Varsha Priyadarshini: କୋର୍ଟରେ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଫସିରହିଥିବା ବେଳେ ଏବେ  ଦିଲ୍ଲୀ ପଟିଆଲା କୋର୍ଟରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସମନ ଆସିଛି। ଏହି ସମନ ୨୦୨୩ ଜାନୁଆରୀ ୪ ତ‌ାରିଖରେ ଦିଲ୍ଲୀ ପଟିଆଲା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ନର୍ଥ ଏଭେନ୍ୟୁ ଥାନାରେ ହୋଇଥିବା ଜାତିଆଣ ଆକ୍ଷେପ ମାମଲା ନେଇ ଏହି ସମନ କୋର୍ଟ ଜାରି କରିଥିବା ସୂଚନା ରହିଛି।


COMMERCIAL BREAK
SCROLL TO CONTINUE READING

କେବଳ ଯେ ଅଭିନେତ୍ରୀ ବର୍ଷା(Actress Varsha Priyadarshini) ତାହା ନୁହେଁ ତାଙ୍କ ସହ ତାଙ୍କ ମାଆ ଓ ଭଉଣୀଙ୍କୁ ବି ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାମଲା ଅନୁସାରେ ଅନୁଭବଙ୍କ ଜଣେ ସହଯୋଗୀଙ୍କୁ ବର୍ଷା ଓ ତାଙ୍କ ମାଆ, ଭଉଣୀ ଜାତିଆଣ ଆକ୍ଷେପ କରିବା ନେଇ ଉକ୍ତ ଥାନାରେ ଏତଲା ଦାୟର କରାଯାଇଥିଲା । ଏହି ଘଟଣାକୁ ନେଇ ଗତ ସପ୍ତାହରେ ତଦନ୍ତକାରୀ ଏସପି ମହେଶ ଚାନ୍ଦ ମିନାଙ୍କ ନିର୍ଦ୍ଦେଶରେ ଥାନାର ଦୁଇ ଜଣ କର୍ମଚାରୀ କଟକ ଆସି ଅଭିନେତ୍ରୀ ଙ୍କ କଟକ ନନ୍ଦିସାହି ସ୍ଥିତ ଶାଶୂ ଘରେ ଏହି ସମନ ରଖିଥିଲେ।


ସୂଚନାନୁଯାୟୀ, ସାଂସଦ ଅନୁଭବ ମହାନ୍ତିଙ୍କ (MP Anubhav Mohanty) ସହଯୋଗୀ ସୁଜିତ ଦଳାଇଙ୍କ ପ୍ରତି ଜାତିଆଣ ଆକ୍ଷେପ ଅଭିଯୋଗ ସମ୍ପର୍କିତ ମାମଲାରେ ଦିଲ୍ଲୀ ପୋଲିସ୍‌ ନୋଟିସ୍‌ ଜାରି କରିବା ପରେ ବର୍ଷା, ତାଙ୍କ ମା’ ଓ ଝିଆରୀ ଜୁଲାଇ ୨୯ରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଥିଲେ। ଅଗଷ୍ଟ ୪ରେ ହାଇକୋର୍ଟ ଆବେଦନର ଶୁଣାଣି କରି ବର୍ଷା ଓ ଅନ୍ୟ ଦୁଇ ଆବେଦନକାରୀଙ୍କୁ ଦିଲ୍ଲୀ ନର୍ଥ ଏଭେନ୍ୟୁ ଥାନା ମାମଲା ନମ୍ବର ୪୨/୨୦୨୨ରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଗିରଫ ନ କରିବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଅଗଷ୍ଟ ୧୭ରେ ହାଇକୋର୍ଟ (High Court) ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି। ତେବେ ଏହି ସମନ ପାଇବା ପରେ ବର୍ଷା କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।


Also Read: Rishabh Pant Car Accident: ଋଷଭଙ୍କ ପାଇଁ ପ୍ରାର୍ଥନା କରି ଫସିଲେ ଉର୍ବଶୀ, ଟ୍ରୋଲର୍ସ କହିଲେ ବନ୍ଦ କର ଏସବୁ !


Also Read: Sushant Singh Rajput: ମୃତ୍ୟୁ ପୂର୍ବ ଦିନର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ ରିୟାଙ୍କ ପାଇଁ...