ଫେରୁଛି ଶୀତ ଲହରୀ; ବର୍ଷ ଶେଷରେ ଥରାଇବ କାଠୁଆ ଜାଡ
ଆସନ୍ତା ୩୦ ତାରିଖରୁ ଶୀତ ଲହରି ଫେରିବା ସହ ୨ ଦିନ ଧରି ଶୀତ ଲହରୀ ନେଇ ଚେତାବନୀ ଜାରି କରାଯାଇଛି। ଏହା ସହିତ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ହୋଇ ୩୧ ତାରିଖ ପରେ ସ୍ବାଭାବିକ ଠାରୁ ୩-୫ ଡିଗ୍ରୀ ତଳେ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
ଶାନ୍ତସ୍ୱରୂପ ରାଉତ,ଭୁବନେଶ୍ୱର: ଫେରିବ ଶୀତ ଲହରୀ। ବର୍ଷ ଶେଷକୁ ପୁଣି ଥରାଇବ। ରାଜ୍ୟରେ କ୍ରମାଗତ ଭାବେ ଚଳିତ ୨୦ ତାରିଖ ପରେ ଶୀତର ପ୍ରକୋପ ବଢିବା ସହ କିଛି ଜିଲ୍ଲାକୁ କୋଲ୍ଡ ୱେଭ୍ (Cold Wave) ନେଇ ଚେତାବନୀ ଜାରି କରାଯାଇଥିଲା। ଏଥିରୁ ସାମାନ୍ୟ ମୁକ୍ତି ମିଳିବା ସହ ବିଗତ କିଛି ଦିନ ଧରି କୌଣସି ସତର୍କ ସୂଚନା ଜାରି କରାଯାଇନଥିବା ବେଳେ ଥଣ୍ଡା ପ୍ରବାହ ଜାରି ରହିଥିଲା।
ବର୍ଷ ଶେଷ ଆଡକୁ ପୁଣି ଶୀତ ଲହରି ଫେରିବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ, କଳାହାଣ୍ଡି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି। ଏହା ପରେ ୨୯ ତାରିଖ ସହ ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ।
Also Read: ଜାରି ରହିବା କାଠୁଆ ଜାଡ, ୨୬ ପର୍ଯ୍ୟନ୍ତ ନାହିଁ ନିସ୍ତାର