Advertisement
  • Rasmita Sahoo

    ରଶ୍ମିତା ସାହୁ

Stories by Rasmita Sahoo

77 Needles Out From Head: ଯୁବତୀଙ୍କ ମୁଣ୍ଡରୁ ୭୦ ଛୁଞ୍ଚି ବାହାରିବା ଘଟଣା, ଆଜି ପୁଣି ଭୀମସାରରେ ଅସ୍ତ୍ରୋପଚାର

77 Needles Out From Head

77 Needles Out From Head: ଯୁବତୀଙ୍କ ମୁଣ୍ଡରୁ ୭୦ ଛୁଞ୍ଚି ବାହାରିବା ଘଟଣା, ଆଜି ପୁଣି ଭୀମସାରରେ ଅସ୍ତ୍ରୋପଚାର

ଯୁବତୀଙ୍କ ମୁଣ୍ଡରୁ ଛୁଞ୍ଚି ବାହାରିବା ଘଟଣା, ଆଜି ପୁଣି ଭୀମସାରରେ ଅସ୍ତ୍ରୋପଚାର କରାଯାଇଛି | ଅସ୍ତ୍ରୋପଚାର ପରେ ଆଜି ଆଉ ୭ଟି ଛୁଚି ବାହାରିଥିବା ନିର୍ଦ୍ଦେଶର ସ୍ବଷ୍ଟ କରିଛନ୍ତି | ସ୍ଵତନ୍ତ୍ର ଡ଼ାକ୍ତରୀ ଦଳ ଏହି ଅପରେସନ କରିଛନ୍ତି | ଆଜି ୭ଟି ଛୁଂଚିକୁ ମିଶାଇ ସମୁଦାୟ ୭୭ ଛୁଂଚି ବାହାରିଥିବା ଜଣାପଡିଛି | ସି- ଆର୍ମ ଟେକ୍ନଲୋଜିରେ ପରୀକ୍ଷା କଲା ପରେ ଏହି ଛୁଂଚି ଥିବା ଜଣାପଡିଥିଲା | ତେବେ ଯୁବତୀ ଜଣକ ଏବେ ସୁସ୍ଥ ଥିବା ଜଣାପଡିଛି | ଏହି ଘଟଣା ବିରଳ ହୋଇଥିବାବେଳେ ଆଗକୁ ମେଡିକାଲ ସାଇନ୍ସରେ କେସ ଷ୍ଟଡି ହିସାବରେ ନିଆଯାଇପାରେ ବୋଲି ନିର୍ଦ୍ଦେଶକ କହିଛନ୍ତି | ଏହା ସହ ଅନ୍ଯ ଯଦି କେହି ଏହି ଛୁଂଚି ଥେରାପିର ଶିକାର ହୋଇଛନ୍ତି ତେବେ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ ନିର୍ଦ୍ଦେଶକ କହିଛନ୍ତି |

Jul 20,2024, 15:39 PM IST

Weather Report: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ଆଗକୁ ପ୍ରବଳ ବର୍ଷା

weather report

Weather Report: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର : ଆଗକୁ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏନେଇ ସୂଚନା ଦେଇଛି । କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାସହ ଜଡିତ ସଂପୃକ୍ତ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳିରହିଛି। ଲଘୁଚାପ କ୍ଷେତ୍ର ଅଧିକ ଘନିଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରି, ଆସନ୍ତା ଦୁଇ ଦିନରେ ଓଡିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଗୋଟିଏ ଲଘୁଚାପ ସକ୍ରିୟ ରହିଥିବାବେଳେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ, ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

Jul 18,2024, 18:52 PM IST

Ratna Bhandar Open Again: ଗୁରୁବାର ଦିନ ସକାଳ ୮ଟାରୁ ଭକ୍ତଙ୍କ ପାଇଁ ଦର୍ଶନ କଟକଣା

Ratna Bhandar

Ratna Bhandar Open Again: ଗୁରୁବାର ଦିନ ସକାଳ ୮ଟାରୁ ଭକ୍ତଙ୍କ ପାଇଁ ଦର୍ଶନ କଟକଣା

୧୮ ତାରିଖ ଦିନ ଖୋଲିବ ଭିତର ରତ୍ନଭଣ୍ଡାର । ସକାଳ ୯.୫୧ରୁ ୧୨.୧୫ ରହିଛି ଶୁଭ ମୂହୁର୍ତ୍ତ। ଏହି ସମୟ ମଧ୍ୟରେ ଟ୍ରେଜେରିରେ ଥିବା ୨ଟି ଚାବି ଆଣି ରତ୍ନଭଣ୍ଡାର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା ହୋଇଛି। ଭିତର ରତ୍ନଭଣ୍ଡାର ଭିତରେ ଥିବା ରତ୍ନକୁ ଗଣତି ମଣତି କରାଯିବ। ରତ୍ନ ଗଣତି ମଣତିର ଭିଡ଼ିଓ ରେକଡିଂ କରାଯିବ। ରତ୍ନଭଣ୍ଡାର ଭିତର ମରାମତି ଆବଶ୍ୟକ ହେଲେ କରାଯିବ। ରତ୍ନ ସ୍ଥାନାନ୍ତର ବେଳେ ମାଜିଷ୍ଟ୍ରେଟ, ଓଡ୍ରାଫ, ପୋଲିସ, ଅଗ୍ନିଶମ ରହିବେ। ମେଡିକାଲ ଟିମ୍, ସ୍ନେକ ହେଲ୍ପଲାଇନ ସଦସ୍ୟ ବି ଉପସ୍ଥିତ ରହିବେ। ଭିତର ରତ୍ନ ଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ରତ୍ନ। ରତ୍ନ ଗଣତି ପରେ ଏଏ

Jul 16,2024, 16:26 PM IST

Ratna Bhandar: ଆସନ୍ତା ଗୁରୁବାର ସକାଳ ୯ଟା ୫୧ ରୁ ୧୨.୧୫ ମଧ୍ୟରେ ଖୋଲିବ ରତ୍ନଭଣ୍ଡାର

Ratna Bhandar Reopen

Ratna Bhandar: ଆସନ୍ତା ଗୁରୁବାର ସକାଳ ୯ଟା ୫୧ ରୁ ୧୨.୧୫ ମଧ୍ୟରେ ଖୋଲିବ ରତ୍ନଭଣ୍ଡାର

ଆସନ୍ତା ୧୮ ତାରିଖ ଗୁରୁବାର ସକାଳ ୯ଟା ୫୧ ସମୟରେ ପୁଣିଥରେ ଖୋଲାଯିବ ଭିତର ରତ୍ନ ଭଣ୍ଡାର। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଭିତର ରତ୍ନ ଭଣ୍ଡାରରେ ଥିବା ରତ୍ନ ଏବଂ ଅଳଙ୍କାରକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ କରାଯିବ ବୋଲି ସୂଚନା ଦେଇଛନ୍ତି ରତ୍ନ ଭଣ୍ଡାର ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‍ ବିଶ୍ୱନାଥ ରଥ। ଆଲମିରା ଓ ସିନ୍ଦୁକ ଅନୁସାରେ ରତ୍ନ ତଥା ଅଳଙ୍କାରକୁ ଅସ୍ଥାୟୀ ରତ୍ନ ଭଣ୍ଡାରରେ ଥିବା ସୂଚୀତ ବିକଳ୍ପ ଆଲମିରା ଓ ସିନ୍ଦୁକକୁ ସ୍ଥାନାନ୍ତରଣ କରାଯିବ। ଏହାପରେ ଉଭୟ ରତ୍ନ ଭଣ୍ଡାରକୁ ଜଉ ମୁଦ କରାଯାଇ ଚାବି ଟ୍ରେଜରୀକୁ ହସ୍ତାନ୍ତର କରାଯିବ ବୋଲ ସୂଚନା ଦେଇଛନ୍ତି ଶ୍ରୀ ମନ୍ଦି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।

Jul 16,2024, 14:52 PM IST

Trending news

Read More