ଯୋବ୍ରା ବ୍ରିଜରେ ସିରିଜ୍‌ ଦୁର୍ଘଟଣା; ପିକ୍‌ଅପ୍‌ ଓ ଅଟୋକୁ ଧକ୍କା ଦେଲା ସ୍କର୍ପିଓ
Advertisement
Article Detail0/zeeodisha/odisha2433408

ଯୋବ୍ରା ବ୍ରିଜରେ ସିରିଜ୍‌ ଦୁର୍ଘଟଣା; ପିକ୍‌ଅପ୍‌ ଓ ଅଟୋକୁ ଧକ୍କା ଦେଲା ସ୍କର୍ପିଓ

Accident in cuttack: ସିରିଜ୍‌ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓରେ ଆଗରେ ଓ ପଛରେ ଅଲଗା ଅଲଗା ନମ୍ୱର ପ୍ଲେଟ୍‌ ରହିଛି। ତେଣୁ ଏହି ଗାଡ଼ିଟି ଚୋରା ଗାଡ଼ି ବୋଲି ସନ୍ଦେହ କରାଯାଉଛି।

ଯୋବ୍ରା ବ୍ରିଜରେ ସିରିଜ୍‌ ଦୁର୍ଘଟଣା; ପିକ୍‌ଅପ୍‌ ଓ ଅଟୋକୁ ଧକ୍କା ଦେଲା ସ୍କର୍ପିଓ

କଟକ: ଯୋବ୍ରା ବ୍ରିଜରେ ଏକ ସ୍କର୍ପିଓ ସିରିଜ୍ ଦୁର୍ଘଟଣା ଘଟାଇଛି। ସ୍କର୍ପିଓଟି ଏକ ବୋଲେରୋକୁ ପିଟିବା ସହ ଏକ ଅଟୋକୁ ଧକ୍କା ଦେଇ ବ୍ରିଜ୍ ବାଡ ଭାଙ୍ଗି ଅଧାରେ ଅଟକି ରହିଛି। ଏହି ସିରିଜ୍ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଅନ୍ୟପଟେ ସ୍କର୍ପିଓରୁ ମଦ ମିଳିବା ସହ ମଦ୍ୟପାନ କରି ଗାଡି ଚଳାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି। 

ସିରିଜ୍‌ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓରେ ଆଗରେ ଓ ପଛରେ ଅଲଗା ଅଲଗା ନମ୍ୱର ପ୍ଲେଟ୍‌ ରହିଛି। ତେଣୁ ଏହି ଗାଡ଼ିଟି ଚୋରା ଗାଡ଼ି ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ସ୍କର୍ପିଓ ଭିତରେ ମଦ ବୋତଲ ଥିବା ଦେଖିବାକୁ ମିଳିଛି। ତେଣୁ ସେମାନେ ମଦ ନିଶାରେ ଦୁର୍ଘଟଣା ଘଟାଇଥିବା ଅନୁମାନ କରାଯାଉଛି। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଉଛି।