କୃଷକ ଆନ୍ଦୋଳନ: ୧୩ ଦିନରେ ବାହାରିଲାନି ନିଷ୍କର୍ସ, ଡିସେମ୍ବର ୧୪ରେ ଦେଶବ୍ୟାପୀ ଆନ୍ଦୋଳନ
Advertisement

କୃଷକ ଆନ୍ଦୋଳନ: ୧୩ ଦିନରେ ବାହାରିଲାନି ନିଷ୍କର୍ସ, ଡିସେମ୍ବର ୧୪ରେ ଦେଶବ୍ୟାପୀ ଆନ୍ଦୋଳନ

କୃଷି ଆଇନ ବିରୁଦ୍ଧରେ ଡିସେମ୍ବର ୧୪ ତାରିଖରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛି ବିଭିନ୍ନ କୃଷକ ସଙ୍ଗଠନ।  

କୃଷକ ଆନ୍ଦୋଳନ: ୧୩ ଦିନରେ ବାହାରିଲାନି ନିଷ୍କର୍ସ, ଡିସେମ୍ବର ୧୪ରେ ଦେଶବ୍ୟାପୀ ଆନ୍ଦୋଳନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ (Farm Act 2020) ବିରୁଦ୍ଧରେ ବିଭିନ୍ନ ରାଜ୍ୟର କୃଷକ ପକ୍ଷରୁ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସୀମାରେ ଜାରି ଚାଲିଛି ଆନ୍ଦୋଳନ (Farmer Protest) । ଦାବି ପୂରଣ କରିବାକୁ ନେଇ କେନ୍ଦ୍ର ସରକାରଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ୫ ଥର ଆଲୋଚନା ହୋଇସାରିବା ପରେ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଲିଖିତ ପ୍ରସ୍ତାବ ଦିଆଯିବା ପରେ ମଧ୍ୟ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଆନ୍ଦୋଳନକୁ ଆଗକୁ ଜାରି ରଖିବା ନେଇ ଜଣାଇଛି ବିଭିନ୍ନ କୃଷକ ସଙ୍ଗଠନର ନେତା (Farmer Union)।   

ଏନେଇ ସେମାନଙ୍କ ପକ୍ଷରୁ କୁହାଯାଇଛି ଡିସେମ୍ବର ୧୨ ତାରିଖ ଶନିବାର ଦେଶରେ ଥିବା ସମସ୍ତ ଟୋଲ ପ୍ଳାଜାକୁ ଖୋଲାଯିବ। ଡିସେମ୍ବର ୧୪ ଶନିବାର ଦେଶର ବଡ ବଡ ସହରରେ ଧାରଣା ପ୍ରଦର୍ଶନ କରାଯିବ। ନିଜ ପକ୍ଷରୁ ଉପସ୍ଥାପିତ ହୋଇଥିବା ଦାବିକୁ ଦୋହରାଇ କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି କେନ୍ଦ୍ର ସରକାର ତୁରନ୍ତ ନୂତନ କୃଷି ଆଇନକୁ ରଦ୍ଦ କରନ୍ତୁ। 

fallback

Also Read:କୃଷକ ଆନ୍ଦୋଳନକୁ ନେଇ ଆସିଲା କୃଷିମନ୍ତ୍ରୀଙ୍କ ପ୍ରତିକ୍ରିୟା  

କୃଷି ଆଇନକୁ ନେଇ କୃଷକ ସଙ୍ଗଠନ ସହ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ମଧ୍ୟ ଏହାର କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଅନ୍ୟପଟେ ଏ ପ୍ରସଙ୍ଗରେ କେନ୍ଦ୍ର ପକ୍ଷରୁ ଆନ୍ଦୋଳନରତ କୃଷକଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି କୃଷକ ସଙ୍ଗଠନ ନେତା। ସମସ୍ତ ୩ଟି କୃଷି ଆଇନ ରଦ୍ଦ କରିବାକୁ ଦାବି କରିବାକୁ ସେମାନେ ଜିଦ୍ ଧରିଛନ୍ତି। ସେମାନଙ୍କ ପକ୍ଷରୁ ଜାରି ରହିଥିବା ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଘୋଷଣା କରିଛନ୍ତି। 

