ଥରାଉଛି କାଠୁଆ ଜାଡ, ଆଗକୁ କହୁଡି ସମ୍ଭାବନା
Advertisement
Article Detail0/zeeodisha/odisha815575

ଥରାଉଛି କାଠୁଆ ଜାଡ, ଆଗକୁ କହୁଡି ସମ୍ଭାବନା

ରାଜ୍ୟରେ ଜାରି ରହିଛି  ଶୀତ ଲହରୀ। ଆସନ୍ତା ୪୮ ଘଣ୍ଟାରେ ବିଭନ୍ନ ଜିଲ୍ଲାରେ ହାଲୁକା କୁହୁଡି ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। 

ଥରାଉଛି କାଠୁଆ ଜାଡ, ଆଗକୁ କହୁଡି ସମ୍ଭାବନା

ଶାନ୍ତସ୍ୱରୂପ ରାଉତ,ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଆସନ୍ତା ୪୮ ଘଣ୍ଟାରେ ବିଭନ୍ନ ଜିଲ୍ଲାରେ ହାଲୁକା କୁହୁଡି ସମ୍ଭାବନା ନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ନୟାଗଡ, ମୟୂରଭଞ୍ଜ, ବୌଦ୍ଧ, ମାଲକାନଗିରି, କୋରାପୁଟ, ବଲାଙ୍ଗିର, କଟକ, ସୁନ୍ଦରଗଡ ଜିଲ୍ଲାରେ ହାଲକା କୁହୁଡି ହେବାର ସମ୍ଭାବନା ରହିଛି।

Also Read: ଜାରି ରହିବା କାଠୁଆ ଜାଡ, ୨୬ ପର୍ଯ୍ୟନ୍ତ ନାହିଁ ନିସ୍ତାର

ସେହିପରି ଆସନ୍ତା ୨୮ ତାରିଖ ସୋମବାର ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହାଲୁକା କୁହୁଡି (Light Fog) ଦୃଶ୍ୟମାନ ହେବ। ଚଳିତ ମାସ ଶେଷ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ବର୍ଷା ନେଇ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ। ଆଗାମୀ ୨-୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ସ୍ବାଭାବିକ ଠାରୁ ୨-୩ ଡିଗ୍ରୀ ତଳେ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।