Nitish Kumar meet Naveen Patnaik: ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଦିନିକିଆ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ବିମାନବନ୍ଦରରୁ ସିଧାସଳଖ ମଧ୍ୟାହ୍ନରେ ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଉତ୍ତରୀୟ ପ୍ରଦାନ କରି ନୀତିଶଙ୍କୁ ସ୍ୱାଗତ କରିଥିଲେ। ପରେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିବା ଜଣାପଡ଼ିଛି। ଏହି ସମୟରେ 5ଟି ସଚିବ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। 


COMMERCIAL BREAK
SCROLL TO CONTINUE READING

ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି ମାଗଣାରେ ଯୋଗାଇଦେବେ। ଜଗନ୍ନାଥ ଧାମ ପୁରୀକୁ ଆସୁଥିବା ବିହାରର ଲୋକମାନଙ୍କ ରହଣି ସୁବିଧା ପାଇଁ ବିହାର ସରକାର ବିହାର ଭବନ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହି ଘୋଷଣା ପାଇଁ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।


ନୀତିଶ କୁମାର  ଆଜି ମଧ୍ୟାହ୍ନରେ ସିଧା ବିମାନ ବନ୍ଦରକୁ ଆସି ନବୀନ ନିବାସରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ । ତେବେ ମେଣ୍ଟ ନେଇ ସେଭଳି କୌଣସି ଆଲୋଚନା ହୋଇନଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ଆଗକୁ ଯାହା କିଛି ବି ହେବ ସେନେଇ ଆପଣ ମାନେ ଜାଣିପାରିବେ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୂଚନା ପ୍ରଦାନ କରିଥିଲେ। 


କୋଭିଡ୍ ପାଇଁ ନିୟମିତ ଆସିପାରୁନଥିବା ନୀତୀଶ କହିଛନ୍ତି । ଆଜିର ସାକ୍ଷାତକାରକୁ ସେ ପାରିବାରିକ ବୋଲି କହିଛନ୍ତି । ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଉଭୟ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ଉଭୟଙ୍କ ମଧ୍ୟରେ ସୁସଂପର୍କ ରହିଆସିଛି। ବିଜୁ ପଟ୍ଟନାୟକଙ୍କ ସମୟରୁ ପାରିବାରିକ ସଂପର୍କ ରହିଛି । ସେପଟେ ବିହାରୀ ଶ୍ରଦ୍ଧାଳୁଙ୍କ ପାଇଁ ପୁରୀରେ ବିହାର ଭବନ କରାଯିବ। ଏଥିପାଇଁ ଦେଢ଼ ଏକର ଜମି ପ୍ରଦାନ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଏକାଠି ମଧ୍ୟାହ୍ନ ଭୋଜନ କରିଛନ୍ତି ।