ଡିସେମ୍ବର ୧୪ ତାରିଖ ସୋମବାର ସମଗ୍ର ଦେଶରେ କୃଷି ଆଇନ ବିରୁଦ୍ଧରେ ଧାରଣ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି ବିଭିନ୍ନ କୃଷକ ସଙ୍ଗଠନ। କେନ୍ଦ୍ର ସରକାରଙ୍କ ସଂଶୋଧିତ ଲିଖିତ ପ୍ରସ୍ତାବକୁ କୃଷକ ନେତା ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ଏହି ଆଇନକୁ ରଦ୍ଦ କରିବା ଏବଂ ଏମଏସପି ଗ୍ୟାରେଣ୍ଟି ଆଇନ (MSP Guarantee Act) ଲାଗୁ କରିବାକୁ ଜିଦ୍ ଧରିଛନ୍ତି।

fallback

Also Read: କୃଷକ ଆନ୍ଦୋଳନ; ପଦ୍ମ ବିଭୂଷଣ ଫେରାଇଲେ ପ୍ରକାଶ ସିଂହ ବାଦଲ

 

କୃଷି ଆଇନ ବିରୁଦ୍ଧର ସଙ୍ଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନକୁ ଆଗକୁ ଜାରି ରଖିବାକୁ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି କୃଷକ ନେତା। ଏହି ସମୟରେ ଦେଶର ସମସ୍ତ କୃଷକ ରିଲାଏନ୍ସ ଜିଓ ସିମକୁ ବନ୍ଦ କରିବେ। ଡିସେମ୍ବର ୧୨ ତାରିଖରେ ଦେଶର ସମସ୍ତ ଟୋଲ୍ ପ୍ଲାଜା କୃଷକଙ୍କ ଲାଗି ମାଗଣା ଖୋଲାଯିବ। ଡିସେମ୍ବର ୧୨ ତାରିଖରେ ଦିଲ୍ଲୀ-ଜୟପୁର ରାଜପଥ ବନ୍ଦ ରହିବ। ଡିସେମ୍ବର ୧୪ ତାରିଖରେ ଦିଲ୍ଲୀ, ହରିୟାଣା, ପଞ୍ଜାବ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶର ଆଦି ରାଜ୍ୟର ସେମାନଙ୍କ ଜିଲ୍ଲା ମୁଖ୍ୟାଳୟରେ ଦିନିକିଆ ଧର୍ମଘଟ କରିବେ ଏବଂ ଅନ୍ୟ ରାଜ୍ୟର କୃଷକ ଡିସେମ୍ବର ୧୪ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣ ଦେବେ।

କୃଷକ ନେତା କହିଛନ୍ତି ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ୨ ଘଣ୍ଟା ଧରି ଆଲୋଚନା ହୋଇଥିଲା। କୃଷକଙ୍କ ସହ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଗୃହମନ୍ତ୍ରୀ ଶାହ। ଆମ ସହ ଥରେ ଏହି ଆଇନ ବାବଦରେ ଆଲୋଚନା କରିବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଯଦି ଏନେଇ ସଂସଦରେ ଅଧ୍ୟାଦେଶ ଅଣାଯିବା ପୂର୍ବରୁ ଆଲୋଚନା ହୋଇଥାନ୍ତା, ତାହେଲେ ଏହାର ପରିଣାମ ଅନ୍ୟ କିଛି ଆସିଥାନ୍ତି। 

fallback

Also Read: ଷଷ୍ଠ ପର୍ଯ୍ୟାୟ ବୈଠକ ବାତିଲ; ଆସନ୍ତାକାଲି ସରକାର ଦେବେ ଲିଖିତ ପ୍ରତିଶ୍ରୁତି

 

