Dakota Biju Patnaik: ଜନ୍ମ ଦିନରେ ଲୋକାର୍ପିତ ହେଲା ବରପୁତ୍ର ବିଜୁ ବାବୁଙ୍କ ପ୍ରିୟର ‘ଡ଼ାକୋଟା’, ରାଜ୍ୟବାସୀଙ୍କ ଉଦ୍ଦ୍ୟେଶରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ
Advertisement

Dakota Biju Patnaik: ଜନ୍ମ ଦିନରେ ଲୋକାର୍ପିତ ହେଲା ବରପୁତ୍ର ବିଜୁ ବାବୁଙ୍କ ପ୍ରିୟର ‘ଡ଼ାକୋଟା’, ରାଜ୍ୟବାସୀଙ୍କ ଉଦ୍ଦ୍ୟେଶରେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ

ବହୁ ପ୍ରତୀକ୍ଷାର ଅନ୍ତ ପରେ ଲୋକାର୍ପିତ ହେଲେ ବିଜୁ ବାବୁଙ୍କ ପ୍ରିୟର ‘ଡ଼ାକୋଟା’ (Dakota) । ଭୁବନେଶ୍ବର ବିମାନ ବନ୍ଦରରେ ବିଜୁ ଜୟନ୍ତୀ ଅବସରରେ ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ଦିନର ଦାବି ପରେ ଜାନୁୟାରୀ ୧୮ ତାରିଖରେ କୋଲକତାରୁ ଓଡ଼ିଶା ଅଣାଯାଇଥିଲା  ‘ଡ଼ାକୋଟା’ ବିମାନ । ଏଣିକି ବିଜ

ସୌ(ସୋସିଆଲ ମିଡିଆ)

Dakota Biju Patnaik: ବହୁ ପ୍ରତୀକ୍ଷାର ଅନ୍ତ ପରେ ଲୋକାର୍ପିତ ହେଲେ ବିଜୁ ବାବୁଙ୍କ ପ୍ରିୟର ‘ଡ଼ାକୋଟା’ (Dakota) । ଭୁବନେଶ୍ବର ବିମାନ ବନ୍ଦରରେ ବିଜୁ ଜୟନ୍ତୀ ଅବସରରେ ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୀର୍ଘ ଦିନର ଦାବି ପରେ ଜାନୁୟାରୀ ୧୮ ତାରିଖରେ କୋଲକତାରୁ ଓଡ଼ିଶା ଅଣାଯାଇଥିଲା  ‘ଡ଼ାକୋଟା’ ବିମାନ ।

ଏଣିକି ବିଜୁ ବାବୁଙ୍କ ଏହି ଲଢୁଆ ଡ଼ାକୋଟା ବିମାନକୁ ପାଖରୁ ଦେଖିପାରିବେ ଜନସାଧାରଣ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ(Biju Patnaik) ଜନ୍ମ ଜୟନ୍ତୀ ଅବସରରେ ଓଡ଼ିଶାବାସୀଙ୍କୁ ଉଦ୍ଦ୍ୟେଶରେ ଡ଼ାକୋଟା ବିମାନର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ(Naveen Patnaik) । ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦରରେ ଏହି ବିମାନର ଲୋକାପର୍ଣ ଉତ୍ସବ ଅନୁଷ୍ଠିତ ହୋଇଛି । ବିମାନ ବନ୍ଦରର ଟର୍ମିନାଲ ୧ ସାମ୍ନାରେ ଶୋଭା ପାଉଛି ଡ଼କୋଟା ବିମାନ । ଏହା ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ନୂତନ ଯୁବପୀଢିଙ୍କୁ ବିଜୁବାବୁଙ୍କ ବୀରତ୍ବର କାହାଣୀ କହିବ ଏହି ଡ଼ାକୋଟା ବିମାନ । ପ୍ରକାଶ ଥାଉ କି, ଉକ୍ତ ଏୟାରଲାଇନ୍ସର ପ୍ରାୟ ଏକ ଡ଼ଜନ ଡ଼ାକୋଟା କାର୍ଯ୍ୟ କରୁଥିଲା । ବିଜୁ ପଟ୍ଟନାୟକ ଏହାର ମୁଖ୍ୟ ପାଇଲଟ୍ ଥିଲେ। ଏହି ବିମାନଟି ଇଣ୍ଡୋନେସିଆର ପୂର୍ବତନ ଉପ-ରାଷ୍ଟ୍ରପତି ଏମ.ଡି ହାଟା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ସୁତାନ ସଜହରୀରଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବହୃତ ହୋଇଥିଲା| ତାଙ୍କ ଉଦ୍ୟମ ପାଇଁ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆର ସମ୍ମାନଜନକ ନାଗରିକତ୍ୱ ପ୍ରଦାନ କରାଯାଇଥିଲା ଓ  “ଭୂମି ପୁତ୍ର ” ଆଖ୍ୟା ପ୍ରଦାନ କରାଯାଇଥିଲା । ଏହି ସମ୍ମାନ କ୍ୱଚିତ୍ ବିଦେଶୀଙ୍କୁ ଦିଆଯାଇଥାଏ । ଲୋକମାନେ ଏହି ଡାକୋଟା ବିମାନକୁ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସାହସିକତା ଓ ବୀରତ୍ୱର ପ୍ରତୀକ ଭାବରେ ଦେଖିବେ ।

Also Read-Flight Service: ଆଜିଠୁ ରେଶମ ସହରକୁ ଉଡ଼ିଲା ବିମାନ, ଜାଣନ୍ତୁ ସପ୍ତାହକୁ କେତେ ଥର ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡାକୁ ମିଳିବ ଏହି ସେବା?

Also Read-Biju Patnaik Birth Anniversary: ମନେପଡ଼ନ୍ତି ‘ଝଡ଼ର ଇଗଲ’ ବିଜୁ ବାବୁ, ଜନ୍ମ ଦିନରେ ଜାଣନ୍ତୁ କିଛି ଅଜଣା କଥା

ଓଡ଼ିଶା ସରକାରଙ୍କ ଉଦ୍ୟମରେ ଡାକୋଟା ବିମାନକୁ ଜାନୁୟାରୀ ୧୮ ତାରିଖ ଦିନ କୋଲକାତାର NSCBI ବିମାନବନ୍ଦରରୁ ସଡ଼କ ପଥରେ ଭୁବନେଶ୍ୱରକୁ ଅଣାଯାଇଥି୍ଲା । ଭଙ୍ଗାରୁଜା ଅବସ୍ଥାରେ ଓଡ଼ିଶା ଫେରିଥିବା ପ୍ରବାଦ ପୁରୁଷଙ୍କ ଏହି ସ୍ମୁତି ସମ୍ବିଳିତ ବିମାନକୁ ନୂଆରୂପ ଦିଆଯାଇଛି ।