ଭୁବନେଶ୍ୱର: BJB କଲେଜର ମୃତ ଛାତ୍ରୀ ରୁଚିକା ମହାନ୍ତିଙ୍କ ମାଆକୁ ପୋଲିସ ଉଠାଇ ନେଇଛି। ରବିବାର ସକାଳେ କଲେଜ ଆଗରୁ ପୋଲିସ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଉଠାଇ ନେଇଛି। ଆଜି କଲେଜ ସାମ୍ନାରେ ଝିଅର ଦଶାହ ପାଳିବେ ବୋଲି ରୁଚିକାଙ୍କ ମାଆ କହିଥିଲେ। ଛାତ୍ରୀ ନିବାସରେ ଝିଅର ଆତ୍ମହତ୍ୟା ପରଠୁ ସେ ଧାରଣାରେ ବସି ନ୍ୟାୟ ଦାବି କରୁଛନ୍ତି।


COMMERCIAL BREAK
SCROLL TO CONTINUE READING

ବିଜେପି କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ରୁଚିକା ମହାନ୍ତିଙ୍କ ମାଆଙ୍କୁ ସୋମବାର ସକାଳେ ପୋଲିସ ଜବରଦସ୍ତ ଉଠାଇନେଇଛି। ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଅନ୍ୟ ଲୋକଙ୍କୁ ମଧ୍ୟ ପୋଲିସ ଅଟକ ରଖିଛି। ଅତି ନିର୍ଦ୍ଦୟ ଭାବେ ପୋଲିସ ଧାରଣା ସ୍ଥଳରୁ ରୁଚିକାଙ୍କ ମାଆଙ୍କୁ ଟାଣି ଟାଣି ନେଇଛି। ଏପରି କି ତାଙ୍କ ଗୋଡ ଧରି ଘୋଷାଡି ଘୋଷାଡି ନେଉଥିବା ଦେଖିବାକୁ ମିଳିଛି।


Also Read: ରୁଚିକା ମହାନ୍ତି ଆତ୍ମହତ୍ୟା ଖିଅ କେଉଁଠି? ମନସ୍ତତ୍ତ୍ୱବିତଙ୍କ ସାହାଯ୍ୟ ନେଲା ତଦନ୍ତକାରୀ ଟିମ୍


ଆଜି ମୃତ ରୁଚିକାଙ୍କ ଦଶାହ କର୍ମ ଥିଲା। ତେଣୁ ତାଙ୍କ ମାଆ, କଲେଜ ଆଗରେ ଝିଅର ଦଶାହ କର୍ମ କରିବେ ବୋଲି କହିଥିଲେ। ହେଲେ ସୋମବାର ସକାଳୁ ପୋଲିସ ମାଆଙ୍କୁ ପୋଲିସ ଭ୍ଯାନକୁ ଘୋଷାରି ଉଠାଇ ନେଇଛି। ମାଆଙ୍କ ସମେତ କିଛି ଛାତ୍ର ନେତାଙ୍କୁ ବି ଉଠାଇ ନେଇଛି। ସକାଳେ ପୋଲିସ ଧାରଣା ସ୍ଥଳରେ ଟେଣ୍ଟ୍‌ ଭାଙ୍ଗି ଦେଇଥିଲା ବୋଲି ଅଭିଯୋଗ ହୋଇଛି।



ସୂଚନାଯୋଗ୍ୟ, ଭୁବନେଶ୍ୱର ବିଜେବି କଲେଜ କାରୁବାକି ହଷ୍ଟେଲରୁ ଗତ ୨ ତାରିଖରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପରେ ହଷ୍ଟେଲରୁ ପୋଲିସ ସୁଇସାଇଡ୍‌ ନୋଟ୍‌ ଜବତ କରିଥିଲା । ରୁଚିକା ମାନସିକ ଚାପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଏଥିରେ ଉଲ୍ଲେଖ ରହିଥିଲା । ହଷ୍ଟେଲ୍‌ରେ ସିନିୟର୍‌ଙ୍କ ରାଗିଂ ସହିନପାରି ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟରେ ରୁଚିକା ଲେଖିଥିଲେ । ଅନ୍ୟପଟେ ଆତ୍ମହତ୍ୟା ଘଟଣାରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ସହ ରୁଚିକାଙ୍କ ମାଆ ଧାରଣା ଜାରି ରଖିଛନ୍ତି ।