Srimandira: ସେପଟେ ଦର୍ଶନ ସୃଙ୍ଖଳିତ କରିବା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବା ସହ ରାଧାବଲ୍ଲଭ ମଠ ସମ୍ମୁଖରେ ସିସିଟିଭି ଖଚିତ ସ୍ୱତନ୍ତ୍ର ଗେଟ୍ ଲଗାଯାଇଛି। ଏହି ସ୍ଥାନରେ ଟଙ୍କା ନେଇ ଭକ୍ତଙ୍କୁ ଛଡାଯାଉଛି ବୋଲି ଅଭିଯୋଗ ଆସିଥିଲା। ଆଉ ଏହି ଟଙ୍କା ପୁଲିସ ,ଜେଟିପି ଓ ସେବକଙ୍କ ମଧ୍ୟରେ ବଣ୍ଟନ ହେଉଥିବା ମଧ୍ୟ ଥିଲା ଅଭିଯୋଗ।
Trending Photos
Srimandira: ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ମହାପ୍ରଭୁ ବାଙ୍କଚୂଡ଼ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପଞ୍ଚୁକ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ସହ ପ୍ରାୟ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେପଟେ ଦର୍ଶନ ସୃଙ୍ଖଳିତ କରିବା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବା ସହ ରାଧାବଲ୍ଲଭ ମଠ ସମ୍ମୁଖରେ ସିସିଟିଭି ଖଚିତ ସ୍ୱତନ୍ତ୍ର ଗେଟ୍ ଲଗାଯାଇଛି। ଏହି ସ୍ଥାନରେ ଟଙ୍କା ନେଇ ଭକ୍ତଙ୍କୁ ଛଡାଯାଉଛି ବୋଲି ଅଭିଯୋଗ ଆସିଥିଲା। ଆଉ ଏହି ଟଙ୍କା ପୁଲିସ ,ଜେଟିପି ଓ ସେବକଙ୍କ ମଧ୍ୟରେ ବଣ୍ଟନ ହେଉଥିବା ମଧ୍ୟ ଥିଲା ଅଭିଯୋଗ।
ହସିଲା ବଡ଼ଦାଣ୍ଡ ଓ ହସିଲେ ଭକ୍ତସମାଜ। ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଛି ପୁରୀ ବଡଦାଣ୍ଡ। ସକାଳୁ ସକାଳୁ ଭକ୍ତଙ୍କର ଲମ୍ବା ଲାଇନ୍ ହିଁ ପ୍ରମାଣ କରିଥିଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ।
ଗତକାଲି ପଞ୍ଚୁକର ପ୍ରଥମ ଦିନରେ ରତ୍ନସିଂହାସନରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ବିଭୂଷିତ ହୋଇଥିବା ବେଳେ ଆଜି ମହାପ୍ରଭୁ ବାଙ୍କଚୂଡ଼ା ବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । କାର୍ତ୍ତିକ ମାସର ପଞ୍ଚୁକ ମଧ୍ୟରେ ପଡୁଥିବା ଶୁକ୍ଳ ଦ୍ୱାଦଶୀ ତିଥିରେ ରତ୍ନ ସିଂହାସନରେ ଅଧିଷ୍ଠିତ ଠାକୁରଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଥାଏ। ଏହି ଦିନ ଅବକାଶ ନୀତି ଶେଷ ହେବାପରେ ପାଳିଆ ମେକାପ,ଖୁଣ୍ଟିଆ,ଚାଙ୍ଗଡା ମେକାପ ଏବଂ କେତେଜଣ ପୁଷ୍ପାଳକ ଶ୍ରୀବିଗ୍ରହଙ୍କୁ ବାଙ୍କଚୂଡ଼ା ବେଶରେ ସଜ୍ଜିତ କରିଥିଲେ। ଏହି ବେଶର ବିଶେଷତ୍ୱ ଯେ ଜଗନ୍ନାଥ ଓ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପଡେ ଏବଂ ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ। ଏହି ବେଶ ଦର୍ଶନ ପାଇଁ ଲମ୍ବା ଲାଇନରେ ଭକ୍ତମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ରତ୍ନସିଂହାସନରେ ଚର୍ମଚକ୍ଷୁରେ ଦର୍ଶନ କରି ବେଶ୍ ଖୁସି ପ୍ରକଟ କରିଥିଲେ।
ସବୁଠାରୁ ପବିତ୍ର ମନେ କରାଯାଉଥିବା ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ମରଚିକୋଟ ଛକଠାରୁ ସ୍ୱତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଥିବା ବେଳେ ପୂର୍ବପରି ସିଂହଦ୍ଵାର ଦେଇ ଭକ୍ତ ମାନଙ୍କୁ ପ୍ରବେଶର ବ୍ୟବସ୍ଥା କରାଯାଇଛି। ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ ପର୍ଯ୍ୟାୟକ୍ରମେ ମନ୍ଦିର ଭିତରକୁ ଛଡାଯାଉଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ୩୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏସପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ମାନେ ଦର୍ଶନ ବ୍ୟବସ୍ଥାର ତଦାରଖ କରିଛନ୍ତି। ସେପଟେ ଦର୍ଶନ ସୃଙ୍ଖଳିତ କରିବା ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିବା ସହ ରାଧାବଲ୍ଲଭ ମଠ ସମ୍ମୁଖରେ ସିସିଟିଭି ଖଚିତ ସ୍ୱତନ୍ତ୍ର ଗେଟ୍ ଲଗାଯାଇଛି। ଏହି ସ୍ଥାନରେ ଟଙ୍କା ନେଇ ଭକ୍ତଙ୍କୁ ଛଡାଯାଉଛି ବୋଲି ଅଭିଯୋଗ ଆସିଥିଲା। ଆଉ ଏହି ଟଙ୍କା ପୁଲିସ ,ଜେଟିପି ଓ ସେବକଙ୍କ ମଧ୍ୟରେ ବଣ୍ଟନ ହେଉଥିବା ମଧ୍ୟ ଥିଲା ଅଭିଯୋଗ। ଏଣୁ ଏଠାରେ କଡା ନଜର ରଖିବା ପାଇଁ ସିସିଟିଭି ସଂଯୋଗ କରାଯାଇଛି। ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ମେଡିକାଲ ସୁବିଧା କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୦ ହଜାର ହବିଷ୍ଯାଳି ଓ ଭକ୍ତଙ୍କ ଚିକିତ୍ସା କରାଯାଇ ପାରିଛି ବୋଲି କହିଛନ୍ତି ଘରୋଇ ମେଡିକାଲର ମ୍ଯାନେଜର।