସ୍ତିକର ଖବର ଏହା କୋରୋନା ସଂକ୍ରମିତଙ୍କ ସୁସ୍ଥ ହାରରେ ଲଗାତାର ସୁଧାର ଆସୁଛି । ଏହି କ୍ରମରେ ଆଜି(ଶନିବାର) ରାଜ୍ୟରେ ପୁଣି ୧୫୨୧ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୦,୭୨୬ କୋରୋନା ସଂକ୍ରମିତ ଏହି ମହାମାରୀକୁ ପରାଜିତ କରିବାରେ ସଫଳ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । 




COMMERCIAL BREAK
SCROLL TO CONTINUE READING

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୫୭,୧୨୬ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୩୩ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୩୯,୨୦୬ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧୭,୫୩୪ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।