Deal with Corona: ରାଜ୍ୟ ସରକାରଙ୍କ ପକ୍ଷରୁ ସେପ୍ଟମ୍ବର ମାସର ଗାଇଡ୍ଲାଇନ୍ ଜାରି
କୋରୋନା ମହାମାରୀର ମୁକାବିଲା ପାଇଁ ଅକ୍ଟୋବର ୧ ପର୍ଯ୍ୟନ୍ତ ପାଇଁ ନୂଆ ଗାଇଡ୍ଲାଇନ୍ ଘୋଷଣା କରିଛନ୍ତି ଏସଆରସି।
ଭୁବନେଶ୍ୱର: ଆସିଲା ସେପ୍ଟେମ୍ବର ମାସର କୋରୋନା ଗାଇଡ୍ଲାଇନ୍। ଅକ୍ଟୋବର ୧ ପର୍ଯ୍ୟନ୍ତ ପାଇଁ ନୂଆ ଗାଇଡ୍ଲାଇନ୍ ଘୋଷଣା କରିଛନ୍ତି ଏସଆରସି। ଆସନ୍ତା ମାସ ଲାଗି ଜାରି ହୋଇଥିବା ଗାଇଡ୍ଲାଇନ୍ ଅନୁସାରେ ଭୁବନେଶ୍ୱର, ପୁରୀ, କଟକ ପ୍ରଭୃତି ସ୍ଥାନରୁ ହଟିଯାଇଛି ସପ୍ତାହାନ୍ତ ସଟ୍ଡାଉନ୍।
ରାଜ୍ୟର ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହିବ ନାଇଟ୍ କର୍ଫ୍ୟୁ। ବିବାହ, ବ୍ରତ, ଶୁଦ୍ଧିକ୍ରିୟା ପ୍ରଭୃତି କାର୍ଯ୍ୟରେ ୨୫୦ ଜଣ ଲୋକ ଯୋଗ ଦେଇପାରିବେ। ସିନେମା ହଲ୍ରେ ଶତପ୍ରତିଶତ ଦର୍ଶକ ବସିପାରିବେ। ଅଡିଟୋରିଅମ, ମଲ୍-ହଲ୍ ଭଳି ସର୍ବସାଧାରଣ ସ୍ଥାନରେ ଟିକା ସାର୍ଟିଫିକେଟ୍ ବାଧ୍ୟତାମୂଳକ ନୁହେଁ।
ବାହାଘରରେ ସର୍ବାଧିକ ୫୦ ଜଣଙ୍କୁ ନେଇ ଶୋଭାଯାତ୍ରା କରିବାକୁ ମିଳିଛି ଅନୁମତି। ରାଜନୈତିକ, ଧାର୍ମିକ, ସାଂସ୍କୃତିକ ସମାବେଶ ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ଧାର୍ମିକ ଅନୁଷ୍ଠାନ କିମ୍ବା ପର୍ବପର୍ବାଣୀ ପାଳନ ନେଇ ଅଗଷ୍ଟ ମାସରେ ଜାରି ହୋଇଥିବା ଗାଇଡ୍ଲାଇନ୍ ପାଳନ କରାଯିବ। ଅର୍ଥାତ ବିନା ଭକ୍ତରେ ପାଳନ ହେବ ସମସ୍ତ ପର୍ବପର୍ବାଣୀ।
Also Read: କୋରୋନା ମୁକାବିଲା ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ
ରାଜ୍ୟରେ ଜାରି ହୋଇଥିବା ନୂଆ କୋରୋନା ଗାଇଡ୍ଲାଇନ୍
ରାଜ୍ୟ ସରକାରଙ୍କ ସେପ୍ଟେମ୍ୱର ଗାଇଡଲାଇନ୍ ଘୋଷଣା
ନୂଆ ଗାଇଡଲାଇନ୍ ଘୋଷଣା କଲେ ଏସଆରସି
ଅକ୍ଟୋବର ପହିଲା ପର୍ଯ୍ୟନ୍ତ ବଳବତ୍ତର ରହିବ ସେପ୍ଟମ୍ବର ଗାଇଡଲାଇନ୍
ରାଜ୍ୟରେ ସମସ୍ତ ସ୍ଥାନରୁ ହଟିଲା ସପ୍ତାହାନ୍ତ ସଟଡାଉନ୍
ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ପୌରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ
ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର
ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ଆୟୋଜନ ନେଇ ବଳବତ୍ତର ରହିବ କଟକଣା
ମେଳା, ମହୋତ୍ସବ, ପ୍ରଦର୍ଶନୀ ଉପରେ କଟକଣା ଜାରି
ବାହାଘର, ଅନ୍ତ୍ୟେଷ୍ଟିକ୍ରିୟାରେ ୨୫୦ ଜଣଙ୍କୁ ଯୋଗଦେବା ଲାଗି ମିଳିଲା ଅନୁମତି
ବିବାହ, ଶୋଭାଯାତ୍ରାରେ ସାମିଲ ହୋଇପାରିବେ ୫୦ଜଣ
କୋଭିଡ୍ ନିୟମ ମାନି ଖୋଲିବ ମ୍ୟୁଜିୟମ୍-ପାଠାଗାର
ସିନେମା ହଲ୍-ମଲ ପ୍ରଭୃତି ସ୍ଥାନରେ ଥିବା କଟକଣା କୋହଳ
ସିଟ୍ ସଂଖ୍ୟକ ଲୋକେ ସିନେମା ହଲ୍ ଯାଇପାରିବେ
କୋଭିଡ୍ କଟକଣା ବୁଝିବେ ହଲ୍-ମଲ୍ ମାଲିକ
ଅଗଷ୍ଟ ୯ ଆଦେଶ ଅନୁସାରେ ଚାଲିବ ପାରିବ ପୂଜା ପାର୍ବଣ
ଆବଶ୍ୟକ ସ୍ଥଳେ ପାର୍ବଣରେ କଟକଣା ବଢ଼ାଯିବ
କଟକଣା ବଢ଼ାଇବେ ଟ୍ୱିନ୍ ସିଟି କମିଶନର କିମ୍ୱା ଜିଲ୍ଲାପାଳ
ଘରୁ ବାହାରିଲେ ମାସ୍କ, ସାମାଜିକ ଦୂରତା ପାଳନ କରିବା ଉପରେ ଗୁରୁତ୍ୱ