ସରୋଜ ବେହେରା, ଭୁବନେଶ୍ୱର:  ମହିଳାଙ୍କୁ ବିବାହର ପ୍ରଲୋଭନ ଦେଇ ଟଙ୍କା ଠକୁଥିବା ଜଣେ ବିଲଡରକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଧନୀ ଶ୍ରେଣୀର ଯୁବତୀଙ୍କୁ ଟାର୍ଗେଟ କରି ନିଜ ଜାଲରେ ଫସାଉଥିଲେ ଏହି ଯୁବକ । ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା, ଦାମୀ ଗାଡ଼ି ଆଦି ଯୌତୁକ ମଧ୍ୟ ଆଣୁଥିଲା । କିଛି ଦିନ ସେମାନଙ୍କ ସହ ହସଖୁସିରେ ରହିବା ପରେ ଆରମ୍ଭ କରି ଦେଉଥିଲା ଅତ୍ୟାଚାର।


COMMERCIAL BREAK
SCROLL TO CONTINUE READING

ଅତ୍ୟାଚାର ସହି ନ ପାରି ପତ୍ନୀ ଘର ଛାଡି଼ ପଳାଉଥିବା ବେଳେ ଏହାପରେ ପୁଣି ଶିକାର ଖୋଜୁଥିଲା ବିଲଡର ଜଣକ । ଏଭଳି ନିର୍ଯାତନାର ଶୀକାର ୨ ମହିଳା ଥାନାରେ ଅଭିଯୋଗ କରିବା ପରେ ବିଲ୍ଡର ପ୍ରିୟବ୍ରତ ମିଶ୍ରଙ୍କୁ ଗିରଫ କରିଛି ପୋଲିସ । ଏପରି ସିରିଜ ମ୍ୟାରେଜ (Series Marriage) କରି ପୁଳା ପୁଳା ଟଙ୍କା ଉପାର୍ଜନ କରିବାକୁ ନିଜ ନିଶା ଓ ପେଶା କରିଥିବା ବିଲଡର (Builder) ଙ୍କୁ ଏବେ ପୋଲିସ୍‌ ଗିରଫ କରିବାରେ ସଫଳ ହୋଇଛି । କ୍ୟାପିଟାଲ ଥାନା ଓ ମହିଳା ଥାନା ପୋଲିସ ପୃଥକ ପୃଥକ ୨ ମହିଳାଙ୍କ ଏତଲା ପରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ପ୍ରିୟବ୍ରତ ପ୍ରଥମେ ବିଭିନ୍ନ ଉପାୟରେ ଝିଅଙ୍କ ସହ ସଂପର୍କ ସ୍ଥାପନ କରି ବିବାହ କରୁଥିଲେ । ବିବାହ ପରେ ଯୌତୁକ ନିର୍ଯାତନା (Dowry Torture)ଦେଇ ଘରୁ ତଡ଼ି ଦେଉଥିଲେ ପ୍ରିୟବ୍ରତ ।  ପ୍ରିୟବ୍ରତଙ୍କ ପରିବାର ଲୋକେ ମଧ୍ୟ ଏଥିରେ ସଂପୃକ୍ତ ଥିଲେ ବୋଲି ୨ ଯୁବତୀ ଅଭିଯୋଗ କରିଛନ୍ତି । 


Also Read: ପୁଣି ଡରାଇଲାଣି କୋରୋନା, ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା...


ପ୍ରିୟବ୍ରତଙ୍କ ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଗତ ୧୫ ଜୁଲାଇ ୨୦୧୮ରେ ତାଙ୍କର ବିବାହ ହୋଇଥିଲା । ବିବାହ ସମୟରେ ମର୍ସିଡିଜ କାର୍‌ (Mercedes Car) ଓ ୨୧ ଲକ୍ଷ ନେଇଥିଲେ ପ୍ରିୟବ୍ରତ । ପରବର୍ତ୍ତୀ ସମୟରେ ସୁନାଗହଣା ଆଦି ସବୁ ଜିନିଷର ବିଲ୍‌ ନିଜ ନାଁରେ ସେମାନେ କରାଇ ନେଇଥିଲେ । ବିବାହର ୧୦ ଦିନ ପରେ ଆଉ ଜଣେ ଝିଅ ସହ ସମ୍ପର୍କ ରଖିଥିଲେ ପ୍ରିୟବ୍ରତ । ପ୍ରଥମ ସ୍ତ୍ରୀ ଗର୍ଭବତୀ ହେବାରୁ ଛୁଆ ତାଙ୍କର ନୁହେଁ ବୋଲି କହି ପୁଣି  ନିର୍ଯାତନା ଦେବା ଆରମ୍ଭ କରିଥିଲେ । 


Also Read: ଚଣ୍ଡିଗଡ଼ରେ ସଲମାନ ଓ ତାଙ୍କ ଭଉଣୀଙ୍କ ବିରୋଧରେ FIR, ସମନ ପଠାଇଲା ପୋଲିସ


ଗତ ଫେବୃୟାରୀରେ ପୁଣି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ । ଦ୍ବିତୀୟ ସ୍ତ୍ରୀକୁ ବିବାହ କରି ପ୍ରିୟବ୍ରତ ୨୪ ଲକ୍ଷ ଟଙ୍କା ଯୌତୁକ ନେଇଥିଲେ ବୋଲି ଅଭିଯୋଗ ହୋଇଛି । ମାସକ ପରେ ପ୍ରଥମ ସ୍ତ୍ରୀ ଅବଗତ କରିବା ପରେ ସ୍ବାମୀ ଧୋକାବାଜ (Fraud Husband)ବୋଲି ଜାଣିପାରିଥିଲେ ।