ଏହି ୩ଟି କୃଷି ଆଇନକୁ ସମ୍ପୂର୍ଣ୍ଣ ରଦ୍ଦ କରାଯିବା ଆବଶ୍ୟକ। କେନ୍ଦ୍ର ଗୃହମନ୍ତ୍ରୀ ଶାହା କହିଛନ୍ତି ଏନେଇ ଆମେ ପ୍ରସ୍ତାବ ପଠାଇବ ଏବଂ କୃଷକ ସଙ୍ଗଠନ ଏହା ଉପରେ ଚର୍ଚ୍ଚା କରିବା ଦରକାର। ଆମେ ଏହି ନିୟମକୁ ରଦ୍ଦ କରିବାକୁ ଦାବି ରଖୁଛୁ। ଯଦି ଆମର ଦାବି ପୂରଣ ନହୁଏ ତାହେଲେ ଆମ ପକ୍ଷରୁ ସମଗ୍ର ଦେଶରେ ଆନ୍ଦୋଳନ କରାଯିବ। ଏହାକୁ ନେଇ କୌଣସି ଆପୋଷ ବୁଝାମଣା ହେବ ନାହିଁ ବୋଲି କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି।

ଡିସେମ୍ବର ୯ ତାରିଖ ବୁଧବାର ଆନ୍ଦୋଳନରତ କୃଷକଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ପ୍ରସ୍ତାବ ପଠାଇଥିଲେ କେନ୍ଦ୍ର ସରକାର। ଯେଉଁଥିରେ ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି (Minimum Support Price-MSP) ବାବଦରେ ଉଲ୍ଲେଖ କରାଯାଇଥିଲା। ଏହା ବ୍ୟତୀତ ସରକାରଙ୍କ ପ୍ରସ୍ତାବରେ ଚୁକ୍ତିଭିତ୍ତିକ ଚାଷ (Contract Farming), ମଣ୍ଡି ବ୍ୟବସ୍ଥାରେ ଚାଷୀଙ୍କୁ ସୁବିଧା ପ୍ରଦାନ ଏବଂ ପ୍ରାଇଭେଟ ପ୍ଲେୟାର୍ସଙ୍କୁ (Private Players) ଟିକସ ଦେବା ନେଇ ଆଲୋଚନା ହୋଇଥିଲା। ଏହା ସହିତ ସରକାର ଷଷ୍ଠ ପର୍ଯ୍ୟାୟ ଆଲୋଚନା ପାଇଁ ଚାଷୀଙ୍କୁ ଆମନ୍ତ୍ରଣ କରିଥିଲେ।

ଚୁକ୍ତିଭିତ୍ତିକ ଚାଷ ଆଇନରେ ସଂଶୋଧନ ଆଣିବାକୁ ଆନ୍ଦୋଳନରତ କୃଷକ ଅଦାଲତର ଦ୍ୱାରସ୍ଥ ହୋଇପାରିବେ। ଏହାକୁ କେନ୍ଦ୍ର ସରକାର ଗ୍ରହଣ କରିବାକୁ ରାଜି ଅଛନ୍ତି। ଅନ୍ୟପଟେ ପ୍ରାଇଭେଟ ପ୍ଲେୟାର୍ସ ଏବେ ପ୍ୟାନ କାର୍ଡ (Pan Card) ମାଧ୍ୟମରେ ବର୍ତ୍ତମାନ କାମ କରିପାରିବେ। ହେଲେ କୃଷକଙ୍କ ପକ୍ଷରୁ ଉଠାଯାଇଥିବା ପଞ୍ଜୀକରଣ ବ୍ୟବସ୍ଥାରେ ରହିଥିବା ସର୍ତ୍ତକୁ ସରକାର ଗ୍ରହଣ କରିବାକୁ ପ୍ରସ୍ତୁତ। 

fallback

Also Read: କୃଷକ ଆନ୍ଦୋଳନ: 'ଭାରତ ବନ୍ଦ' ସମର୍ଥନରେ କିଏ କିଏ?

