ଭୁବନେଶ୍ୱର: ଘନୀଭୂତ ହେଉଛି ଘୂର୍ଣ୍ଣୀବଳୟ। ଆସନ୍ତାକାଲି ଠାରୁ ୩ ଦିନ ଧରି ବର୍ଷିବ। ବଙ୍ଗୋପ ସାଗର ଠାରେ ସୃଷ୍ଟ ଘୂର୍ଣ୍ଣିବଳୟ ଶୁକ୍ରବାର ପୂର୍ବ-କେନ୍ଦ୍ରୀୟ ଏବଂ ଏହାର ଆଖପାଖ ଉତ୍ତର-ପୂର୍ବ ବଙ୍ଗୋପ ସାଗରରେ ସମୁଦ୍ର ପତ୍ତନ ଠାରୁ ଲମ୍ବିଛି। ଯାହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି ଉତ୍ତର ଓଡିଶା ସଲଂଗ୍ନ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।


COMMERCIAL BREAK
SCROLL TO CONTINUE READING

ଏହାସହ ମନସୁନ୍ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୌଣସି ଭାରି ବର୍ଷା ହେବାର ସତର୍କ ସୂଚନା ନଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଠାରୁ ପାଗରେ ପରିବର୍ତ୍ତନ ହେବା ସହ ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର। ଆସନ୍ତା ୨୧ ତାରିଖ ସକାଳ ପର୍ଯ୍ୟନ୍ତ ଏପରି ବିଭିନ୍ନ ଜିଲ୍ଲାରେ ବିକ୍ଷିପ୍ତ ଭାବେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।