ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ପରଦର୍ଶନ କଲେ ବିଏମସି କମିଶନର
ସହରରୁ ନିର୍ଗତ ହେଉଥିବା ବର୍ଜ୍ୟକୁ ପରିଚାଳନା କରି କ୍ଷୁଦ୍ର ଜୈବ ସାର କେନ୍ଦ୍ର ଠାରେ ଖତ ସାର ପ୍ରସ୍ତୁତ କରାଯାଉଛି।
ଭୁବନେଶ୍ୱର: ରାଜଧାନୀରେ ବର୍ଜ୍ୟବସ୍ତୁ ପରିଚାଳନା କରିବା ପାଇଁ ବିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ନିର୍ମାଣ ହେଉଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଏମସିସି ଅର୍ଥାତ କ୍ଷୁଦ୍ର ଜୈବ ସାର କେନ୍ଦ୍ର ପରଦର୍ଶନ କରିଛନ୍ତି ବିଏମସି କମିଶନର। ଗୁରୁବାର ପୂର୍ବାହ୍ନରେ ସୁନ୍ଦରପଦାସ୍ଥିତ ଏମସିସି ବୁଲି ଏହାର ତଦାରଖ କରିବା ସହ ସଠିକ ଭାବେ ଆବର୍ଜନା ପରିଚାଳନା ହେଉଛି କି ନାହିଁ ଏବଂ ଆଉ କ'ଣ ଆନୁଷଙ୍ଗୀକ ପଦକ୍ଷେପ ନିଆଯିବ ସେ ବାବଦରେ ପରାମର୍ଶ ଦେଇଛନ୍ତି।
ବୈଷୟିକ କ୍ଷେତ୍ରରେ ଅଧିକ ବିକଶିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଖିଲା, ତରଳ, ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା କରିବା ପାଇଁ ଭିନ୍ନ ଭିନ୍ନ କମ୍ପୋଷ୍ଟ ନିର୍ମାଣ କରାଯାଉଛି। ଯେଉଁଠି ସହରରୁ ନିର୍ଗତ ହେଉଥିବା ବର୍ଜ୍ୟକୁ ପରିଚାଳନା କରି ଖତ ସାର ପ୍ରସ୍ତୁତ କରାଯାଉଛି।