 

ଏହା ସହିତ ପ୍ରାଇଭେଟ ପ୍ଲେୟାର୍ସଙ୍କୁ ଦେବାକୁ ଥିବା ଟିକସ ବ୍ୟବସ୍ଥା ଉପରେ କୃଷକଙ୍କ ପକ୍ଷରୁ ରହିଥିବା ଦାବିକୁ ମାନିବାକୁ ସରକାର ରାଜି ଅଛନ୍ତି। କୃଷି ଜାତୀୟ ଦ୍ରବ୍ୟର ବିକ୍ରୟ ଲାଗି କୃଷକଙ୍କୁ ମିଳୁଥିବା  ସର୍ବନିମ୍ନ ସହାୟକ ମୂଲ୍ୟ-ଏମଏସପି (Minimum Support Price-MSP) ପୂର୍ବ ଭଳି ଜାରି ରହିବ।

କେନ୍ଦ୍ର କୃଷି ମନ୍ତ୍ରୀ (Union Agriculture Minister) ନରେନ୍ଦ୍ର ସିଂ ତୋମାର (Narendra Singh Tomar) ଟ୍ୱିଟ କରି ପ୍ରସ୍ତାବିତ କୃଷି ଆଇନ ବାବଦରେ ଟ୍ୱିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି। ଏନେଇ କୃଷିମନ୍ତ୍ରୀ କହିଛନ୍ତି ଏହି ଆଇନର ସତ୍ୟତା ବାବଦରେ ସମସ୍ତେ ଜାଣିବା ଆବଶ୍ୟକ। ଯାହା ଦ୍ୱାରା ଏହାକୁ ନେଇ କୌଣସି ସନ୍ଦେହ ନରହିବା ଆବଶ୍ୟକ। କୃଷି ଉତ୍ପାଦନ ବଜାର କମିଟି-ଏପିଏମସି (Agricultural Produce Market Committee-APMC) ନୂତନ କୃଷି ଆଇନ ଦ୍ୱାରା ପ୍ରଭାବିତ ହେବ ନାହିଁ ବୋଲି  କୃଷି ମନ୍ତ୍ରୀ ସ୍ପଷ୍ଟ କରି ସାରିଛନ୍ତି।   

fallback

Also Read: କୃଷକ ଆନ୍ଦୋଳନ; ସରକାରକୁ ସତର୍କ କଲେ ଶରଦ ପାୱାର

କୃଷକ କୌଣସି ଫସଲ ଉତ୍ପାଦନ କରିବା ପୂର୍ବରୁ କୌଣସି କୃଷି ଉତ୍ପାଦର ମୂଲ୍ୟ ସ୍ଥିର କରିପାରିବେ। ଏହାକୁ କିଣୁଥିବା କ୍ରେତାଙ୍କୁ ଠିକ୍ ସମୟରେ ଦେୟ ଦେବାକୁ ହେବ ନଚେତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହିତ କୃଷି ମନ୍ତ୍ରୀ ଅନ୍ୟ ଏକ ଟ୍ୱିଟ କରି କହିଛନ୍ତି ଏହି ନିୟମ ଦ୍ୱାରା କୌଣସି କାରଣରୁ ଚାଷୀଙ୍କ ଜମିକୁ କେହି ଛଡାଇ ନେଇପାରିବ ନାହିଁ। କ୍ରେତା ଚାଷ ଜମିରେ କୌଣସି ପରିବର୍ତ୍ତନ କରିପାରିବେ ନାହିଁ। ଆଉ ଚାଷ କରିବାକୁ ଠିକା ନେଇଥିବା ଚାଷୀ ସମ୍ପୂର୍ଣ୍ଣ ଦେୟ ବିନା ଚୁକ୍ତିନାମା ରଦ୍ଦ କରିପାରିବେ ନାହିଁ।