ନୂଆଦିଲ୍ଲୀ: ପ୍ରଚଣ୍ଡ ସ୍ୱାଭିମାନର ଅଧିକାରୀ ଓଡ଼ିଆ । ଏହାର ଉଦାହରଣ ଇତିହାସରେ ଲିପିବଦ୍ଧ । ଜୟୀ ରାଜଗୁରୁ (Jayee Rajguru) ହୁଅନ୍ତି ଅବା ବାଜି ରାଉତ, ହରେକୃଷ୍ଣ ମହତାବ (Harekrushna Mahatab) ହୁଅନ୍ତୁ ଅବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ (Biju Patnaik) । ରାଜ୍ୟକୁ ଶାସନ କରୁଥିବା ନେତା ମନ୍ତ୍ରୀ ଅବା ଖୋର୍ଦ୍ଧାଗଡ଼ର ପାଇକ, ନିଜର ସ୍ୱାଭିମାନକୁ ରକ୍ଷା କରିବା ପାଇଁ ତିଳେ ହେଲେ ପଛାଉ ନଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଓଡ଼ିଆ ଜାତିକୁ ଖୋଲାଖୋଲି ଭାବେ ବଦନାମ କରାଯାଉଥିବା ଦେଖିବାକୁ ମିଳୁଛି । ଏହାର ସଦ୍ୟତମ ଉଦାହରଣ ଭାବେ ଭାଇରାଲ ହେଉଥିବା ଏକ ଅଡ଼ିଓକୁ ନିଆଯାଇପାରେ । 


COMMERCIAL BREAK
SCROLL TO CONTINUE READING

ଭାଇରାଲ ଅଡ଼ିଓରେ (Viral Audio) ଦୁଇ ଜଣ ବାର୍ତ୍ତାଳାପ ହେଉଥିବା ଶୁଣିବାକୁ ମିଳୁଛି । ଗୋଟିଏ ପଟେ ରାଜ୍ୟର ଜଣେ ସ୍ୱାଭିମାନୀ ଓଡ଼ିଆ (Odia) ରହିଥିବା ବେଳେ ଅନ୍ୟ ଜଣେ ରାଜ୍ୟର ଜଣେ ପୋଲିସ ଅଧିକାରୀଙ୍କର (Police Officer) ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି ଉକ୍ତ ପୋଲିସ ଅଧିକାରୀ ଜଣକ ହେଉଛନ୍ତି ରାଜ୍ୟ ପରୀ ହତ୍ୟାକାଣ୍ଡର (Pari Murder Case) ତଦନ୍ତ ପାଇଁ ଗଠିତ ଏସଆଇଟିର ମୁଖ୍ୟ ଅରୁଣ ବୋଥ୍ରାଙ୍କର । ଭାଇରାଲ ଅଡ଼ିଓଟି ପ୍ରାୟ ୩ ମିନିଟର ସମୟର ରହିଛି । ଏହି ତିନି ମିନିଟ ସମୟରେ ମଧ୍ୟରେ ଉକ୍ତ ପୋଲିସ ଅଧିକାରୀ ଜଣକ ଏକାଧିକ ବାର ଶଳା ଶବ୍ଦଟି ଉଚ୍ଚାରଣ କରିଥିବା ଶୁଣିବାକୁ ମିଳିଛି । 


ଅଧିକ ପଢନ୍ତୁ: କୃଷକ ଆନ୍ଦୋଳନ: ୧୩ ଦିନରେ ବାହାରିଲାନି ନିଷ୍କର୍ସ, ଡିସେମ୍ବର ୧୪ରେ ଦେଶବ୍ୟାପୀ ଆନ୍ଦୋଳନ


ଉକ୍ତ ଅଡ଼ିଓରେ ପୋଲିସ ଅଧିକାରୀ ଜଣକ କାହିଁକି ରାଗିଲେ ତାହା ଭିନ୍ନ ପ୍ରସଙ୍ଗ । କିନ୍ତୁ ପ୍ରଶ୍ନ ହେଉଛି ଜଣେ ବରିଷ୍ଠ ଅଧିକାରୀ ଜଣକ ଏପରି ଭାବେ ଜଣେ ସାଧାରଣ ନାଗରିକଙ୍କ ପ୍ରତି ବାର୍ତ୍ତାଳାପ ବା ଗାଳିଗୁଲଜ କରିବା କେତେଦୁର ଯଥାର୍ଥ । ଅନ୍ୟ ଏକ ପ୍ରଶ୍ନ ହେଉଛି ଯେ, ଜଣେ ସାଧାରଣ ଲୋକଙ୍କ ପ୍ରଶ୍ନରେ ପୋଲିସ ଅଧିକାରୀ ଜଣକ ଚିହିଁକି ଉଠିବାର କାରଣ କଣ ?


ଏସବୁର ପ୍ରସଙ୍ଗକୁ ଯିବା ପୂର୍ବରୁ ଜାଣିବାକୁ ହେବ ଭାଇରାଲ ଅଡ଼ିଓରେ ଆଲୋଚନା ସମ୍ପର୍କରେ । ଉକ୍ତ ଭିଡ଼ିଓରେ ଜଣେ ଯୁବକ ଦୁଇଟି ପ୍ରସଙ୍ଗ ନେଇ ଅରୁଣ ବୋଥ୍ରାଙ୍କୁ କହିଥିବା ଜଣାପଡେ । ଗୋଟିଏ ଅରୁଣଙ୍କ କାର୍ଯ୍ୟଶୈଳୀ ଓ ସାହାଯ୍ୟ ମନୋବୃତ୍ତି ପାଇଁ ତାଙ୍କୁ ପ୍ରଶଂସା କରିଥିବା ବେଳେ ଅନ୍ୟଟି ସାହାଯ୍ୟ ଲୋଡ଼ିବା ଉଦ୍ଦେଶ୍ୟରେ ଯୁବକ ଜଣକ ତଥାକଥିତ ପୋଲିସ ଅଧିକାରୀ ଅରୁଣ ବୋଥ୍ରାଙ୍କୁ ଟ୍ୱିଟ ଯୋଗେ ଲେଖିଥିଲେ । 


ଅଧିକ ପଢନ୍ତୁ: ୧୭ ବର୍ଷରୁ ଆରମ୍ଭ ୧୮ ବର୍ଷର ଯାତ୍ରାରେ ପୂର୍ଣ୍ଣଛେଦ...


ଯୁବକ ଜଣକ 'ମୋ ସରକାର' କାର୍ଯ୍ୟ କରୁନଥିବା ବେଳେ ଅରୁଣ ସାର ସମାଧାନ କରୁଥିବା ଉକ୍ତ ଭାଇରାଲ ଭିଡ଼ିଓରେ କହୁଥିବା ଶୁଣିବାକୁ ମିଳୁଛି । ମାତ୍ର ଏହାର ଜବାବରେ ଉକ୍ତ ପୋଲିସ ଅଧିକାରୀ ଜଣକ ଯୁବକ ଜଣଙ୍କୁ ଗାଳି କରୁଥିବା ଦେଖିବାକୁ ମିଳିଛି । ଗାଳି ଗୁଲଜ କରିବା ସହିତ ତୁମେମାନେ ନବୀନ ପଟ୍ଟନାୟକ ସହିତ ମୋର ଝଗଡ଼ା ଲଗାଇବ। ସରକାର ଜାଣିଲେ ମୁଁ ଆଉ କିଛି ସାହାଯ୍ୟ କରିପାରିବି ନାହିଁ ବୋଲି ଉକ୍ତ ଭାଇରାଲ ଭିଡ଼ିଓରେ କହୁଥିବା ଶୁଣିବାକୁ ମିଳେ । 


ଅଧିକ ପଢନ୍ତୁ: କୋରୋନା ଟିକା 'ଫାଇଜର'କୁ ନେଇ ଆସିଲା ବହୁତ ବଡ଼ ଖରାପ ଖବର


ପୋଲିସ ଅଧିକାରୀ ଜଣକ କହିଥିବା ବାର୍ତ୍ତାଳାପର କିଛି ଅଂଶ



ଜୋତା ମାରିବା କଥା ତମକୁ ଶଳା...
ଶଳା କି ମୋ ସରକାର ବେ ? ସରକାର ସହିତ ମୋ ଝଗଡ଼ା କରେଇବୁ ?
ନବୀନ ପଟ୍ଟନାୟକ ସହିତ ମୋର ଝଗଡ଼ା କରାଇବ ।
ମୁଁ ପୋଲିସରେ ଅଛି ଜାଣିଛ ତ। ଶଳାକୁ ଏଠାକୁ ନେଇକି ଆସିବି । 
ଭୁବନେଶ୍ୱର ଏସପିକୁ କହୁଛି ସିଏ ଏଠିକି ନେଇକି ଆସିବ ତମକୁ ।
ଶଳା ତୁମେ ମୋତେ ଦରମା ଦେଉଛ ନା କଣ ।


ଭିଡ଼ିଓରେ ଭାଇରାଲ ହେଉଥିବା ପୋଲିସ ଅଧିକାରୀଙ୍କ ଏହି ଶବ୍ଦ ନିଶ୍ଚିତ ପକ୍ଷେ ନିନ୍ଦନୀୟ । ଜଣେ ଓଡ଼ିଆଙ୍କ ପ୍ରତି ଏଭଳି ଶବ୍ଦ ପ୍ରୟୋଗ ନିଶ୍ଚିତ ଭାବେ ସମଗ୍ର ଓଡ଼ିଆ ଜାତିର ଅପମାନ । ରାଜ୍ୟର ସେବାରେ ନିଜକୁ ସମର୍ପିତ କରିଥିବା ଜଣେ ପ୍ରଶାସକଙ୍କ ଏଭଳି ଶବ୍ଦ ପ୍ରୟୋଗ ଉପରେ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି । ବିଭିନ୍ନ ମହଲରେ ଏହି ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଛି । 


ସେପଟେ ରାଜନୈତିକ ମାହୋଲ କଥାକୁ ଯଦି ଆଲୋଚନାର ପରିସରଭୁକ୍ତ କରାଯାଏ, ତେବେ ଜଣେ ପ୍ରଶାସକଙ୍କୁ ସରକାର ରାଜ୍ୟବାସୀଙ୍କ ସେବା କରିବାକୁ ନିଯୁକ୍ତି ଦେଇଛନ୍ତି । କିନ୍ତୁ ସରକାରଙ୍କ ଯୋଜନା ଯଦି କାର୍ଯ୍ୟକାରୀ ନ ହୁଏ, ତେବେ ସରକାରଙ୍କୁ ନିଶ୍ଚିତ ଭାବେ ପ୍ରଶ୍ନ କରାଯିବ । ଏଠି କିନ୍ତୁ ପ୍ରଶାସକ ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରାଯାଇଥିବା ବେଳେ ସରକାରଙ୍କୁ ସମାଲୋଚନା କରିଥିଲେ ଉକ୍ତ ଯୁବକ । ପ୍ରଶଂସା ସତ୍ତ୍ୱେ ଉକ୍ତ ପୋଲିସ ଅଧିକାରୀ କାହିଁକି ଏଭଳି ଭାବେ ଚିହିଁକି ଉଠିଲେ ତାହା ଆଲୋଚନାର ପରିସର ଭୁକ୍ତ ।