ଜାରି ରହିଛି ଶୀତ; ଆଉ ୪୮ ଘଣ୍ଚା ପାଇଁ ଜାରି ହେଲା ୟେଲୋ ୱାର୍ଣ୍ଣିଂ
ରାଜ୍ୟରେ ଜାରି ରହିଛି ଜାଡ। ଅନ୍ୟପଟେ ଆସନ୍ତାକାଲି ମଧ୍ୟ ୬ ଜିଲ୍ଲାରେ ଘନ କୁହୁଡି ନେଇ ସତର୍କ ସୂଚନା ଜାରି ହୋଇଛି।
ଶାନ୍ତସ୍ୱରୂପ ରାଉତ,ଭୁବନେଶ୍ୱର: ଜାରି ରହିଛି ଜାଡ ଆଉ ୪୮ ଘଣ୍ଚା ପାଇଁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ରାଜ୍ୟକୁ ଚଳିତ ଜାନୁଆରୀ ମାସରେ ପୁଣି ଶୀତ ଲହରି ଫେରିଥିବା ବେଳେ ଆସନ୍ତା ୬ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ୫ ଜିଲ୍ଲା କଟକ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା, ବୌଦ୍ଧରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
Also Read: ଥରାଉଛି କାଠୁଆ ଜାଡ, ଆଗକୁ କହୁଡି ସମ୍ଭାବନା
ଏହାସହ କେନ୍ଦ୍ରାପଡା, ଯାଜପୁର, ପୁରୀ, ନୟାଗଡ, କନ୍ଧମାଳ, କୋରାପୁଟ, ମାଲକାନଗିରି ଜିଲ୍ଲାରେ ହାଲୁକା କୁହୁଡି (Fog) ଦେଖାଦେବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ୬ ଜିଲ୍ଲାରେ ଘନ କୁହୁଡି ନେଇ ସତର୍କ ସୂଚନା ଜାରି ହୋଇଛି। ୭ ତାରିଖରୁ ପାଗରେ ପରିବର୍ତ୍ତନ ହୋଇ ଶୀତ କମିବା ସହ ଘନ କୁହୁଡି ଜନିତ କୌଣସି ସତର୍କ ସୂଚନା ଜାରି ହୋଇନାହିଁ। ଏହା ସହ ଆସନ୍ତା ୩ ଦିନ ମଧ୍ୟରେ ୨-୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ଭାବାନୀପାଟଣାରେ ୧୧.୬ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି।