Dakota Plane News In Odia: ବହୁ ପ୍ରତୀକ୍ଷା ପରେ ଶେଷରେ ବିଜୁ ଜୟନ୍ତୀରେ ବିଜୁବାବୁଙ୍କ ପ୍ରିୟ ଡାକୋଟାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦର ପରିସରରେ ’ଡାକୋଟା’ ଲୋକାର୍ପିତ ହୋଇଛି । ଆଜିଠୁ ବିଜୁ ବାବୁଙ୍କ ପ୍ରିୟ ଡାକୋଟାକୁ ଦେଖିବେ ଓଡ଼ିଶାବାସୀ । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ବୀରତ୍ବର ମୂକସାକ୍ଷୀ ଡାକୋଟାକୁ ପାଖରୁ ଦେଖିବେ ଜନସାଧାରଣ । ୩୦ ମିଟର ପରିଧିର ମାର୍ବଲ୍ ଓ ଗ୍ରାନାଇଟ୍ ଖଚିତ ପ୍ଲାଟଫର୍ମ ଉପରେ ଦଣ୍ଡାୟମାନ ହୋଇଛି ଏହି ବିଶାଳ ଡାକୋଟା । ଦ୍ବିତୀୟ ବିଶ୍ବଯୁଦ୍ଧ, ସ୍ବାଧୀନତା ମୁକ୍ତି ସଂଗ୍ରାମ, କାଶ୍ମୀରରେ ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ବିଜୁ ବାବୁ ଯେପରି ଅଦମ୍ୟ ସାହାସ ଦେଖାଇଥିଲେ ପୂର୍ବରୁ ସେସବୁ କାଗଜ କଲମରେ ଦେଖିବାକୁ ମିଳୁଥିଲା । ଏଣିକି ବାସ୍ତବରେ ଡାକୋଟାକୁ ଦେଖିବେ ଜନସାଧାରଣ ।


COMMERCIAL BREAK
SCROLL TO CONTINUE READING

ଡାକୋଟାର (Dakota Engine) ଇଞ୍ଜିନ ସହିତ ପୂରା ବିମାନକୁ ହାଲକା ଗ୍ରେ ରଙ୍ଗ କରାଯାଇଛି । ପଶ୍ଚିମବଙ୍ଗ ସରକାରଙ୍କ ସହ ଲେଖାପଢା ପରେ କୋଲକାତାରୁ ଡାକୋଟାରୁ ଆଣିଥିଲେ ସରକାର । ଯାହା ଫଳରେ ବିମାନର ବହୁ ଅଂଶ ନଷ୍ଟ ହୋଇଯାଇଥିଲା । ଜାନୁଆରୀ ୨୦ ତାରିଖରୁ ଭୁବନେଶ୍ବର ବିମାନବନ୍ଦର ହ୍ୟାଙ୍ଗରରେ ମରାମତି ପାଇଁ ଦିନ ରାତି ଏକ କରି ଦେଇଥିଲେ ଏଆର୍ଡିସିର ପ୍ରାୟ ୧୫୦ ଇଞ୍ଜିନିୟର । ଅନ ଦି ଜବ୍ ଟ୍ରେନିଂରେ ଥିବା ଇଞ୍ଜିନିୟର ମାନେ ଏହି ଡାକୋଟାକୁ ନୂଆ ରୂପ ଦେଇଛନ୍ତି । ଯେଉଁମାନେ କି ଏୟାରକ୍ରାଫ୍ଟ ମେଣ୍ଟେନାନ୍ସ ଇଞ୍ଜିନିୟରିଂ ପାଠ ସହ ଡିପ୍ଲୋମା ପରେ ଏୟାରକ୍ରାଫ୍ଟରେ କାମ କରୁଥିବା ଦକ୍ଷ ଇଞ୍ଜିନିୟର ମାନେ ଏହାକୁ ସୁନ୍ଦର ରୂପ ଦେଇଛନ୍ତି। 


ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀଙ୍କ କହିବାନୁସାରେ, ଏହା ବହୁତ ଚ୍ୟାଲେଞ୍ଜିଂ ରହିଥିଲା । ଡାକୋଟାକୁ (Dakota Flight) ତା ନିଜ ରୂପରେ ପୁଣିଥରେ ଆଣିବାକୁ ରାତିଦିନ ଏକ୍ କରିଦେଇଥିଲେ ଏଥିରେ କାମ କରୁଥିବା ଇଞ୍ଜିନିୟର ।  ତିନି ସପ୍ତାହ ସମୟ ଲାଗିଥିବା ବେଳେ ଏହାକୁ ପୁଣିଥରେ ନିଜ ରୂପରେ ଆଣିବାକୁ ରାଜ୍ୟ ସରକାର ଏକ ସଂସ୍ଥା ସହ ଚୁକ୍ତି ମଧ୍ୟ କରିଥିଲେ । ଏୟାରକ୍ରାଫ୍ଟରେ ଯେଉଁ ସବୁ ମ୍ୟାଟେରିଆଲ ବ୍ୟବହାର ହୁଏ ତାହା ମଧ୍ୟ ବିଜୁ ବାବୁଙ୍କ ଡାକୋଟାରେ ବ୍ୟବହାର କରାଯାଇଛି। 


ପୁରୁଣା ଏୟାରକ୍ରାଫ୍ଟ (Aircraft) ରେ ଯେଉଁ ସବୁ ମ୍ୟାଟେରିଆଲ ବ୍ୟବହାର କରାଯାଏ ତାକୁ ଯୋଗାଡ କରି କାମ କରିବା ପଛରେ ବହୁତ ଲୋକ ପରିଶ୍ରମ କରିଛନ୍ତି। ଡାକୋଟାର ମରାମତି ସହ ଜନସାଧାରଣ ପାଇଁ ଡିସପ୍ଲେ କରିବା ଯାଏଁ ୭୫ ଲକ୍ଷ ପର୍ଯ୍ୟନ୍ତ ବଜେଟ ରହିଥିଲା । 


Also Read: Dakota Biju Patnaik: ଜନ୍ମ ଦିନରେ ଲୋକାର୍ପିତ ହେଲା ବରପୁତ୍ର ବିଜୁ ବାବୁଙ୍କ ପ୍ରିୟର ‘ଡ଼ାକୋଟା’, ରାଜ୍ୟବାସୀଙ୍କ ଉଦ୍ଦ୍ୟେଶରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ


Also Read: Cuttack News: ମଦ ପିଇ ପାଗଳ ହେଲା ଯୁବକ, ବାପା ସହ ୫ ସମ୍ପର୍କୀୟଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲା