ଭୁବନେଶ୍ୱର: ମମିତା ହତ୍ୟାକାଣ୍ଡ ଘଟଣାରେ ଏବେ ସାରା ରାଜ୍ୟ ଉଠୁଛି ପଡ଼ୁଛି । ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ମମିତାଙ୍କ ନ୍ୟାୟ ଦେବା । ରାଜନୈତିକ ଦଳ ଗୁଡ଼ିକ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ବହିଷ୍କାର ଦାବିରେ ଅଡ଼ି ବସିବା ସହ ମମିତାକୁ ନ୍ୟାୟ ଦେବାକୁ ଜିଦରେ ଅଟଳ ରହିଛନ୍ତି । ସେପଟେ ଏହି ଘଟଣାକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରେସ ମିଟ କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

 ମୁଁ ମହିଳା, ମୁଁ ଅସୁରକ୍ଷିତ "। ସାରା ରାଜ୍ୟରେ ପ୍ରତିଟି ମହିଳା ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ(Naveen Pattanaik)ଉଦ୍ଧେଶ୍ୟରେ ଏହି ଉକ୍ତି ରଖୁଛନ୍ତି। ଆଗକୁ ସାରା ରାଜ୍ୟରେ ଆନ୍ଦୋଳନ କରିବ ବିଜେପି ମହିଳା ମୋର୍ଚ୍ଚା। ମମିତା ହତ୍ୟାକାଣ୍ଡ କଳାହାଣ୍ଡିରେ ଘଟିଛି। କଳାହାଣ୍ଡିରେ ତିନି ଜଣ ବିଜେଡିର ହେଭିୱେଟ। ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ବିଜେଡି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। କିନ୍ତୁ ମମିତାକୁ ମିଳିପାରୁନି ନ୍ୟାୟ। ଯଦି ପୁରା ଘଟଣାକୁ ଦେଖିବା ତେବେ ମମିତା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଦାୟୀ। କାରଣ ଗୃହ ବିଭାଗ ତାଙ୍କ ହାତରେ ବୋଲି ସାଂସଦ କହିଛନ୍ତି । 


Also Read: ଜେଲ୍ ଠାରୁ କଠିନ ଆର୍ୟନଙ୍କ ଜାମିନ ସର୍ତ୍ତ! ଜାଣନ୍ତୁ ୫ ପୃଷ୍ଠାରେ ସର୍ତ୍ତାବଳୀରେ କ'ଣ ସବୁ କରାଯାଇଛି ଉଲ୍ଲେଖ


ମୁଖ୍ୟମନ୍ତ୍ରୀ ମମିତା ଘଟଣାରେ ଚୁପ କାହିଁକି ବୋଲି ବିଜେପି ସାଂସଦ ଆପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି।


ମୁଖ୍ୟମନ୍ତ୍ରୀ ୩୦ ଟି ଯାକ ଜିଲ୍ଲାରେ କଣ ଘଟୁଛି ଜାଣି ନାହାଁନ୍ତି କି ?


ମମିତା କିଏ ଜାଣି ନାହାନ୍ତି କି ମୁଖ୍ୟମନ୍ତ୍ରୀ ?


ମୁଖ୍ୟମନ୍ତ୍ରୀ ସମ୍ନାକୁ ଆସି ଏନେଇ ଜବାବ ରଖନ୍ତୁ


ସିବିଆଇ ତଦନ୍ତ କରିବା ନେଇ ମୁଖ୍ୟମନ୍ତ୍ରୀ ଅନୁମତି ଦିଅନ୍ତୁ ବୋଲି ସେ ପ୍ରେସମିଟରେ କହିଛନ୍ତି ।