ଭୁବନେଶ୍ୱର: ସାରା ଭାରତ ସମେତ ଓଡ଼ିଶାରେ କୋରୋନା ସଙ୍କଟ ଜାରି ରହିଛି । ପ୍ରତିଦିନ କୋରୋନା ଭୂତାଣୁ(Coronavirus) ମାମଲାରେ ରେକର୍ଡ ବୃଦ୍ଧି ଦେଖାଦେଉଛି । ଏହାସହ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଅନ୍ୟପକ୍ଷେ ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଏହା ଯେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି(ସୋମବାର) ରାଜ୍ୟରେ ପୁଣି ୧୫୦୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୪୩,୭୭୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।   


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଆଜି ଗଞ୍ଜାମରୁ ସର୍ବାଧିକ ୨୩୨ ଜଣ, କଟକରୁ ୧୩୧ ଜଣ, ରାୟଗଡାରୁ ୧୧୨ ଜଣ, ସୁନ୍ଦରଗଡରୁ ୧୧୧ ଜଣ, ବାଲେଶ୍ୱରରୁ ୧୦୧ ଜଣ, ଖୋର୍ଦ୍ଧାରୁ ୯୯ ଜଣ, ଢେଙ୍କାନାଳରୁ ୬୩ ଜଣ, ମୟୂରଭଞ୍ଜରୁ ୫୧ ଜଣ, ଗଜପତିରୁ ୪୯ ଜଣ, କୋରାପୁଟରୁ ୪୯ ଜଣ, ମାଲକାନଗିରିରୁ ୪୨ ଜଣ, ଭଦ୍ରକରୁ ୩୮ ଜଣ, ଜଗତସିଂପୁରରୁ ୩୮ ଜଣ, କନ୍ଧମାଳ ୩୭ ଜଣ, ବଲାଙ୍ଗୀରରୁ ୩୬ ଜଣ, ଯାଜପୁରରୁ ୩୬ ଜଣ, ସମ୍ବଲପୁରରୁ ୩୫ ଜଣ, ନୟାଗଡରୁ ୩୪ ଜଣ, କଳାହାଣ୍ଡିରୁ ୩୧ ଜଣ, ନବରଙ୍ଗପୁରରୁ ୩୧ ଜଣ, ନୂଆପଡାରୁ ୩୧ ଜଣ, ସୁବର୍ଣ୍ଣପୁରରୁ ୩୦ ଜଣ, କେନ୍ଦୁଝରରୁ ୨୦ ଜଣ, ଅନୁଗୋଳରୁ ୧୮ ଜଣ, ବରଗଡରୁ ୧୫ ଜଣ, ଝାରସୁଗୁଡାରୁ ୧୪ ଜଣ, କେନ୍ଦ୍ରାପଡାରୁ ୧୪ ଜଣ, ଦେବଗଡରୁ ୪ ଜଣ ଏବଂ ପୁରୀରୁ ଜଣେ କୋରୋନା ସଂକ୍ରମିକ ସୁସ୍ଥ ଲାଭ କରିଛନ୍ତି ।




ଅଧିକ ପଢ଼ନ୍ତୁ:-ଖୁସି ଖବର: ଏହି ରାଜ୍ୟରେ ବିନା ସୁଧରେ ଚାଷୀଙ୍କୁ ମିଳିବ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ


ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୬୨,୨୯୪ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୫୩ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ୪୨,୨୨୭ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧୯,୬୧୧ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।