ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢୁଛି କୋରୋନା ସଂକ୍ରମଣ। ଗୋଟିଏ ଦିନର ବ୍ରେକ୍ ପରେ ମଙ୍ଗଳବାର ପୁଣି ଏଗାର ହଜାର ଟପିଛି କରୋନା ଗ୍ରାଫ୍। ସକ୍ରୀୟ ମାମଲା ଅନୁସାରେ ରାଜ୍ୟରେ ରେଡ୍ ଜୋନ ଜିଲ୍ଲା ସଂଖ୍ୟା ଛଅକୁ ବୃଦ୍ଧି ପାଇଛି। ୟେଲୋ ଜୋନ ଜିଲ୍ଲା ବି ଧୀରେ ଧୀରେ ଯୋଡି ହେବାରେ ଲାଗିଛନ୍ତି। 


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ଦିନକରେ ୧୧,୦୮୬ ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୪୩୧, ଲୋକାଲ୍ କେସ୍ ୪୬୫୫ ରହିଛି। ୧୮ ବର୍ଷରୁ କମ ବୟସ ବର୍ଗର କୋରୋନା ଆକ୍ରାନ୍ତ ୧୦୬୧ ରହିଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୪୬୯ ପଜିଟିଭ ଅଛନ୍ତି। ତିନି ଦିନର ବ୍ୟବଧାନ ପରେ ପୁଣି ମହାମାରୀରେ ୪ ଜଣଙ୍କ ଜୀବନ ଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କୋରୋନା ମାମଲା ୧୧ ଲକ୍ଷ ୫୫ ହଜାର ୪୮୭କୁ ବୃଦ୍ଧି ପାଇଛି। ୮୦ ହଜାର ୯୧୪ଟି ସକ୍ରୀୟ ମାମଲ ରହିଥିବା ବେଳେ ୮ ହଜାର ୪୮୮ ଜଣଙ୍କ କୋରନା ଜନିତ ମୃତ୍ୟୁ ହୋଇଛି।


Also Read: କୋରୋନା କାଳରେ ଦେଢ଼ ଲକ୍ଷ ଅନାଥ; ଓଡ଼ିଶାର ସର୍ବାଧିକ ପିଲାଙ୍କ ମୁଣ୍ଡ ଉପରୁ ଗଲା ମାତାପିତାଙ୍କ ହାତ


ଅନ୍ୟପଟେ ରାଜ୍ୟରେ ରେଡ ଜୋନ ଜିଲ୍ଲା ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା, କଟକ, ସମ୍ବଲପୁର, ସନ୍ଦରଗଡ ଓ ବାଲେଶ୍ୱର ପରେ ଏବେ ମୟୂରଭଞ୍ଜ ଜିଲ୍ଲା ରେଡ୍ ଜୋନ ତାଲିକାରେ ସାମିଲ ହୋଇଛି। ସେପଟେ ସୀମାକୁ ସୀମା ଲାଗିଥିବା କୋରାପୁଟ, ରାୟଗଡା, କଳାହାଣ୍ଡି, ବଲାଙ୍ଗିର, ବରଗଡ, ଝାରସୁଗୁଡା ସହ ପୁରୀ, ଜହତସିଂହପୁର ଓ ଯାଜପୁର ୟେଲୋଜନରେ ଅଛନ୍ତି। ଖୁବଶୀଘ୍ର ସୁବର୍ଣ୍ଣପୁର, ଗଞ୍ଜାମ, ଭଦ୍ରକ, ନବରଙ୍ଗପୁର ଓ ନୟାଗଡ ମଧ୍ୟ ଆଲର୍ଟ ଜିଲ୍ଲାରେ ସାମିଲ ହେବେ।


ରାଜ୍ୟରେ କୋଭିଡ଼ ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ, ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମ ରହିଛି। ଜେନେରାଲ ବେଡ଼ ୯ ପ୍ରତିଶତ, ଆଇସିୟୁ ବେଡ଼ ୧୫ ପ୍ରତିଶତ, ଭେଣ୍ଟିଲେଟର ୫ରୁ ୬ ପ୍ରତିଶତ ଥିବା ବେଳେ ପେଡ଼୍ରିଆଟିକ ଆଡମିସନ ବହୁତ କମ ରହିଛି। ଏହି ଲହରରେ ହସ୍ପିଟାଲ ଆଡମିସନ ଓ ଅକ୍ସିଜେନର କମ ଆବଶ୍ୟକତା ରହିଛି। ବର୍ତ୍ତମାନ ରାଜ୍ୟରେ କିଛିଦିନ ହେବ ୧୦ରୁ ୧୧ ହଜାର ଭିତରେ ଦୈନିକ ସଂକ୍ରମଣ ରହୁଛି। ସର୍ବନିମ୍ନ ୧୦ରୁ ୧୫ ଦିନ ସମୟ ଦରକାର ଏହି ଟ୍ରଣ୍ଡ ବିଷୟରେ ଜାଣିବା ପାଇଁ। ଯେପର୍ଯ୍ୟନ୍ତ ଏ ଟ୍ରେଣ୍ଡ ବିଷୟରେ ନ ଜାଣିଛେ ତାହା ଆଗକୁ ବଢିବ ନା କମିବ କହିବା ଯୁକ୍ତିଯୁକ୍ତ ନୁହେଁ।


Also Read: ଭଲ ଖବର: ଗତକାଲି ତୁଳନାରେ ଆଜି ୨୦ ହଜାର ମାମଲା ହ୍ରାସ, ଆଖି ବୁଜିଲେ ୩୧୦ ସଂକ୍ରମିତ


ସିଡିସି ୧୫ ଦିନ ପୂର୍ବରୁ କହିଛନ୍ତି ଯେ, ହୋମ ଆଇସୋଲେସନକୁ ୫ ଦିନ କଲେ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ  ଅନ୍ୟଦେଶ ମଧ୍ୟ ଗ୍ରହଣ କରିନାହାଁନ୍ତି। ବୋଧହୁଏ ଆଗକୁ ଗ୍ରହଣ କରାଯାଇପାରେ। ବର୍ତ୍ତମାନ ଟାସ୍କଫୋର୍ସ ଯେଉଁ ସାତ ଦିନ ନିୟମ କରିଛନ୍ତି ତାକୁ ମାନି ଚଳିବା ଦରକାର ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ଼ାକ୍ତର ବିଜୟ ମହାପାତ୍ର କହିଛନ୍ତି।


ସେପଟେ ଦେଶରେ ସୋମବାରଠାରୁ ୨୦ ହଜାର ୭୧ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ଦିନକରେ ୨ ଲକ୍ଷ ୩୮ ହଜାର ୧୮ ମାମଲା ରେକର୍ଡ ହୋଇଥିବା ବେଳେ  ୩୧୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ଦୈନିକ ପଜିଟିଭିଟି ହାର ୧୪.୪୩ ପ୍ରତିଶତ ରହିଛି। ଦେଶରେ ମତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୭୬୧କୁ ବୃଦ୍ଧି ପାଇଛି। ଆକ୍ଟିଭ୍ କେସ ୧୭ ଲକ୍ଷ ୩୬ ହଜାର ୬୨୮ ରହିଛି। ଅନ୍ୟପଟେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୮୯୧କୁ ବୃଦ୍ଧି ପାଇଛି। ସୋମବାର ତୁଳନାରେ ମଙ୍ଗଳବାର ୮.୩୧% ଅଧତ୍କ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଦେଇଛି।