Odisha Weather Update, ଭୁବନେଶ୍ୱର: ସକ୍ରିୟ ଘୁର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହେବ। ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ଉପକୂଳ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗୁରୁବାର ଉପକୂଳ ସମେତ, ଦକ୍ଷିଣ ଓଡ଼ିଶାରେ ବର୍ଷାହେବ। ଆସନ୍ତା ୧୦ ତାରିଖ ଓ ୧୧ ତାରିଖରେ ବର୍ଷାର ପରିମାଣ ବଢିବ। ଏହି ସମୟରେ ରାଜ୍ୟରେ ୭ ସେମିରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।


COMMERCIAL BREAK
SCROLL TO CONTINUE READING

ମୌସୁମୀ ନିମ୍ନ-ଚାପ ରେଖା  ଗୁରୁବାର ରାଜସ୍ଥାନର ଜସେଲମେରରୁ ବାହାରି ଭୋପାଳ, ଗୁଣ୍ଡିଆ, ଜଗଦଲପୁର, କଳିଙ୍ଗପଟନମରୁ, ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଲଘୁଚାପ କେନ୍ଦ୍ର ଯାଏଁ ଲମ୍ବିଛି। ଲଘୁଚାପ ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ତଥା ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ଆସନ୍ତା ୧୦ ଏବଂ ୧୧ ତାରିଖରେ ଲଘୁଚାପର ସର୍ବାଧିକ ପ୍ରଭାବ ପଡିବ। ୧୦ ତାରିଖରେ ୧୧ ଜିଲ୍ଲା ଓ ୧୧ ତାରିଖରେ ୧୦ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ  ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।


Also Read: Odisha Weather Update: ଆଜି ସୃଷ୍ଟି ହେବ ଘୁର୍ଣ୍ଣିବଳୟ, ସପ୍ତାହେ ରାଜ୍ୟରେ ପ୍ରବଳ ବର୍ଷିବ


ଗୁରୁବାର ରାଜ୍ୟର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ,କନ୍ଧମାଳ, ଗଜପତି, ଗଞ୍ଜାମ ,ଖୋର୍ଦ୍ଧା, ପୁରୀୟେଲୋ ୱର୍ଣିଂ ଜାରି ହେଇଛି। ଶୁକ୍ରବାର ପାଇଁ ୪ ଜିଲ୍ଲା କୋରାପୁଟ, କନ୍ଧମାଳ, ଗଜପତି, ଗଞ୍ଜାମକୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ୧୦ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି ହୋଇଛି। ୧୦ ତାରିଖ ରୁ ବର୍ଷାର ବିସ୍ତୃତି ବଢ଼ିବ। ଶନିବାର ୧୧ ଜିଲ୍ଲା (ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି ,କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ)କୁ ପ୍ରବଳରୁ ଅତି ପ୍ରବଳ ପାଇଁ ଆରେଞ୍ଜ ୱାଣ୍ଣିଂ ଜାରି କରାଯାଇଛି। ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି। କିନ୍ତୁ ବରଗଡ, ଝାରସୁଗୁଡା ଓ ସୂନ୍ଦରଗଡରେ ଶୁଖିଲା ପାଗ ରହିବ।


 



୧୧ ତାରିଖ ରବିବାରରେ ୧୦ ଜିଲ୍ଲା (ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଅନୁଗୁଳ, ଢେଙ୍କାନାଳ ଓ କଟକ)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶା ଉପକୂଳ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଝଡ ସହ ପବନ ବହିବାର ସମ୍ବାବାନା ରହୁଛି। ସୋମବାର ପଞ୍ଚିମ ଓଡିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବ। ବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କିମି ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୯ ଓ ୧୦ ତାରିଖରେ ସମୁଦ୍ର ଭିତରକୁ ଯିବା ପାଇଁ ସଂପୂର୍ଣ୍ଣ ବାରଣ କରାଯାଇଛି। ତଳିଆ ଅଞ୍ଚଳରେ ପାଣି ଓ ପାହାଡିଆ ଅଞ୍ଚଳରେ ଭୁସ୍କଳନ ହେବାର ସମ୍ଭାବନା ରହିଛି ତେଣୁ ସତର୍କ ସୂଚନା ଜାରିକରାଯାଇଛି।