ଭୁବନେଶ୍ୱର: ଗୋଟିଏ ଘନୀଭୂତ ହେବା ପରେ ଆସୁଛି ଆଉ ଏକ ଲଘୁଚାପ। ଯାହା ୪୮ ଘଣ୍ଟା ଧରି ପ୍ରବଳ ବର୍ଷିବ। ବୁଧବାର ଉତ୍ତର ପଶ୍ଚିମ ସଂଲଗ୍ନ ବଙ୍ଗୋପ ସାଗରରେ ସୃଷ୍ଟ ଘୂର୍ଣ୍ଣୀବଳୟ ଗୁରୁବାର ସକାଳେ ସେଠାରେ ଲଘୁଚାପ ରୂପ ନେଇଛି।   ଯାହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ଏବଂ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।


COMMERCIAL BREAK
SCROLL TO CONTINUE READING

ଏହା ପରେ ବର୍ଷାର ପରିମାଣ ସାମାନ୍ୟ ହ୍ରାସ ପାଇଲେ ମଧ୍ୟ କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବ। ଏହି ବର୍ଷା ଖରିଫ ଫସଲ ରୋପଣ କରିବାରେ ସହାୟକ ହେବ। ଏହାସହ ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାର ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି, ଡ୍ରେନ୍ ସଫେଇ, ଟ୍ରାଫିକ୍ ଜାମ୍ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ରାଜ୍ୟର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, ବୌଦ୍ଧ, ସମ୍ବଲପୁର, ସୋନପୁର ଆଦି ୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେଉଁଝର, ନୟାଗଡ, ଗଞ୍ଜାମ, ଦେଓଗଡ, ବଲାଙ୍ଗିର, କଳାହାଣ୍ଡି, ମାଲକାନଗିରି, କୋରାପୁଟ ଆଦି ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।


Also Read: ଆଗକୁ ଲଘୁଚାପ; ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି


ସେହିପରି ଆସନ୍ତାକାଲି ୧୯ ଜିଲ୍ଲା ଉଦ୍ଦେଶ୍ୟରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଲଘୁଚାପ ପ୍ରଭାବରେ ଉତ୍ତର ବଙ୍ଗୋପ ସାଗରରେ ୪୦-୫୦ କିମି ବେଗରେ ପବନ ବହିବା କାରଣରୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ଉପକୂଳ ଫେରିଆସିବା ସହ ୨୨ ତାରିଖରୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଏହାସହ ଆସନ୍ତା ୨୭ ତାରିଖରେ ଉତ୍ତର ବଙ୍ଗୋପ ସାଗର ଏବଂ ଆଖପାଖ ଅଞ୍ଚଳରେ ଆଉ ଏକ ଲଘୁଚାପ ବଳୟ ଘନୀଭୂତ ହେବାର ସମ୍ଭାବନା ରହିଥିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର।